• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Puri

puri
ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି : ଆଜି ସୁଦ୍ଧା ବଡ଼ଦାଣ୍ଡର ହୋଟେଲ, ଲଜିଂ ବନ୍ଦ ପାଇଁ ନିର୍ଦ୍ଦେଶ

ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ବେଳେ ବି ପୁରୀ ସହରରେ ୧୪୪ ଧାରା ଜାରି କରାଯିବ । ଏହି ସମୟରେ ବଡ଼ଦାଣ୍ଡରେ ଥିବା ସବୁ କୋଠା ଘରର ଛାତ ଓ ବାଲକୋନିରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି

ambulance
ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ

ପୁରୀ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ରୋଗୀ ମୃତ୍ୟୁ ଅଭିଯୋଗ। ପ୍ରତିବାଦରେ ଆମ୍ବୁଲାନ୍ସକୁ ଅଟକ ରଖିଲେ ଗାଁ ଲୋକେ। ଏହି ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଇଁଗୋଳ ଗାଁରେ। ସୂଚନା ଅନୁସାରେ ଗତ ରାତିରେ ଏହି ଗାଁର ଝାଟୁ ବାରିକଙ୍କ ସ୍ତ୍ରୀ କ୍ରିଷ୍ଣା ବାରିକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ରାତି ଗୋଟାଏ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ସେତେବେଳେ ଆମ୍ବୁଲାନ୍ସ ଆସିନଥିଲା। ୪ ଘଣ୍ଟା ବିଳମ୍ବ କରି ଭୋର୍ […]

jagannath temple
ସାର୍ବଜନୀନ ହେବ ଶ୍ରୀମନ୍ଦିର ହୁଣ୍ଡିକୁ ଦାନ ସୁନା ରୂପାର ପରିମାଣ

ପୁରୀ: ପ୍ରତିଦିନ ସାର୍ବଜନୀନ ହେବ ଶ୍ରୀମନ୍ଦିର ହୁଣ୍ଡିକୁ ଦାନ ସୁନା ରୂପାର ପରିମାଣ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ଚଳାଇଥିବାବେଳେ ଅନ୍ୟପକ୍ଷରେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ଓ ବରିଷ୍ଠ ସେବାୟତ। ପ୍ରତିଦିନ ସାର୍ବଜନୀନ କରିବା ପୂର୍ବରୁ ମେ’ ପ୍ରଥମ ସପ୍ତାହରେ ହୁଣ୍ଡିକୁ ଦାନ ଆକାରରେ ମିଳିଥିବା ସୁନା ରୁପାର ହିସାବ ଦେଇଛି ପ୍ରଶାସନ। ନୀଳକନ୍ଦରର ରତ୍ନତ୍ସିଂହାସନରେ ପୂଜାପାଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି ଶ୍ରୀକ୍ଷେତ୍ରକୁ। ଦର୍ଶନ […]

jagannath temple
ଶ୍ରୀଜଗନ୍ନାଥଙ୍କ ହୁଣ୍ଡିରେ ପଡୁଥିବା ଲୁଗା ଓ ଶାଢ଼ୀକୁ ନିଲାମ ପାଇଁ ନିଷ୍ପତ୍ତି

ପୁରୀ: ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢ଼ୀକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ତାଲିକା କରାଯାଇ ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ। ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ ଏହାକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ କୌଣସି ପ୍ରକାର ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆକୁ ବିକ୍ରି କରାଯିବ ନାହିଁ କି ନିଲାମ କରାଯିବ ନାହିଁ […]

Assault On Elderly Woman
ଥାନାରେ ଶାଶୁ ଓ ବୋହୂଙ୍କୁ ପିଟିବା ଘଟଣାରେ IICଙ୍କୁ ଅପସାରଣ

ପୁରୀ: ଥାନାରେ ଶାଶୁ ଓ ବୋହୂଙ୍କୁ ପିଟିବା ଘଟଣାରେ ନିମାପଡ଼ା IIC ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଥାନାରୁ ଅପସାରଣ କରାଯାଇଛି। ତାଙ୍କୁ ପୁରୀ ହେଡକ୍ୱାର୍ଟରେ କାମ କରିବା ପାଇଁ ପଠାଯାଇଛି। ଏହି ମାମଲାର ତଦନ୍ତ ଶେଷ ଯାଏଁ ସେ ପୁରୀ ହେଡକ୍ୱାର୍ଟରରେ କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଅତିରିକ୍ତ ଏସ୍‌ପି ଏହି ଘଟଣାର ତଦନ୍ତ କରୁଛନ୍ତି। ସୂଚନାଥାଉ କି, ଘରୋଇ କଳିର ସମାଧାନ ପାଇଁ ଥାନାକୁ ଯାଇଥିବା ବେଳେ ନିମାପଡ଼ା ଥାନା ଆଇଆଇସି  ମୃତ୍ୟୁଞ୍ଜୟ ସ୍ୱାଇଁ […]

governor
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ: ଓଡ଼ିଶା ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।  ଅପରାହ୍ନ ପ୍ରାୟ ୫ଟା ୫୫ମିନିଟରେ ରାଜ୍ୟପାଳ ରାଜଭବନରୁ ବାହାରି ସିଂହଦ୍ୱାର ଚକଡାରେ ପହଞ୍ଚିଥିଲେ। ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ରାଜ୍ୟପାଳ ପ୍ରଭୁଙ୍କ ଆଶିଷ ଭିକ୍ଷା କରି ଫେରିଆସିଥିଲେ।

puri
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ପୁରୀ: ସ୍କୁଲରେ ୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ। ଏଭଳି ଏକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ। ଏଠାକାର ଏକ ସ୍କୁଲର ପ୍ରଧାନଶିକ୍ଷକ ଗତକାଲି ୫ମ ଶ୍ରେଣୀର ଦୁଇ ଜଣ  ଓ ୪ର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ଘଟଣା ସମ୍ପର୍କରେ ନିଜ ଘରେ ଜଣାଇବେ ପରେ ଗାଁରେ ଉତ୍ତେଜନା ଦେଖା ଦେଇଛି। ଅଭିଭାବକମାନେ ଆଜି ସକାଳୁ ସ୍କୁଲରେ ତାଲା ପକାଇ ଦେବା ସହ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଛନ୍ତି।  […]

abhada
ପୁଣି ଚଳଞ୍ଚଳ ହେଲା ଆନନ୍ଦବଜାର, ଅବଢ଼ା ବାହାରିଲା

ପୁରୀ: ୪ ଦିନର ଅପେକ୍ଷାର ଅନ୍ତ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଭକ୍ତ ପାଇଲେ ମହାପ୍ରସାଦ। ସଠିକ୍ ସମୟରେ ଠାକୁରଙ୍କ ନୀତିକାନ୍ତି ସାଙ୍ଗକୁ ଭୋଗ ମଣ୍ଡପ ଉଠିବା ପରେ ଆନନ୍ଦ ବଜାରରେ ଅବଢ଼ା ଖାଇ ଖୁସି ହୋଇଛନ୍ତି ଭକ୍ତ। ନୀତି ବିଭ୍ରାଟ ସାଙ୍ଗକୁ ସୁଆର ସେବାୟତଙ୍କ ଆନ୍ଦୋଳନ ଯୋଗୁଁ ଗତ ୧୬ ତାରିଖରୁ ଅବଢ଼ା ବାହାରୁନଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକଠାକ୍ ହେବା ପରେ ସଠିକ୍ ସମୟରେ ମହାପ୍ରସାଦ ବାହାରିଛି। ଫଳରେ […]

jagannath temple
୪ଦିନ ନୀତି ବିଭ୍ରାଟର ପରିସମାପ୍ତି; ବାହାରିବ ମହାପ୍ରଭୁଙ୍କ ଅବଢା

ପୁରୀ: ଆଜି ବାହାରିବ ମହାପ୍ରଭୁଙ୍କ ଅବଢା। ଗତ ଚାରି ଦିନ ଧରି ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ହୋଇଛି। ଏଥିପାଇଁ ଆଜି ମହାପ୍ରଭୁଙ୍କ ସବୁ ନୀତି ଠିକ୍‌ଠାକ୍‌ ଚାଲିଥିବା କୁହାଯାଉଛି। ଆଜି ସକାଳଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଆଜି ଅବଢା ବାହାରିବା ନେଇ ଗତକାଲି ସୁଆର ନିଯୋଗ ସ୍ପଷ୍ଟ କରିଥିଲା। ପୂର୍ବରୁ ସୁଆର ମହାସୁଆର ସେବାୟତଙ୍କ ଦାବି ପୂରଣ […]

maha laxmi
ଶ୍ରୀମନ୍ଦିର ମା’ ଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ। ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମା’ ଲକ୍ଷ୍ମୀଙ୍କ ମଥାରେ ସୁବର୍ଣ୍ଣ କିରୀଟ ଲଗାଯାଇଛି। ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ କିରୀଟ ମା’ଙ୍କ ମଥାରେ ଶୋଭା ପାଉଛି।  କିରୀଟ ସ୍ଥାପନ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସମେତ ମା’ ଲକ୍ଷ୍ମୀଙ୍କ ମନ୍ଦିରର ସେବାୟତ ମାନେ ଉପସ୍ଥିତ ଥିଲେ। ବହୁଦିନ ହେବ ମହାଲକ୍ଷ୍ମୀଙ୍କ କିରୀଟ ବଦଳାଇବାକୁ ଦାବି ହୋଇ ଆସୁଥିଲା।  ଦୀର୍ଘ ୬ମାସ […]

jagannath temple
୩ଦିନ ପରେ ଆଜି ବାହାରିପାରେ ମହାପ୍ରଭୁଙ୍କ ମହାପ୍ରସାଦ

ପୁରୀ: ଲଗାତାର ୩ଦିନ ଧରି ନିରାଶ ପରେ  ଆଜି ବାହାରିପାରେ ମହାପ୍ରଭୁଙ୍କ ମହାପ୍ରସାଦ। ଶ୍ରୀମନ୍ଦିରରେ ଲାଗି ରହିଥିବା ନୀତି ବିଭ୍ରାଟରେ ସୁଧାର ଆସିଥିଲେ ବି ମହାପ୍ରସାଦ ସମସ୍ୟା କିନ୍ତୁ ଦୂର ହୋଇପାରିନାହିଁ। ମହାପ୍ରଭୁଙ୍କୁ କେବଳ ଦର୍ଶନ କରି ଆନନ୍ଦ ବଜାରରୁ ଖାଲି ହାତରେ ଫେରିଆସିଥିଲେ ଭକ୍ତ। ଗତକାଲି ସକାଳ ଧୂପ ପରେ ଯାତ୍ରାଙ୍ଗି ମହାସ୍ନାନ ଓ ମଧ୍ୟାନ୍ନ ଧୂପ ପାଇଁ ସେବାୟତମାନେ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ। ତେବେ କିଭଳି ଭାବେ ସୁଆର ମହାସୁଆରମାନେ ଶ୍ରୀଜୀଉଙ୍କ […]

chandan yatra
ଆଜି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ପୁରୀ: ଆଜି ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ। ଏଥିପାଇଁ ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପନ୍ନ କରାଯାଇଛି। ରାତି ୧୦. ୫୦ ମିନିଟ୍‌ରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗୋପାଳ ବଲ୍ଲଭ ନୀତି କରାଯାଇଥିଲା।  ରାତି ୧.୨୦ ମିନିଟ୍‌ରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ କରାଯାଇଥିଲା। ସେପଟେ ଆଜିଠୁ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ରଥ ନିର୍ମାଣ ପାଇଁ […]

jagannath temple
୨ ଦିନ ଉପବାସ ରହିବା ପରେ ଶ୍ରୀଜିଉଙ୍କ ନିକଟରେ ଲାଗି ହେଲା ଭୋଗ

ପୁରୀ: ୨ ଦିନ ଧରି ଉପବାସ ରହିବା ପରେ ଶେଷରେ ଶ୍ରୀଜିଉଙ୍କଙ୍କ ଠାରେ ଲାଗି ହେଲା ଭୋଗ। ଗତକାଲି ରାତିରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ସଂପର୍ଣ୍ଣ କରାଯାଇଛି।  ରାତି ୧୦. ୫୦ ମିନିଟ୍‌ରେ ମହାପ୍ରଭୁଙ୍କ ରୋସ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରାପାଳ ପୂଜା, ଗୋପାଳ ବଲ୍ଲଭ ନୀତି କରାଯାଇଥିଲା। ରାତି ୧. ୨୦ ମିନିଟ୍‌ରେ ମହାପ୍ରଭୁଙ୍କ ସକାଳ ଧୂପ କରାଯାଇ ଖେଚୁଡି ଭୋଗ କରାଯାଇଥିଲା।  ଗର୍ଭଗୃହକୁ କେବଳ ପାଳିଆ ସେବାୟତଙ୍କ ପ୍ରବେଶ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ […]

jagannath temple
ରାତି ଅନିଦ୍ରା ମହାପ୍ରଭୁ!

ପୁରୀ: ଅନିଦ୍ରାରେ ମହାପ୍ରଭୁ।  ଶ୍ରୀମନ୍ଦିର ନୀତିକାନ୍ତିରେ ଗୁରୁତର ବିଭ୍ରାଟ ଯୋଗୁ କାଲି ରାତିରେ ପହୁଡ ପଡିନଥିବା ସୂଚନା ମିଳିଛି।  ପହୁଡ଼ ନ ପଡ଼ିବାରୁ ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ। ଗତକାଲି ଭୋଗମଣ୍ଡପ ବିଳମ୍ବ ଯୋଗୁଁ ବାହାରି ପାରି ନଥିଲା ମହାପ୍ରସାଦ।  ଫଳରେ ଶ୍ରୀମନ୍ଦିର ରୋଷ ଘର ଭିତରେ ଏଯାଏ ରହିଛି କାଲିର ଅହ୍ମୁଣିଆ ମହାପ୍ରସାଦ।  ଭୋଗ ନ ଲାଗିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା କୁହାଯାଉଛି। ବିଧି ମୁତାବକ ଏସବୁ କୋଇଲି […]

puri
୨ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ଜଗମୋହନ

ପୁରୀ : ଖୋଲିଲା ଶ୍ରୀମନ୍ଦିର ଜଗମୋହନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଆଜିଠୁ ଭିତର କାଠ ପାଖରୁ ଦିଅଁ ଦର୍ଶନ ସୁଯୋଗ ପାଇଛନ୍ତି ଭକ୍ତ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସକାଳ ଧୂପ ପରେ ଆଜି ଭକ୍ତଙ୍କୁ ଜଗମୋହନକୁ ଛଡ଼ାଯାଇଥିଲା। ହେଲେ ଆରମ୍ଭରୁ ନୀତିରେ ବିଳମ୍ବ ପାଇଁ ସକାଳ ଧୂପ ସରୁ ସରୁ ୫ ଘଣ୍ଟା ବିଳମ୍ବ ହୋଇ ପ୍ରାୟ ସାଢ଼େ ୪ଟା ବାଜିଗଲା। ତା ପରେ ଆଜି ଅମାବାସ୍ୟା ଥିବାରୁ […]

puri
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଶ୍ରୀମନ୍ଦିରର ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସରିବା ପରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କୁ ବନକଲାଗି କରିବା ପାଇଁ ଭିତରକୁ ପ୍ରବେଶ କରିବେ। ଏଥିପାଇଁ ୪ଘଣ୍ଟା ଦର୍ଶନ ବନ୍ଦ ରହିବ। ଅପରାହ୍ନ ସାଢେ ୩ଟାରୁ ସାଢେ ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ସମୟ ନିର୍ଘଣ୍ଟ କରାଯାଇଛି।  

Attacking Woman Constable
ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ

ପୁରୀ: ପୁରୀରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ। ମାଡ଼ ମାରିଥିବା ଅନ୍ୟତମ ଅଭିଯୁକ୍ତ ଡାକ୍ତରାଣୀଙ୍କ ଭାଇଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଡାକ୍ତରାଣୀ ଜଣକ ଅସୁସ୍ଥ ହେବାଫଳରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ମାର୍କେଟ ଛକରେ ସିଗ୍‌ନାଲ୍‌ ଭଙ୍ଗକୁ ନେଇ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଜଣଙ୍କ ପ୍ରତିବାଦ କରିବାରୁ ଡାକ୍ତରାଣୀ ଓ ତାଙ୍କ ଭାଇଙ୍କ ମଧ୍ୟରେ ମହିଳା ଟ୍ରାଫିକ କନଷ୍ଟେବଳଙ୍କ ସହ ପାଟିତୁଣ୍ଡ ହୋଇଥିଲା ଓ ପରେ ଡାକ୍ତରାଣୀ ଦେବଯାନୀ ଓ ତାଙ୍କ […]

jagannath temple
ରତ୍ନଭଣ୍ଡାର ଖୋଲିବା ନେଇ ଛତିଶା ନିଯୋଗର ସହମତି

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିବାବେଳେ କେବେ ଖୋଲାଯିବ ସେନେଇ ନିଷ୍ପତ୍ତି ହୋଇପାରିନାହିଁ। ତେବେ ବୈଠକରେ ରତ୍ନଭଣ୍ଡାର ପ୍ରବେଶ ଲାଗି ନୀତି ନିର୍ଦ୍ଧାରଣ ହୋଇଛି। ତା’ ସହ ରତ୍ନଭଣ୍ଡାରକୁ କେଉଁମାନେ ଯିବେ ସେନେଇ ଏକ ୧୦ ଜଣିଆ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ହେଲେ ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଡ଼ଉ କରଣ, […]

minor
ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା : ଜଣେ ନାବାଳକଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ

ପିପିଲି : ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସହ ତାକୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ନାବାଳକକୁ ମୁମୂର୍ଷୁ ଅବସ୍ଥାରେ ପିପିଲି ପୋଲିସ ଉଦ୍ଧାର କରି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛି। ଗତକାଲି ଅପରାହ୍ଣରେ ୮ ବର୍ଷର ନାବାଳକ ଖେଳୁଥିବା ବେଳେ ପଡୋଶୀ ଜୁମା ଖାଁ ଆମ୍ବ ଦେବାକୁ ପ୍ରଲୋଭନ ଦେଖାଇ ସାଇକେଲରେ ନେଇଯାଇଥିଲା। ପୁରୀ-ଭୁବନେଶ୍ୱର […]

jagannath temple
ଆଜି ଖୋଲିପାରେ ରତ୍ନଭଣ୍ଡାର

ପୁରୀ: ଆଜି ଖୋଲିପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ଆଜି ବସିବାକୁ ଯାଉଛି ରତ୍ନଭଣ୍ଡାର ସବ୍ କମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଗଜପତିଙ୍କ ପ୍ରତିନିଧି, ପରିଚାଳନା କମିଟିର ୨ ସଦସ୍ୟ ଉପସ୍ଥିତ ରହିବେ। ଏଥିରେ ରତ୍ନଭଣ୍ଡାର ଖୋଲିବା ସମ୍ପର୍କିତ ଶ୍ରୀମନ୍ଦିର ଆଇନକୁ ତର୍ଜମା କରାଯିବା ସହ ବିଭିନ୍ନ ବିଧିବ୍ୟବସ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଓ ଆସନ୍ତାକାଲି ଭଣ୍ଡାରର ବାସ୍ତବିକ ସ୍ଥିତି ଯାଞ୍ଚ କରାଯିବ। ଯାଞ୍ଚ ପରେ […]

bombing
ଜେଟି ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ

ବ୍ରହ୍ମଗିରି: ଜେଟି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୁଳି ଓ ବୋମାମାଡ଼।  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ନୂଆଗାଁ ଓ ସିପାକୁଦା ଗାଁ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ସୂଚନା ଅନୁସାରେ, କିଆନାସିର ସରକାରୀ ଜମିକୁ ନେଇ ସୃଷ୍ଟି ହୋଇଛି ଏହି ଗଣ୍ଡଗୋଳ। କିଆନାସିରେ ନିର୍ମିତ ଜେଟିକୁ ବିରୋଧ କରୁଛନ୍ତି ସିପାକୁଦା ଗାଁ ଲୋକେ। ଉଭୟ ପକ୍ଷରୁ ୧୦୦ରୁ ଅଧିକ ବୋମାମାଡ଼ ହୋଇଥିବାର ସୂଚନା ମିଳିଛି। ଏହି ଘଟଣାରେ ପ୍ରାୟ ୩୦ ଜଣ […]

Little Servitor
କାଳିଆ ଠାକୁରଙ୍କ ସେବାରେ କୁନି ସେବାୟତ

କାଳିଆ ଠାକୁରଙ୍କ ସେବାରେ କୁନି ସେବାୟତ । ଛୋଟ ବୟସରୁ ମହାପ୍ରଭୁଙ୍କୁ ସମର୍ପି ଦେଇଛନ୍ତି ନିଜକୁ ।

mahalaxmi
ଆଜି ହେରା ପଞ୍ଚମୀ:ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି  ହେରା ପଞ୍ଚମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ, ଗୁଣ୍ଡିଚା ମନ୍ଦିରକୁ ଆସିବେ। ମହାଲକ୍ଷ୍ମୀଙ୍କ ନୀତିକାନ୍ତି ନନ୍ଦିଘୋଷ ରଥ ନିକଟରେ ବିଦ୍ୟାପତି ସେବାୟତଙ୍କ ଦ୍ୱାରା କରାଯାଇଥିଲା।

Balasore Prabhati panda
ବୟସ ୭୦ ଟପିଲାଣି, ଆଖିକୁ ଦେଖାଯାଉନି ! ତଥାପି ପୁରୀ ଯାଇ କାଳିଆ ସାଆନ୍ତକୁ ଦର୍ଶନ କରିବାକୁ ମନ

ଜଗତ ନିୟନ୍ତା ଜଗନ୍ନାଥ ଭକ୍ତ ବଚ୍ଛଳ । ସେ ରତ୍ନ ସିଂହାସନରେ ବସୁଛନ୍ତି ସତ, ହେଲେ ଭକ୍ତ ଡାକ ଦେଲେ କୁଡ଼ିଆ ଘର ହେଉ ଅବା ଶ୍ମଶାନ, ସବୁଠି ବିଦ୍ୟମାନ ହୁଅନ୍ତି ।

Gundicha Temple
ଆଡ଼ପ ମଣ୍ଡପରେ ଶ୍ରୀଜିଉ: ସୁରୁଖୁରୁରେ ଚାଲିଛି ନୀତିକାନ୍ତି

ଗତକାଲି ସଂଧ୍ୟା ଧୂପ ନୀତି ପରେ ଘୋଡା ଫିଟା ଯାଇ ଚାରମାଳ ଲଗାଯିବା ସହ ପୁଷ୍ପାଞ୍ଜଳି କରାଯାଇ ପ୍ରଥମେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ପରେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଜନ୍ମ ବେଦୀକୁ ବିଜେ କରାଯାଇଥିଲା । ମହାବାହୁଙ୍କ ଏହି ବିଶେଷ ଓ ଅନନ୍ୟ ଆଡପ ମଣ୍ଡପ ବିଜେ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା ।