ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ ମନୋବଳ ହାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଲା, ସେ କୌଣସି ଦଳର ସମର୍ଥନ ନିଅନ୍ତି ନାହିଁ। ସବୁବେଳେ ସ୍ୱାଧୀନ ପ୍ରାର୍ଥୀ। ତା ପୁଣି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନରେ। ଆସନ୍ତୁ ଭେଟିବା ଏହି ନିଆରା ବ୍ୟକ୍ତିଙ୍କୁ।
ଏବେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ କାହିଁକି ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜୁଛନ୍ତି?
ପ୍ରଥମ ପର୍ଯ୍ୟାୟ ଭୋଟ ସରିବାର ୧୦ ଦିନ ପରେ ହେବ ଗଣତି। ସେଦୃଷ୍ଟିରୁ ଭୋଟ ବାକ୍ସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।
ପୂର୍ବ ପ୍ରତିଶ୍ରୁତି ପାଳନ କରିନଥିବାରୁ କେଉଁଠି ପ୍ରଶ୍ନବାଣରେ ଘାଇଲା ତ କେଉଁଠି ଔଦ୍ଧତ୍ୟ ଆଚରଣ ଦେଖାଇ ଭାଇରାଲ୍ ହେଉଛନ୍ତି।
ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବା ସହ କର୍ମୀଙ୍କୁ ବି ଦେଉଛନ୍ତି ଗୁରୁମନ୍ତ୍ର
ପରିସ୍ଥିତି ଏପରି ହେଲା କି ରଘୁନାଥଙ୍କୁ ପୋଲିସ୍ ସୁରକ୍ଷାରେ ଆଣିବାକୁ ପଡ଼ିଲା।
କୋଟିଆରେ କୋରାପୁଟ ଜିଲ୍ଲାପ୍ରଶାସନ ଭୋଟ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନମାନୀ ଜାରି ରଖିଛି ଆନ୍ଧ୍ର।
ନିର୍ବାଚନ ଆସିଲା ବେଳକୁ ପ୍ରାର୍ଥୀ କହୁଛନ୍ତି ତମେ ଯାହା ଚାହିଁବ ଆମେ କରିଦେବୁ।
ନେତା ଓ ଅଧିକାରୀଙ୍କୁ ସେମାନେ କେତେ ଗୁହାରି କରିଥିଲେ ମଧ୍ୟ କିଛି ଲାଭ ଦେଇ ନାହାନ୍ତି। ତେଣୁ ଏଥର ଲୋକେ ତାତିଛନ୍ତି।
ନା ସଭା ସମିତି ମାଧ୍ୟମରେ ପ୍ରଚାର ହୋଇପାରୁଛି ନା ରାଲି, ରୋଡ୍ ସୋ ପାଇଁ ଅନୁମତି ମିଳିଛି । ତଥାପି କଟକଣା ଭିତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାଏ ଅଭିନବ ପ୍ରଚାରରେ କ୍ୟାମ୍ପେନିଂ ପାଇଁ ଲାଗି ପଡିଛନ୍ତି । ଆପଣାଉଛନ୍ତି ଅଲଗା ଅଲଗା ଫଣ୍ଡା । ବିଭିନ୍ନ ସ୍ଥାନରେ ନିଜ ନିଜର ନିର୍ବାଚନୀ ଚିହ୍ନକୁ ଧରି ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ।
ଏ ରୁହ ମ...ମୋର ଟିକିଏ ତଳ ସାହିରେ କାମ ଅଛି...ମହିଳାଙ୍କୁ ମୁଁ ଟିକିଏ ଦେଇକି ଆଲେ, ତା’ପରେ ତୁମ କଥା ବୁଝିବା..
ନିର୍ବାଚନ ମଇଦାନରେ ସେହି ମହାଶୟଙ୍କ ଜୋଶ୍ ଦେଖିଲେ ଠିକ୍ ଅନୁମାନ କରିହେଉଛି, ଯେମିତି ବୟସ ୟାଙ୍କ ପାଖେ ହାର ମାନିଛି । ଉଭୟ ଚାଲି ଓ ବୋଲି ଦୁଇଟି ଯାକରେ ପାରଙ୍ଗମ ।
ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।
ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ଅଭିଯୋଗ କରିହେବ । ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ ।
ବୃଦ୍ଧ ଜଣକ ସେମାନଙ୍କ ହାତରୁ କିଛି ଟଙ୍କା ଧରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ଅସ୍ୱୀକାର କରିବା ସହ ସେମିତି କିଛି ହୋଇନଥିବା ସଂପୃକ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି ।
ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର ।
ପଞ୍ଚାୟତ ନିର୍ବାଚନାରେ ପଛୁଆ ବର୍ଗଙ୍କୁ କେଉଁ ଦଳ ଦେଇଛି କେତେ ଟିକଟ ? ଏହାକୁ ନେଇ ପୁଣି ତେଜିଛି ପଛୁଆ ବର୍ଗ ସଂରକ୍ଷଣ ପଲିଟିକ୍ସ । ବିଜେଡି କହୁଛି ୪୦ ପ୍ରତିଶତ ଆସନରେ ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକଟ ଦେବାକୁ ଚିଠା ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଦେଇଛୁ ୪୮ପ୍ରତିଶତ ।
ଏଥରର ପଞ୍ଚାୟତ ନିର୍ବାଚନରେ ସଭା, ସମାବେଶ, ରାଲି, ରୋଡ୍ ସୋ ଉପରେ ଲାଗିଛି କଟକଣା । ତା ବଦଳରେ ଦେଖିବାକୁ ମିଳୁଛି ଡିିଜିଟାଲ କ୍ୟାମ୍ପେନିଂ ।
କେଉଁଠି ଟାୱାର ନାହିଁ ତ ଆଉ କେଉଁଠି ନେଟ୍ୱାର୍କ ଥିଲେ ବି ବାଲାନ୍ସ କିମ୍ବା ସ୍ମାର୍ଟଫୋନ୍ କିଣିବାକୁ ଲୋକଙ୍କ ପାଖରେ ଟଙ୍କା ନାହିଁ । ବିଶେଷ କରି ଉପାନ୍ତ ଇଲାକାରେ ଏହି ସମସ୍ୟା ଉତ୍କଟ ହୋଇଛି । କରୋନା ସଂକ୍ରମଣକୁ ଦେଖି ଡିଜିଟାଲ୍ କ୍ୟାମ୍ପେନ୍କୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ସତ ।
ପ୍ରଚାର ମଇଦାନରେ ନେତା । ଗାଁକୁ ଗାଁ ବୁଲି, ଘରକୁ ଘର ଯାଇ ଭୋଟ୍ ଭିକ୍ଷା କାରୁଛନ୍ତି । ହେଲେ ଯେଉଁ ଗାଁକୁ ବି ନେତା ଯାଉଛନ୍ତି ସେଇଠି କେବଳ ଗୋଟିଏ ଚର୍ଚ୍ଚା ମୋବାଇଲ୍ ନେଟ୍ୱାର୍କ ।
ଗୀତରେ ଗୀତରେ ପ୍ରାର୍ଥୀଙ୍କ ନାଁ, କେଉଁ ପଞ୍ଚାୟତରୁ, କେଉଁ ପଦବୀ ପାଇଁ ଲଢୁଛନ୍ତି, ଏସବୁର ପ୍ରଚାର କରାଯାଉଛି । ନିର୍ବାଚନୀ ପ୍ରତିଶ୍ରୁତି ବି ରହିଛି ଏଥିରେ । ତେଣୁ ରେକର୍ଡିଂ ଷ୍ଟୁଡିଓରେ ଅନୁଭବ ହେଉଛି ପଞ୍ଚାୟତ ନିର୍ବାଚନୀ ଉଷ୍ଣତା ।
୫୮ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ଠିଆ କରାଇଥିବା କହିଛି କଂଗ୍ରେସ । ତେବେ ସଂରକ୍ଷଣ ନିୟମ ଅନୁସାରେ ଅନୂସଚିତ ଜନଜାତି ପାଇଁ ୨୨.୮୫ ପ୍ରତିଶତ ଏବଂ ଅନୁସୂଚିତଜାତି ପାଇଁ ୧୭.୧୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।
ପ୍ରାର୍ଥୀ ଆସିଲେ ପ୍ରଥମେ ପ୍ରଶ୍ନ କରୁଛନ୍ତି, ‘କୁହ ୫ ବର୍ଷରେ ଆମ ପାଇଁ କଣ କରିଛ ? ଯାହା ଆଶା ଦେଖାଇଥିଲ ତାହା ପୂରଣ କରିଛ କି ? ଏଭଳି କିଛି ସିଧାସଳଖ ପ୍ରଶ୍ନ କରି ଭୋଟ୍ ମାଗିବାକୁ ଆସିଥିବା ନେତାଙ୍କୁ ଘାଇଲା କରୁଛନ୍ତି ମହିଳା ।