Advertisment

ପୁଣି ବଢ଼ିଲା କଟକଣା ଅବଧି, ହେବନି ରାଲି କି ରୋଡ୍‌ ସୋ

ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।

author-image
Satyendu Shekher Mishra
undefined

VOTE

ପୁଣି ବଢ଼ିଲା କଟକଣା ଅବଧି । ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ଲାଗୁ କଟକଣାର ଅବଧି ବଢ଼ାଇଛନ୍ତି ସରକାର । ପୂର୍ବରୁ ଲାଗୁ କଟକଣାକୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କଟକଣା ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏହି କଟକଣା ମଧ୍ୟରେ ରାଲି, ରୋଡ୍ ସୋ, ପଦଯାତ୍ରା, ବାଇକ ରାଲି କରାଯାଇପାରିବ ନାହିଁ । ଅର୍ଥାତ୍‌ ଫେବ୍ରୁଆରୀ ୧୧ ତାରିଖ ଯାଏଁ ରାଜନୈତି ଦଳମାନେ କୌଣସି ପ୍ରକାର ରାଲି କରିପାରିବେ ନାହିଁ କିମ୍ବା ରୋଡ୍ ସୋ କି ପଦଯାତ୍ରା ବି କରିପାରିବେ ନାହିଁ ।ୟ

Advertisment

ତେବେ ଲାଗୁ ହୋଇଥିବା କଟକଣାରେ କିଛି କୋହଳ କରିଛନ୍ତି ନିର୍ବାଚନ କମିଶନ । ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।

Assembly Panchayat Election Election
Advertisment
Advertisment