Advertisment

'ଘର ତ ଦୂରର କଥା, ଖଣ୍ଡେ ଲାଟିନ୍‌ ବି କରିପାରିଲେନି'

ନିର୍ବାଚନ ଆସିଲା ବେଳକୁ ପ୍ରାର୍ଥୀ କହୁଛନ୍ତି ତମେ ଯାହା ଚାହିଁବ ଆମେ କରିଦେବୁ।

author-image
Chandan Shishu
ଅଦ୍ୟତନ ହୋଇଛି
Public Opinion

Public Opinion

ପୁରୀ: ନିର୍ବାଚନ ଯେତେ ପାଖେଇ ଆସୁଛି, ଗାଁ ଗାଁରେ ରାଜନୀତି ପାଣିପାଗ ସେତେ ସରଗରମ ହେଉଛି। ସବୁଠି ଏବେ ରାଜନୀତି ଚର୍ଚ୍ଚା। ତେବେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀମାନେ ଆପ୍ରାଣ ଉଦ୍ୟମ କରୁଛନ୍ତି। କାହିଁକିନା ହାତରେ ଆଉ ଦିନ କେଇଟା ବାକି ରହିଛି, ଆଉ ତାପରେ ଭାଗ୍ୟ ପରୀକ୍ଷା। ତେବେ ପ୍ରାର୍ଥୀଙ୍କ ପରୀକ୍ଷା କେମିତି ନେବେ ଭୋଟର୍, ଆସନ୍ତୁ ଜାଣିବା। ଏନେଇ କଣ କହୁଛନ୍ତି ବଳଙ୍ଗାବାସୀ। ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ଥିବା ଉଠା ଓ ସ୍ଥାୟୀ ଦୋକାନୀଙ୍କଠୁ ମତାମତ ସଂଗ୍ରହ କରାଯାଇଥିଲା।

ଏନେଇ ଜଣେ ମହିଳା କୁସୁମଲତା ମହାପାତ୍ର କହିଛନ୍ତି- ମୁଁ ଏଠାରେ ଦୋକାନ କରିବା ୩୦ ବର୍ଷ ହେଲାଣି ଦୋକାନ କରିଛି। ମୋ ପାଖରେ ତ ଧନ ନାହିଁ। ପିଲାମାନେ ପାଠ ପଢୁଛନ୍ତି। ପୁଅ ମେରୁଦଣ୍ଡରେ ଯନ୍ତ୍ରଣା ଭୋଗୁଛି। ନାତିକୁ ନିମୋନିଆ, ମା ମଧ୍ୟ କର୍କଟ ରୋଗରେ ଆକ୍ରାନ୍ତ। ମୁଁ ନିଜେ ଦିବ୍ୟାଙ୍ଗ ହୋଇ ମଧ୍ୟ ପରିବା ବିକ୍ରି କରିବାକୁ ଆସୁଛି। ଯେତିକି ଆୟ କରୁଛି ସେତିକିରେ ପରିବାର ଚଳୁଛି। ହେଲେ ମୋ କଥା କେହି ଶୁଣୁନାହାନ୍ତି। କିନ୍ତୁ ନିର୍ବାଚନ ଆସିଲା ବେଳକୁ ପ୍ରାର୍ଥୀ କହୁଛନ୍ତି ତମେ ଯାହା ଚାହିଁବ ଆମେ କରିଦେବୁ। ଘର ଦୁଆର, ଲାଟିନ୍, ଭତ୍ତା କରିଦେବୁ। ଚାଉଳ ଆଣିଦେବୁ। ହେଲେ ଜିତିଗଲା ପରେ ଆଉ ପଚାରନ୍ତି ବି ନାହିଁ। ଲାଟିନ୍ ଖଣ୍ଡେ କରିବାକୁ କହିଲି ବୋଲି ସେମାନେ ମନା କଲେ।

ସେହିପରି ଅନ୍ୟଜଣେ ଦୋକାନୀ କହିଛନ୍ତି- ଆମ ପାଇଁ ସ୍ଥାୟୀ ଦୋକାନ ଘର କିଛି ବିନାହିଁ। ଆମ ଗାଁରେ ଗୋଟିଏ ପରିବାରକୁ ୩ଟି ଇନ୍ଦିରାଆବାସ ଦିଆଯାଇଛି। ମୁଁ ଭୂମିହୀନ, ୬ ଭାଇ। ଇନ୍ଦିରାଆବାସ କଥା କହିଲେ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି।

Advertisment
Panchayat Election Public Opinion
Advertisment
Advertisment