Advertisment

ସରପଞ୍ଚ ପଦ ପାଇଁ ମଇଦାନରେ ରିକ୍ସା ଚାଳକ

ରିକ୍ସା ଚଳାଉଥିଲେ ବି ମୁଁ ଗରିବଙ୍କ ଦୁଃଖ ବୁଝିପାରିବି।

author-image
Chandan Shishu
Panchayat Election

Panchayat Election

ବାଲେଶ୍ୱର: ପେଶା ତାଙ୍କର ରିକ୍ସା ଚଲାଇବା ହେଲେ ନିଶା ରାଜନୀତି। ପଞ୍ଚାୟତ ନିର୍ବାଚନରେ ଲଢ଼ି ଲୋକଙ୍କ ସେବା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି ସନାତନ ଦାସ। ବାଲେଶ୍ୱର ରେମୁଣା ବ୍ଲକର ମନ୍ଦାରପୁରରୁ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ସନାତନ। ପୂର୍ବରୁ ସମିତି ସଭ୍ୟ, ସରପଞ୍ଚ ଭାବେ ବି ସେ ନିର୍ବାଚନ ଲଢ଼ିଥିଲେ। ନିର୍ବାଚନ ହାରି ବି ପଞ୍ଚଘୁଞ୍ଚା ଦେଇନାହନ୍ତି କି ହାର ମାନି ନାହାନ୍ତି। ଏଥର ନିର୍ବାଚନରେ ଲୋକଙ୍କ ପାଖକୁ ପହଞ୍ଚି ଭୋଟ୍ ଭିକ୍ଷା କରୁଛନ୍ତି ସନାତନ।

Advertisment

ଏନେଇ ସରପଞ୍ଚ ପ୍ରାର୍ଥୀ ସନାତନ ଦାସ କହିଛି ମୁଁ ପୂର୍ବରୁ ସମିତି ସଭ୍ୟ ଭାବେ ଛିଡ଼ା ହୋଇଥିଲି। ସମିତି ସଭ୍ୟ ଭାବେ ଛିଡ଼ା ହୋଇଥିଲି। ୩୦୦ ଭୋଟ୍ ପାଇଥିଲି। ଏଥର ମୁଁ ସରପଞ୍ଚ ଭାବେ ଛିଡ଼ା ହୋଇଛି। ସମସ୍ତେ ମୋତେ ଭୋଟ୍ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ମଧ୍ୟ ଜିତିବା ପାଇଁ ଆଶା ରଖିଛି। ରିକ୍ସା ଚଳାଉଥିଲେ ବି ମୁଁ ଗରିବଙ୍କ ଦୁଃଖ ବୁଝିପାରିବି। ଜଣେ ରିକ୍ସା ଚାଳକ ଗରିବ ହେଲେ ମଧ୍ୟ ଛିଡା ହୋଇପାରିବ। 

ସେହିପରି ସନାତନଙ୍କ ସମର୍ଥକ କହିଛନ୍ତି ଯେ ସନାତନ ସରପଞ୍ଚ ପ୍ରାର୍ଥୀ ହେବା ପରେ ଆମେ ୩ଶହ ଟଙ୍କା ଆଦାୟ କରିବା ପରେ ସେହି ଅର୍ଥରେ ସେ ପୁସିଂ କାର୍ଡ ଓ ବ୍ୟାନର୍ ତିଆରି କରିଥିଲେ। ଏବେ ସେ ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି। ସନାତନଙ୍କୁ ଲୋକଙ୍କ ମଧ୍ୟ ଜନସମର୍ଥନ ରହିଛି।

Advertisment
Panchayat Election Sarapanch
Advertisment
Advertisment