ଗଣ୍ଡଗୋଳ.. ହିଂସା... ଗୋଷ୍ଠୀ ସଂଘର୍ଷ.. ବୁଥ୍ ରିଗିଂ... ଟଙ୍କା ବଣ୍ଟାକୁ ନେଇ ଅସନ୍ତୋଷ.. ସାମ୍ବାଦିକଙ୍କୁ ଆକ୍ରମଣ । ସାରା ରାଜ୍ୟରେ ପଂଚାୟତ ନିର୍ବାଚନବେଳେ ଦେଖିବାକୁ ମିଳିଛି ବିଶୃଙ୍ଖଳାର ଏଭଳି ମାଳମାଳ ଚିତ୍ର ।
ବଳଦା ପଂଚାୟତ ଗୁରୁଡ଼ା ନିକଟ ଠାକୁରାମୀ ଗାଁରେ ଦୁଇ ସରପଂଚ ପ୍ରାର୍ଥୀ ରଜିଂତା ନାୟକ ଓ ବରୁଣ କୁମାର ନାୟକଙ୍କ ଗୋଷ୍ଠୀ ମୁହାଁମୁହିଁ ।
ବେଜେଡି ପ୍ରାର୍ଥୀ ଓ ନେତ୍ରୀ ଓଡ଼ିଆଙ୍କ ଆରାଧ୍ୟ ଜଗନ୍ନାଥଙ୍କ ଫଟୋ ଛୁଆଇଁ ଭୋଟ ଦେବାକୁ କରାଉଛନ୍ତି ଶପଥ । ଭାଇରାଲ ହେଉଛି ଭିଡିଓ
ସରିଲା ତୃତୀୟ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଉପକୂଳରୁ ଉପାନ୍ତ ସବୁଠି ଆଗ୍ରହର ସହ ନିଜ ନିଜର ମନପସନ୍ଦର ପ୍ରାର୍ଥୀ ବାଛିଲେ ଭୋଟର୍ । ଯୁବ, ମହିଳା, ବୟସ୍କ ହୁଅନ୍ତୁ କି ଦିବ୍ୟାଙ୍ଗ ମତଦାତା, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଥିଲେ ।
ସୀମା ଟପିଲା ଭୋଟ୍ ହିଂସା, ବିଶୃଙ୍ଖଳା। ରାଜନଗରରେ ପୋଲିସ୍କୁ ପିଟିଲେ। ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ। ତିହିଡ଼ିରେ ବୁଥ୍ ଜବରଦଖଲ। ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ ବେଳେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ଚରମ ବିଶୃଙ୍ଖଳାର ମାଳ ମାଳ ଚିତ୍ର।
ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍। ଦୁଇ ପଦରେ ଦୁଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ୧୦ ଲକ୍ଷ ଟଙ୍କାର ଡିଲ୍ ପାଇଁ ଲିଖିତ ଚୁକ୍ତିନାମା। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ପଞ୍ଚାୟତରୁ।
ଗଂଜାମ ଧରାକୋଟ୍ ବ୍ଲକ ସାବା ପଂଚାୟତର କୋଟିଣଗଣ୍ଡା ଓ ଅଶୋକପଲ୍ଲୀର ଦୁଇଟି ସ୍ଥାନରେ ଗଛମୂଳେ ଭୋଟ୍ ଦେଇଛନ୍ତି ଭୋଟର୍ । ଗାଁରେ କୌଣସି ସ୍କୁଲ ଗୃହ କିମ୍ବା କମ୍ୟୁନିଟି ହଲ୍ ନଥିବାରୁ ଗଛ ତଳେ ଭୋଟ୍ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ହିଂସା ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି ।
ଗତ ୧୮ ତାରିଖରେ ବୌଦ୍ଧ ଜିଲ୍ଲା ରକ୍ସା ପଂଚାୟତ ଚଉଁରିଆପଦରରେ ମତଦାନ ବେଳେ ବୁଥ କ୍ୟାପଚରିଂ ଅଭିଯୋଗ ହୋଇଥିଲା । ଏଣୁ ଆସନ୍ତା ୨୩ ତାରିଖରେ ସେହି ବୁଥରେ ସାନି ମତଦାନ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଭୋଟଗ୍ରହଣ କେନ୍ଦ୍ରରେ ଉତ୍ତେଜନା ପରେ ଲୋକଙ୍କୁ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା । ବାଲାଟ ପେପର ଭିଜିଥିଲେ ପୁଣିଥରେ ଭୋଟ କରିବାକୁ ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିଲା । ପରିସ୍ଥିତି ଶାନ୍ତ ହେବା ପରେ ପୁଣି ଧାଡ଼ିରେ ଆସି ଭୋଟ ଦେଇଥିଲେ ଲୋକେ ।
ଶାସକ ଦଳ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।
୨୦୨୨ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । କାରଣ ଏବେ ଦଳରେ କୁହୁଳୁଛି ଗୋଷ୍ଠୀ କନ୍ଦଳ ନିଆଁ । କ୍ୟାନ୍ସର୍ ଭଳି ମାଡ଼ିଗଲାଣି ଦଳୀୟ କନ୍ଦଳ ରୋଗ । କେହି କାହାକୁ ଛାଡ଼ିବାକୁ ନାରାଜ ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ପଞ୍ଚାୟତବାସୀ ଭଦ୍ରକ ଯାଜପୁର ରାସ୍ତାର କଲାଗୟାଁରେ ୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିରଖିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ । ଗତକାଲି ସଂଧ୍ୟାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ ହୋଇଛି ।
ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ଆଜି ବିଭିନ୍ନ ସ୍ଥାନରେ କିଭଳି ବିଜେଡି ଦ୍ୱାରା ନିର୍ବାଚନୀ ହିଂସା ହୋଇଥିଲା, ତାର ଭିଡିଓ ପ୍ରଦର୍ଶନ କରି ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।
ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲେ ମଧ୍ୟ ତାର ଢେର ଆଗରୁ ବୁଥଗୁଡିକରେ ମତଦାତାଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ଯାଜପୁର ଜିଲ୍ଲା କନିକାପଡ଼ା ପଞ୍ଚାୟତ ମଧୁପୁରରେ ୮ ନମ୍ବର ବୁଥ୍ କ୍ୟାପ୍ଚରିଂ । ଲୋକେ ଜୋରଜବରଦସ୍ତ ପଶିଲେ । ପ୍ରିଜାଇଡିଂ ଅଫିସରଙ୍କଠୁ ବାଲାଟ ପେପର ଛଡ଼ାଇ ମୋହର ବାଡ଼େଇ ଚାଲିଲେ ।
ପୋଖରୀକୁ ଫିଙ୍ଗିଦେଲେ ଭୋଟ ବାକ୍ସ । ଯାଜପୁର ଦଶରଥପୁର ବ୍ଲକ୍ରେ ଦେଖାଦେଇଛି ଏଭଳି ଉତ୍ତେଜନା । ଏଠାକାର ୯ ନମ୍ବର ବୁଥ୍ର ଭୋଟ୍ ବାକ୍ସ ନେଇ ପୋଖରୀରେ ଫିଙ୍ଗି ଦେଇଛନ୍ତି ଦୁର୍ବତ୍ତ ।
ଭୋଟ୍ ଦେଉଥିବା ଲୋକଙ୍କ ଆଙ୍ଗୁଠିରେ ଲାଗିଥାଏ ଏକ ନୀଳ ରଙ୍ଗର କାଳି। କିଛି ଦିନ ପାଇଁ ଏହା ଲିଭି ନଥାଏ। ଯାହା ଫଳରେ କି କୌଣସି ଭୋଟର ଦ୍ୱିତୀୟ ଥର ପାଇଁ ଭୋଟ୍ ଦେଇ ପାରିବେ ନାହିଁ। ତେବେ ଭାରତୀୟ ନିର୍ବାଚନରେ ଏହି କାଳି ବ୍ୟବହାର ହେବାର ୬୦ ବର୍ଷ ହେବାକୁ ଯାଉଛି। ଆସନ୍ତୁ ଏହାର ଇତିହାସର ରୋଚକ କାହାଣୀ।
କାଲି ପଞ୍ଚାୟତ ନିର୍ବାଚନ। ଏଣେ ହୁ ହୁ ହୋଇ ବଢିଚାଲିଛି ରାଜନୈତିକ ହିଂସା। କେଉଁଠି ମାର୍ପିଟ୍ ହୋଇ କେହି ଲହୁଲୁହାଣ ହେଲେଣି ତ କେଉଁଠି କାହା ଘରେ ଲଗେଇ ଦିଆଯାଉଛି ନିଆଁ। ଏହାକୁ ନେଇ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ତିନି ପ୍ରମୁଖ ରାଜନୈତିକ ଦଳ।
କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ବଳଦା ଗାଁରେ ଗୋଷ୍ଠୀ ସଂଘର୍ଷର ଭୟଙ୍କର ପରିଣତି।
କଥା କେବଳ ଏଇଠି ସରୁନି, ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି।
ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଚାର ବନ୍ଦ ହେବ।
ପ୍ରମିଳାଙ୍କ ଠାରୁ ସୋ କଜ୍ ନୋଟିସ୍ ଉତ୍ତର ପାଇବା ପରେ ପଦକ୍ଷେପ ନିଆଯାଇଛି।
ବିଧାୟକଙ୍କ ନାଁରେ ଶାଢ଼ୀ ବାଣ୍ଟିବା ଅଭିଯୋଗ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ିରୁ ଶାଢ଼ୀ, ଟାଓ୍ୱଲ ଓ ଉତ୍ତରୀୟ ମିଳିବା ଘଟଣା । ବ୍ଲକ୍ ନିର୍ବାଚନ ଅଧିକାରୀ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରି ପାପଡ଼ାହାଣ୍ଡି ଥାନାକୁ ଆଣିଛନ୍ତି।