/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644727579.jpg)
The legislator was distributing the sari; Villagers and former legislators arrested
ବିଧାୟକଙ୍କ ନାଁରେ ଶାଢ଼ୀ ବାଣ୍ଟିବା ଅଭିଯୋଗ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ିରୁ ଶାଢ଼ୀ, ଟାଓ୍ୱଲ ଓ ଉତ୍ତରୀୟ ମିଳିବା ଘଟଣା । ବ୍ଲକ୍ ନିର୍ବାଚନ ଅଧିକାରୀ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରି ପାପଡ଼ାହାଣ୍ଡି ଥାନାକୁ ଆଣିଛନ୍ତି। ବ୍ଲକ୍ ନିର୍ବାଚନ ଅଧିକାରୀ ତଥା ପାପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଗାଡ଼ିରୁ ୨୮୪ଟି ଶାଢ଼ୀ, ୫୦୦ଟି ଟାଓ୍ୱଲ୍, ୧୫୮ଟି ଟର୍କିସ୍ ଟାଓ୍ୱଲ୍ ଓ ୧୬୨ଟି ଉତ୍ତରୀୟ ମିଳିଛି ।
ପାପଡ଼ାହାଣ୍ଡି ଜିଲ୍ଲା ପରିଷଦ ଜୋନ୍ -୨ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଲିପିକା ମାଝୀ ଏନେଇ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।
ସୂଚନା ଅନୁସାରେ, ନବରଙ୍ଗପୁର ରଣ୍ଡାଗୁଡ଼ାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ତାଙ୍କ ଗାଡ଼ିରେ ଶାଢୀ ଓ ଟାୱେଲ ଭର୍ତ୍ତି କରି ଲୋକଙ୍କୁ ବାଣ୍ଟୁଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଲୋକେ ଗାଡ଼ିକୁ ଅଟକ ରଖିଥିଲେ। ଶାଢୀ ବାଣ୍ଟିବା ବେଳେ ମନୋହରଙ୍କ ସହ ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ବଚସା ହୋଇଥିଲା । ଅନ୍ୟପକ୍ଷରେ ଏହି ଘଟଣାକୁ ରାଜନୈତିକ ଚକ୍ରାନ୍ତ ବୋଲି କହିଛନ୍ତି ବିଧାୟକ ମନୋହର ରନ୍ଧାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)