/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643530948.jpg)
Liquor Shop
ଅବକାରୀ ବିଭାଗର ବଡ଼ ସୂଚନା । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।
Advertisment
ଏହାସହ ସେ ଆହୁରି କହିଛନ୍ତି, ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛଇ । ଏହି ସ୍କ୍ୱାଡ୍ ବିଭିନ୍ନ ଦିଗରୁ ମଦ କାରବାର ବନ୍ଦ ରଖିବାକୁ ପଦକ୍ଷେପ ଦେବ । ଏମିତିକି ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ହେବ ବୋଲି କହିଛନ୍ତି ଅବକାରୀ ବିଭାଗ କମିଶନର ।
ସେ ଆହୁରି ମଧ୍ୟ କହିଛନ୍ତି, ନିଶା କାରବାର ରୋକିବାକୁ ବର୍ଡର ଚେକ୍ ପୋଷ୍ଟ କରାଯିବ । ଏମିତିକି ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ସାଧାରଣ ଲୋକ ଅଭିଯୋଗ କରିପାରିବେ । ନିର୍ବାଚନର ବେଳେ ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ହେବା ନିଷ୍ପତି ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)