Advertisment

ବିଜେପି ପାଇଁ ପ୍ରଚାର କଲେ ବିଜେଡି ନେତା !

ପରିସ୍ଥିତି ଏପରି ହେଲା କି ରଘୁନାଥଙ୍କୁ ପୋଲିସ୍ ସୁରକ୍ଷାରେ ଆଣିବାକୁ ପଡ଼ିଲା।

author-image
Chandan Shishu
BJD-BJD Clash

BJD-BJD Clash

ବାଲୁଗାଁ: ନିର୍ବାଚନ ପ୍ରଚାରକୁ ଯାଇ ହଟହଟା ହେଲେ ବିଜେଡି ନେତା। ଖୋର୍ଦ୍ଧା ବାଣପୁର କୁମାରାଙ୍ଗ ଗାଁରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କୁ ଘେରିଲେ ନିଜ ଦଳର କର୍ମୀ ଓ ନେତା। ପରିସ୍ଥିତି ଏପରି ହେଲା କି ରଘୁନାଥଙ୍କୁ ପୋଲିସ୍ ସୁରକ୍ଷାରେ ଆଣିବାକୁ ପଡ଼ିଲା। ଆଜି କୁମାରାଙ୍ଗ ଗାଁରେ କିଛି ପ୍ରାର୍ଥୀଙ୍କ ସହ ଆଲୋଚନା ଓ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ ରଘୁନାଥ। ହେଲେ ସେ ବିଜେଡି ବଦଳରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀ ଘଟଣାକୁ ନେଇ ଉତ୍ୟକ୍ତ ହେବା ସହ ରଘୁନାଥଙ୍କ ବିରୋଧ କରିଛନ୍ତି। ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରଘୁନାଥ। 

Advertisment

ସମିତି ସଭ୍ୟ ପ୍ରାର୍ଥୀ ମନୋଜ କୁମାର ପ୍ରଧାନ କହିଛନ୍ତି ଯେ- ଏଠାରେ ସମିତି ସଭ୍ୟ ପାଇଁ ୨ ଜଣ ପ୍ରାର୍ଥୀ ଅଛନ୍ତି। ଜଣେ ବିଜେଡି ସମର୍ଥିତ ପ୍ରାର୍ଥୀ ଓ ଅନ୍ୟ ଜଣେ ବିଜେପି ସମର୍ଥିତ ପ୍ରାର୍ଥୀ। ବିଜେପି ସମର୍ଥିତ ପ୍ରାର୍ଥୀ ପାଇଁ ପୂର୍ବତନ ବିଧାୟକ ପ୍ରଚାର କରିବା ପାଇଁ ଆସିଥିଲେ କିନ୍ତୁ ସେ ବିଜେଡିର ନାଁ ନେଇ ବିଜେପି ପାଇଁ ପ୍ରଚାର କରୁଛନ୍ତି।  ସେଥିପାଇଁ ପଞ୍ଚାୟତବାସୀ ବିରୋଧ କରିଛନ୍ତି। ଯଦି ସେ ବିଜେପି, ତାହାହେଲେ ବିଜେପିରେ ମିଶଯାଅ। କିନ୍ତୁ ବିଜେଡିରେ ଥାଇ ବିଜେପିକୁ ସାହାଯ୍ୟ କଲେ ଆମେ ପ୍ରଶୟ ଦେବୁନି, ନିଆଁ ଜାଳିଦେବୁ। 

ସେହିପରି ପୂର୍ବତନ ବିଧାୟକ ରଘୁନାଥ ସାହୁ କହିଛନ୍ତି ଯେ- ଗାଁ ଭିତରକୁ ଆସିବା ସମୟରେ କୁଆଡେ ଯାଉଛ ବୋଲି ମୋତେ ସମିତି ସଭ୍ୟ ପ୍ରାର୍ଥୀ ମନୋଜ କୁମାର ପ୍ରଧାନ ପଚାରିଥିଲେ। ବିଜେଡିରେ ଥାଇ ବିଜେପି ପାଇଁ ପ୍ରଚାର କରିବା ମିଛ। ମୁଁ ବିଜେଡିରେ ହିଁ ରହିଛି। ମନୋଜ କାହିଁକି ମୋତେ ବିରୋଧ କରୁଛି ମୁଁ ଜାଣିନି। ମୁଁ ମନୋଜକୁ ବହୁତ ଥର ସରପଞ୍ଚ କରାଇଛି, କିନ୍ତୁ ପ୍ରାର୍ଥୀ ହୋଇଥିଲେ ବି କାହିଁକି ଜଣାଇନୁ ବୋଲି ଏକଥା ପଚାରିଥିଲି। ମନୋଜ ପ୍ରାର୍ଥୀ ହୋଇଛି ବୋଲି ମୁଁ କେମିତି ଜାଣିବି?

Advertisment
Police Panchayat Election Candidate
Advertisment
Advertisment