Milestone Tunnel Progresses Rail Development
ଖୋଲିବ ରାଜ୍ୟର ସର୍ବବୃହତ୍ ଟନେଲ୍
ଖୁବଶୀଘ୍ର ଫିଟିବାକୁ ଯାଉଛି ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ନିର୍ମାଣାଧିନ ସୁଡ଼ଙ୍ଗର ବାଟ । ଏହି ରୁଟରେ ସଫଳ ହେବାକୁ ଯାଉଛି ବୌଦ୍ଧ-ଦଶପଲ୍ଲାବାସୀଙ୍କ ଟ୍ରେନ୍ ସ୍ୱପ୍ନ । ଉଭୟ ଜିଲ୍ଲାରେ ମୋଟ୍ ୭ଟି ଟନେଲରୁ ୬ଟିର ବାଟ ଫିଟିସାରିଛି । ବୌଦ୍ଧ ଜିଲ୍ଳାର ଆଡ଼େଣିଗଡ଼ରେ କେବଳ ବାକି ଅଛି ରାଜ୍ୟର ସର୍ବବୃହତ ୪.୧୮୫ କିଲୋମିଟର ଲମ୍ବର ଟନେଲ୍। ସବୁ କାର୍ଯ୍ୟ ଦ୍ରୁତଗତିରେ ଚାଲୁଥିବାରୁ କିଛିଦିନ ପରେ ପାହାଡ଼ ଭେଦି ଦୌଡ଼ିବ ରେଳ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)