• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଓଡ଼ିଶାରେ ପୁଳାପୁଳା ସୁନାଖଣି ! ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିଲାଣି ସନ୍ଧାନ । ସରିଲାଣି ସର୍ଭେ । ତେବେ ଏବେ ଖାଲି ଅପେକ୍ଷା ବୈଷୟିକ କମିଟିର ସୁପାରିସକୁ । ଓଡ଼ିଶାର ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣି ଠାବ ହୋଇଛି । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ସମ୍ପଦ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି, ଅନୁସନ୍ଧାନକାରୀ ସଂସ୍ଥାମାନେ ସୁନାଖଣି ସମ୍ପର୍କରେ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିବେ । ପରେ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସେପଟେ ଗୃହରେ ମନ୍ତ୍ରୀଙ୍କ ଏହି ବିବୃତିକୁ ନେଇ ସ୍ଥାନୀୟ ବାସିନ୍ଦା ଖୁସି ଜାହିର କରିଛନ୍ତି ।

ଅଧିକ ପଢ଼ନ୍ତୁ: କିଟ୍‌ ପ୍ରସଙ୍ଗ: ଅପରାହ୍ନ ୩ଟାରେ ହେବ ଶୁଣାଣି, ହାଜର ହେବେ କିଟ୍‌ର ୮ ଜଣ ଅଧିକାରୀ

କେନ୍ଦୁଝରର ସଲେଇକେନା, ମାଙ୍କଡ଼ ଚୁଆ, ଡ଼ିମିରିମୁଣ୍ଡାରେ OMC ଦ୍ୱାରା ଜି-4 ସ୍ତରର ସର୍ଭେ କାରାଯାଇଛି । ସେହିପରି ବାଂଶପାଳ ବ୍ଲକର ଜଳଡିହା ଗାଁ ନିକଟ ସୁନାଖଣି ଜଙ୍ଗଲରେ ମିଳିଛି ସୁନାର ସନ୍ଧାନ । ୮୦ ଦଶକରେ ଲୋକଙ୍କ ଦ୍ୱାରା ସୁନା ଖଣି ଜଙ୍ଗଲରେ ବଡ଼ ବଡ଼ ଲମ୍ବା ଟ୍ରେଞ୍ଜ ଖୋଳି ନମୁନା ସଂଗ୍ରହ କରାଯାଉଥିଲା । ପରେ ତାକୁ ଗୁଣ୍ଡ କରି ପରୀକ୍ଷାଗାରକୁ ପଠାଯାଉଥିଲା, ଏବେ ଡ୍ରିଲ ମେସିନରେ ଡ୍ରିଲ କରି ମାଟିତଳୁ ବାହାରୁଥିବା କୋରକୁ କଲିକତା ପରୀକ୍ଷାଗାରକୁ ପଠାଯାଉଛି ।

ମାଟି ତଳେ କେତେ ପରିମାଣର ସୁନା ରହିଛି ତା’ର ତଥ୍ୟ GSI ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କିନ୍ତୁ ଏବେ ବି ୨ଟି ମେସିନ ସୁନା ଖଣି ଜଙ୍ଗଲରେ ସୁନାର ସନ୍ଧାନରେ ନିୟୋଜିତ ହୋଇଛି । ଆଉ କିଛି ଦିନ ପରେ ଜି-୨ ସ୍ତରର ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ଦିଆଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now