ପୂର୍ବରୁ ୨୦୦୮ ମସିହାରେ ଗେଣ୍ଡୁ ଫୁଲ ଚାଷକରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି ସୁରେନ୍ଦ୍ର l ସେହିପରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ବାର ସଫଳ ଚାଷୀ ଭାବେ ତାଙ୍କୁ ପୁରସ୍କୃତ କରାଯାଇଛି ।
ବସିବ ବୈଠକ, ରାଜନୀତି ପାଇଁ କଷିବ ଅଙ୍କ । ଶନିବାର ଦିନ ଚେନ୍ନାଇରେ ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଚେନ୍ନାଇ ଯାଇଛନ୍ତି ବିଜେଡି ପ୍ରତିନିଧି । ଡିଲିମିଟେସନ ନେଇ ଏହି ବୈଠକ ହେବାକୁ ଯାଉଛି ।
RTE ପାରଦର୍ଶୀ ପୋର୍ଟାଲରେ ବୟସ ଆବେଦନ ଦ୍ବନ୍ଦ୍ବ । ଗୋଟିଏ ରାଜ୍ୟରେ ଦୁଇଟି ନିୟମକୁ ନେଇ ଅଭିଭାବକ କ୍ଷୁବ୍ଧ।
ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ଶୋଷଣ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମୃତ ନେପାଳୀ ଛାତ୍ରୀ । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏମିତି ସାଙ୍ଘାତିକ ତଥ୍ୟ ।
ତୁରୀ ଫୁଙ୍କିଲେ, ବଇଁଶୀ ବଜେଇଲେ, କଳା ପୋଷାକ ପିନ୍ଧି ଘଣ୍ଟଘଣ୍ଟା ପିଟିଲେ । ଗୃହ ଭିତରେ ହଟ୍ଟଗୋଳ, ଗୃହ ବାହାରେ ପରିକ୍ରମା । ଗତକାଲି ହୁଇସିଲ୍ ବଜାଇବା ପରେ ଆଜି କଂଗ୍ରେସ ବିଧାୟକଙ୍କ ଏଭଳି ହୁଲ୍ଲଡବାଜିରୁ ପୁଣି ଧୋଇଗଲା ପ୍ରଶ୍ନକାଳ ।
ୟୁଏଫବିୟୁର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ରହିଛି ନିଯୁକ୍ତି, ଚାକିରି ସୁରକ୍ଷା ଏବଂ ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ। ଦାବି ଗୁଡ଼ିକର ବିଚାର ନେଇ ଚିଫ୍ ଲେବର କମିଶନରଙ୍କ ସହ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରହିଥିବା କୁହାଯାଉଛି।
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲାଗି ରହିବ । ଆଜି ୫ ଜିଲ୍ଲାକୁ ଝଡ଼ ତୋଫାନ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହିସବୁ ଜିଲ୍ଲାରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ପଢନ୍ତୁ ପୁରା ଖବର
ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ ଲାଗୁ କରିବା ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ । ଏହାପୂର୍ବରୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ ।
ରାଜଧାନୀ ଭୁବନେଶ୍ବରରେ ବିନା ଫିଟନେସରେ ୪୬୦ଟି ସ୍କୁଲ ବସ୍ ଚାଲିଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ରାଜ୍ୟରେ ଏମିତି ପ୍ରତିଦିନ ଶହ ଶହ ଗାଡ଼ି ବିପଦଶଙ୍କୁଳ ଭାବେ ବେଧଡକ ଗଡୁଛି । ବିପଦରେ ଯାତାୟାତ କରୁଛନ୍ତି ଛାତ୍ର ଛାତ୍ରୀ ।
ମୁଖ୍ୟମନ୍ତ୍ରୀ, ବାଚସ୍ପତି ସୁରମା ପାଢ଼ୀଙ୍କ ସହ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ପଖାଳର ଆନନ୍ଦ ନେଇଥିଲେ । ପରେ ସୋସିଆଲ ମିଡିଆରେ ପୋଷ୍ଟକରି ଲେଖିଛନ୍ତି ପଖାଳ ଆମ ଓଡ଼ିଆ ପ୍ରାଣର ସ୍ପନ୍ଦନ ଓ ଆତ୍ମା । ଓଡ଼ିଆ ଖାଦ୍ୟ ସଂସ୍କୃତିରେ ପଖାଳର ବିକଳ୍ପ ନାହିଁ ।
ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ୍ ହେବ ବୋଲି ଗତକାଲି ସରକାର ସୂଚନା ଦେଇଥିଲେ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ତତ୍ କ୍ଷଣାତ ସକାଳୁଆ ସ୍କୁଲ ଲାଗୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ସଚିବ ।
ଓଡ଼ିଶାରେ କତା କଣ୍ଢେଇ ତିଆରି ମାତ୍ର ୩୦-୩୫ ବର୍ଷ ତଳେ ଆରମ୍ଭ ହୋଇଥିଲେ ବି କୟର୍ କ୍ରାଫ୍ଟର ଇତିହାସ ବେଶ୍ ପୁରୁଣା। ତେବେ ଏତେ କମ୍ ସମୟରେ ମଧ୍ୟ ଏହା ଦେଶ ବିଦେଶରେ ନିଜର ପରିଚୟ ତିଆରି କରିପାରିଛି। ଓଡ଼ିଶାରେ ରହିଛି କତା କଣ୍ଢେଇର ଗୋଟେ ଗାଁ ଯେଉଁଠି ମୁଁ ଭେଟିଥିଲି ସତୁରୀ ସରିକି କାରିଗରଙ୍କୁ। କୟର୍ କ୍ରାଫ୍ଟ ସମ୍ପର୍କରେ ବିଶଦ ଭାବରେ ଜାଣିବା ପାଇଁ ପଢ଼ନ୍ତୁ ଆଜିର ଅଧ୍ୟାୟ ।
ଲମ୍ବା ଲାଇନରେ ରୋଗୀ, ହେଲେ ଦେଖିବା ପାଇଁ ନାହାନ୍ତି ଡାକ୍ତର। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ ।
ଓଡ଼ିଶାର ଗାଁ ଗାଉଁଲୀରେ ଦୋଳ ପର୍ବ ଏକ ଲୋକପ୍ରିୟ ପର୍ବ । ତେବେ ପଞ୍ଚୁ ଦୋଳ କ'ଣ ? ଦୋଳଯାତ୍ରା ଯେଉଁଠି ଯେମିତି ପାଳନ ହେଉନା କାହିଁକି, ତାହା ଅନ୍ତରାଳରେ ରହିଛି ପୁରାଣ ବର୍ଣ୍ଣିତ ଭିନ୍ନ ଭିନ୍ନ କାହାଣୀ ଓ କିମ୍ବଦନ୍ତୀ । ପଞ୍ଚୁ ଦୋଳ ବାବଦରେ ପଢ଼ନ୍ତୁ ପୂରା ତଥ୍ୟ ।
ବାତିଲ ହେବନି ମେଟ୍ରୋ ପ୍ରକଳ୍ପ। ବରଂ DPR ବଦଳିବ ଓ ଏୟାରପୋର୍ଟରୁ ତ୍ରିଶୁଳିଆ ପରିବର୍ତ୍ତେ କଟକ ଯାଏଁ ଦୌଡ଼ିବ ମେଟ୍ରୋ। ଆଜି ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।
ଦିନ ଥିଲା, ହିଟୱେଭର ହଟସ୍ପଟ୍ ପାଲଟିଥିଲା ଟିଟିଲାଗଡ଼। କିଏ ୟାକୁ କହୁଥିଲା ତତଲାଗଡ଼ ତ ଆଉ କିଏ ଟିଟିଲାଗଡ଼ ଉପରେ ଗୀତ ରଚନା କରିଥିଲେ। ହେଲେ ତାପମାତ୍ରାର ସର୍ବକାଳୀନ ରେକର୍ଡ ଭାଙ୍ଗି ଏକଦା ୫୦ ଡିଗ୍ରୀ ଟପିଥିବା ଟିଟିଲାଗଡ଼ ଆଉ ଆଗ ଭଳି ନାହିଁ।
ତିନି ତିନି ଥର ହୋଇଥିଲେ ରାଜ୍ୟ ବିଜେପି ସଭାପତି । ତତ୍କାଳୀନ ବାଜପେୟୀ ସରକାରରେ ଥିଲେ ଟାଣୁଆ ମନ୍ତ୍ରୀ । ବୃତ୍ତି ଥିଲା ଡାକ୍ତରୀ, ହେଲେ ପାଲଟି ଯାଇଥିଲେ ଜଣେ ପୋଖତ ରାଜନେତା ।
ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।
IRB ବାଟାଲିଅନ, OSAP, ଫାୟାର ମ୍ୟାନ ଓ PMT ଡ୍ରାଇଭର ପରୀକ୍ଷାର୍ଥୀଙ୍କ ପରୀକ୍ଷା ବୟସସୀମା ବୃଦ୍ଧି ଦାବିରେ ବିଧାନସଭା ଆଗରେ ଆନ୍ଦୋଳନ।
ଆଗକୁ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ କମିବ ତାତି । ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତା' ପୂର୍ବରୁ ୧୯ ତାରିଖ ଯାଏଁ କଲବଲ କରିବ ତାତି ।
୯୨ ବର୍ଷ ବୟସରେ ରମାକାନ୍ତଙ୍କ ବିୟୋଗ ସହ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ଯୁଗର ଅବସାନ ଘଟିଛି । ବିଦେଶରେ ଥିବା ଏକମାତ୍ର ପୁଅ ଆସି ପହଞ୍ଚିବା ପରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ରମାକାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିବା ସହ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ଯାନବାହନ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ସହ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ଯୋଗୁ ଅଧିକ ଦୁର୍ଘଟଣା ଘଟୁଛି । ସଡ଼କ ଦୁର୍ଘଟଣାର କାରଣ ଖୋଜିବା ସହ କିଭଳି ଏହାକୁ ହ୍ରାସ କରାଯିବ, ସେନେଇ ପଦକ୍ଷେପ ସୁପାରିସ କରିବାକୁ ଆଇଆଇଟି ଚେନ୍ନାଇକୁ ଦାୟିତ୍ବ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
୧୪ ତାରିଖରେ ୪୧. ୮ ଡିଗ୍ରୀ ସହ ଝାରସୁଗୁଡ଼ା ଓ ୧୫ ତାରିଖରେ ୪୨.୫ ଡିଗ୍ରୀ ସହ ବୌଦ୍ଧ ସାରା ଦେଶରେ ଉତ୍ତପ୍ତ ସ୍ଥାନ ପାଲଟିଥିଲା । ଆଜି ମଧ୍ୟ ୪୩.୬ ଡିଗ୍ରୀ ତାପମାତ୍ରା ସହ ଜଳିଛି ବୌଦ୍ଧ । କେବଳ ଏହି ୨ ସହର ନୁହେଁ, ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ ଉପରେ ରହୁଛି ତାପମାତ୍ରା ।
ରାଜ୍ୟରେ ହଠାତ୍ ରାସନ କାର୍ଡ କଟାଯିବାର ନାହିଁ । ୩୦ ଲକ୍ଷ ୭୩୪ ଲୋକ e-KYC କରି ନଥିବା ଓ ୫୦ ହଜାର ପୋର୍ଟାଲ ଆବେଦନ ରହିଥିବା ସୂଚନା ମଧ୍ୟ ମିଳିଛି । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ନିର୍ଦ୍ଦେଶ ଅନୁସାରେ ଡୋର-ଟୁ-ଡୋର ଭେରିଫିକେସନ ପରେ ନୂଆ ରାସନ କାର୍ଡ ଜାରି କରାଯିବ । ସମସ୍ତ ପ୍ରକ୍ରିୟା ୧୫ ଏପ୍ରିଲ ସୁଦ୍ଧା ସମାପ୍ତ ହେବ ।