୨୦୨୪ ମସିହାରେ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ଯେଉଁ ଦୁଇଟି ବଡ ଘଟଣା ଘଟିଥିଲା ତାହା ହେଲା ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବା ଏବଂ ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ବା ବିଜେଡି ସରକାରର ପତନ ଘଟିବା । ବିଜେଡିର ଏହି ପତନକୁ ଏକ ଭୂମିକମ୍ପ ସହିତ ତୂଳନା କରାଯାଉଛି । ଯେଉଁ ବିଜେଡି ଦିନେ ନିଜକୁ ଅପରାଜେୟ ବୋଲି ଦାବି କରୁଥିଲା ଏବଂ ନବୀନ ପଟ୍ଟନାୟକ ବଂଚିଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି କହୁଥିଲା, ତାହାର ଏଭଳି ପତନ ହେବ ବୋଲି ବହୁ କମ୍ ସମୀକ୍ଷକ କଳ୍ପନା କରିଥିଲେ ।
ନିର୍ବାଚନ ପରେ ବିରୋଧୀଦଳ ନେତା ନବୀନ ୬ ମାସ ଧରି ବାହାରକୁ ବାହାରି ନଥିଲେ। ଆଉ ଏ ସମୟରେ ଚାଷୀଙ୍କୁ ଦେଖାକରିବାକୁ ବାହାରିପଡିଲେ । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନବୀନଙ୍କୁ ସିଧା ଟାର୍ଗେଟ କରିଛନ୍ତି।
କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ? କିଏ ହେବେ କଂଗ୍ରେସର ନୂଆ ମଙ୍ଗୁଆଳ? ବିଜେଡି ସୁପ୍ରିମୋ ଯଦିଓ ନବୀନ, ହେଲେ ସେନାପତି କିଏ ହେବେ?
ବିଜେପି କ୍ଷମତାକୁ ଆସିବାର ପ୍ରାୟ ୭ ମାସ ପରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ବିଲବୁଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥଗ୍ରହଣ ସମାରୋହରେ ନବୀନଙ୍କ ଉପସ୍ଥିତି, ପୂଜାମେଢ ବୁଲିବା, ପୁରୀ ରଥଯାତ୍ରା, ଡିଏଭି ସ୍କୁଲ ସମାରୋହ କାର୍ଯ୍ୟକ୍ରମ ଆଦି ବିଭିନ୍ନ କ୍ଷେତ୍ରରେ ପୂର୍ବନତ ମୁଖ୍ୟମନ୍ତ୍ରୀ ଯୋଗଦେବା ପ୍ରସଙ୍ଗ ମଧ୍ୟ ଏହି ଚର୍ଚ୍ଚାର ପରିସରକୁ ଆସିଛି।
ନୂଆବର୍ଷରେ ନବୀନଙ୍କୁ ତଥାଗତଙ୍କ ନିଶାନା । ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ। ସଂପାଦକୀୟ ଲେଖି କହିଲେ ନବୀନଙ୍କ ପାଇଁ ହାରିଲା ବିଜେଡି ।
ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ ।
ଓଡ଼ିଶା ରାଜନୀତିରେ ୨୦୨୪ ଥିଲା ପରିବର୍ତ୍ତନର ବର୍ଷ । ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାଷ କ୍ଷୟକ୍ଷତି ଜିଲ୍ଲା ବୁଲାକୁ ସମାଲୋଚନା କରିଛି ବିଜେପି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତିଁ, ଯଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାଷୀଙ୍କ ପାଖକୁ ନବୀନ ଯାଇଥାନ୍ତେ, ତେବେ ବିରୋଧୀ ଦଳକୁ ଆସିଲା ପରେ ଯିବାକୁ ପଡ଼ି ନଥାନ୍ତା ।
ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷତିପୂରଣ ଦେବାକୁ ଦାବି କଲେ ନବୀନ। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରାୟତଃ ବାହାରକୁ ଗୋଡ଼ କାଢୁନଥିବା ନବୀନ ଏବେ କ୍ଷେତ ବୁଲିଛନ୍ତି। ତେଣୁ ନବୀନଙ୍କ ଆଜିର ଗଞ୍ଜାମ ଗସ୍ତକୁ ନେଇ ରାଜନୀତି ବି ତେଜିଛି।
ପରାଜୟ ପରେ ବଦଳିଲା ଆଭିମୁଖ୍ୟ! ନବୀନ ବୁଲିଲେ କ୍ଷେତ। ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟିଲେ, ଆଶ୍ବାସନା ଦେଲେ। ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ବି ଗ୍ରହଣ କଲେ।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟି ଫେରିଛନ୍ତି। ଏହାର ଠିକ୍ ପରଦିନ ନବୀନଙ୍କ ଗସ୍ତକୁ ନେଇ ଏବେ ରାଜନୀତି ବି ତେଜିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନବୀବଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି।
ଡିସେମ୍ବର ୩୦ ତାରିଖରୁ ଗଞ୍ଜମ ଜିଲ୍ଲା ଗସ୍ତରେ ବାହରିବେ ନବୀନ । ହଞ୍ଜିଳି, କବିସୂର୍ଯ୍ୟନଗର ଓ ଆସିକା ଯିବେ । ମୁଖିଆଙ୍କ ଗସ୍ତ ଏବେ ଜିଲ୍ଲା ନେତାଙ୍କ ପାଇଁ ମୁଣ୍ଡ ବିନ୍ଧା ।
ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଶଙ୍ଖ ଗଡ଼ । ମାଳ ମାଳ ବିଜେଡି ନେତା ବିଜେପି କ୍ୟାମ୍ପକୁ ଡେଇଁଲେଣି । ଅନେକ ସରପଞ୍ଚ ଓ ସମିତି ସଭ୍ୟ ବି ଶାସକ ଦଳ ମୁହାଁ ।
ଅସଜଡା ଦଳ ! ଅମାନିଆ ନେତା ! ବିପର୍ଯ୍ୟୟ ପରେ ଶୃଙ୍ଖଳାକୁ ଭୁଲି ଗଲେଣି କି ବିଜେଡ଼ି ନେତା ଓ କର୍ମୀ ? ବିଜେଡି ପ୍ରତିଷ୍ଠା ଦିବସରେ ହାତାହାତି ମହିଳା ନେତ୍ରୀ । ଗୁରୁବାର ଶଙ୍ଖ ଭବନରେ ଘଟିଥିବା ଏହି ଘଟଣା ବୟାନ କରୁଛି ଦଳରେ କିଭଳି ବିଶୃଙ୍ଖଳା ବଢିଛି ।
ପ୍ରତିଷ୍ଠା ଦିବସରେ ବି ପଦାରେ ପଡିଲା ବିଜେଡି ଗୋଷ୍ଠୀ କନ୍ଦଳ । ମୁଖିଆଙ୍କ ଆଗରେ ଗୋହି ଖୋଳିଲେ ବରିଷ୍ଠ ନେତା । ତା ପୁଣି ଶଙ୍ଖ ଭବନରେ। ନେତା,କର୍ମୀ, ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ ।
ଆଜି ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ନବୀନ କହିଛନ୍ତି, ଆମେ ହାରି ନାହୁଁ, କି ଲୋକଙ୍କ ବିଶ୍ବାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ।
୨୦୨୪ ନିର୍ବାଚନରେ ଲୋକସଭା ଆସନ ଜିତିବା କଷ୍ଟସାଧ୍ୟ ହୋଇପାରେ ବୋଲି ବିଜେଡି ପୂର୍ବରୁ ଆଶଙ୍କା କରିଥିଲା ! ବୋଧେ ସେଥିପାଇଁ ପ୍ରଥମଥର ଦଳ "ଯୋଡି ଶଙ୍ଖ' ଫର୍ମୁଲା ଅପଣାଇବାକୁ ପଡିଲା । ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଓ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସନ୍ଧ୍ୟାରେ ଦୁଇ ହାତରେ ଦୁଇଟି ବତୀଲଗା ଶଙ୍ଖ ଚିହ୍ନକୁ ଧରି "ଯୋଡି ଶଙ୍ଖ' ପ୍ରଚାରର ଶୁଭାରମ୍ଭ କଲେ । ଏହି ସମୟରେ ନବୀନଙ୍କୁ ଲୁଙ୍ଗିପିନ୍ଧା ଗେଟଅପ୍ରେ ଦେଖିବାକୁ ମିଳିଥିଲା ।
କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ବଡ଼ ବୟାନ । ନିଜ ସଂସଦୀୟ କ୍ଷେତ୍ର ବେଗୁସରାଇରେ ବଡ଼ ମନ୍ତବ୍ୟ ରଖିଲେ । ନବୀନ ପଟ୍ଟନାୟକ ଓ ନୀତିଶ କୁମାରଙ୍କୁ ଭାରତରତ୍ନ ମିଳୁ କହିଲେ।
ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।
ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।
କିଡନୀ ରୋଗରେ ଆକ୍ରାନ୍ତ କୁନି ଝିଅ। ଡାଏଲିସିସ୍ କରିବାକୁ ପାଖରେ ପଇସା
ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ସନ୍ଦେହ ସୃଷ୍ଟି କରିଛି ଫାଟ। ଏ କଥାକୁ
ଧନ ଜନ ଲୋଡା ଅଛିହେ କହିଲେ ବିଧାୟକ। ଦେଖନ୍ତୁ ଦୃଶ୍ୟ । #Newsfuse #Odisha #OTV OdishaTV
#ରାଜ୍ୟରେ_ପୁଣି_ବର୍ଷା_ହେବାର_ସମ୍ଭାବନା ପୁଣି ଆସୁଛି ବର୍ଷା। ଆସନ୍ତାକାଲି
ରୁବେନ୍ ବାନାର୍ଜୀଙ୍କ 'ନବୀନ ପଟ୍ଟନାୟକ' ପୁସ୍ତକକୁ ନେଇ ସବୁଠି ହଲଚଲ୍ । କିପରି ପାଣ୍ଡିଆନ୍ ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ବହିରେ ଉଲ୍ଲେଖ ଅଛି । କୋଟେରୀ ଗ୍ରୁପରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ରାଜନେତାଙ୍କୁ ଅଣଦେଖା ଯାଏ ସବୁକିଛିକୁ ଏହି ବହିରେ ଲେଖିଛନ୍ତି ରୁବେନ୍ ।