Advertisment

Naveen Patnaik: କ୍ଷେତ ମୁହାଁ ନବୀନ; ଗଞ୍ଜାମ ଗସ୍ତରେ ଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟି ଫେରିଛନ୍ତି। ଏହାର ଠିକ୍ ପରଦିନ ନବୀନଙ୍କ ଗସ୍ତକୁ ନେଇ ଏବେ ରାଜନୀତି ବି ତେଜିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନବୀବଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Naveen Patnaik Visits Ganjam

Naveen Patnaik Visits Ganjam

ଅମଳ ସମୟରେ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉଜୁଡ଼ି ଯାଇଛି ଫସଲ। ନିଜ ଜମିରେ ବର୍ଷକର ଦାନାପାଣି ଗଜା ହେବାର ଦେଖି ଚାଷୀ ବି ନିରୁପାୟ। ଫସଲ ନଷ୍ଟ ସହି ନପାରି କିଛି ଚାଷୀ ନିଜ ଜୀବନ ବି ହାରିଦେଇଛନ୍ତି। ପ୍ରକୃତିର ଶକ୍ତ ପ୍ରହାର ଚାଷୀର ମେରୁଦଣ୍ଡକୁ ଦୋହଲାଇଦେଇଛି । ଏ ସବୁ ଘଟଣା ରାଜନୈତିକ କ୍ଷେତ୍ରରେ ବେଶ୍ ତତ୍ପରତା ସୃଷ୍ଟି କରିଛି । ଗତକାଲି ଖୋଦ୍ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିବା ବେଳେ ଆଜି କ୍ଷେତଆଡକୁ ମୁହାଁଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

Advertisment

ଆଜି ନିଜ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ହିଞ୍ଜିଳିକାଟୁ ଗସ୍ତରେ ଯାଇଛନ୍ତି ନବୀନ। ନିର୍ବାଚନ ପରେ ଏହା ନବୀନଙ୍କ ପ୍ରଥମ ହିଞ୍ଜିଳି ଗସ୍ତ। ହିଞ୍ଜିଳିର ଶେରଗଡ଼ରେ ପହଞ୍ଚି ନବୀନ ଚାଷୀଙ୍କୁ ଭେଟିଛନ୍ତି। ପ୍ରଥମେ ତାକରଡା, ବୁରୁପଡ଼ା ଓ ପୋଡ଼ିଙ୍ଗଠାରେ ଚାଷୀ ମାନଙ୍କ କ୍ଷୟ କ୍ଷତି ବିଷୟରେ ଆଲୋଚନା କରିଥିଲେ l ସେଠାରୁ ଆସିକା ବ୍ଲକ ପହଞ୍ଚି ବରଗାଁ ପଞ୍ଚାୟତ ଓ କବିସୂର୍ଯ୍ୟନଗର ଆମ୍ବଶିଖାପୁର ପଡିଆରେ ଚାଷୀମାନଙ୍କୁ ଭେଟି ଆଲୋଚନା କରିଥିଲେ।

ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟି ଫେରିଛନ୍ତି। ଦକ୍ଷିଣ ଓଡିଶାର କ୍ଷତିଗ୍ରସ୍ତ କୃଷକମାନଙ୍କ ଗହଣକୁ ଯାଇ ବିଲ ହିଡରେ ଠିଆ ହୋଇ ଚାଷୀଙ୍କସହିତ ଆଲୋଚନା କରିଛନ୍ତି। ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ମଧ୍ୟ କ୍ଷେତକୁ ଯାଇ ଚାଷୀଙ୍କ ଦୁଃଖରେ ଠିଆ ହୋଇଛନ୍ତି । ଏହାର ଠିକ୍ ପରଦିନ ନବୀନଙ୍କ ଗସ୍ତକୁ ନେଇ ଏବେ ରାଜନୀତି ବି ତେଜିଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନବୀବଙ୍କ ଗସ୍ତକୁ ସମାଲୋଚନା କରିଛନ୍ତି। କହିଛନ୍ତି ଶାସନରେ ଥିବା ବେଳେ ଯଦି ଆଇନ ଓ ଯୋଜନା ମାଧ୍ୟମରେ ଚାଷୀର ବିକାଶ କରିଥାନ୍ତେ ଏବଂ ଆଇନରେ ଆବଶ୍ୟକୀୟ ପରିବର୍ତ୍ତନ କରିଥାନ୍ତେ। ତାହେଲେ ଆଜି ନୀବନଙ୍କୁ ଯିବାକୁ ପଡ଼ିନଥାନ୍ତା।

Advertisment

ଅଧିକ ପଢ଼ନ୍ତୁ: ଫସଲ କ୍ଷତି ଓ ମଣ୍ଡି ସମସ୍ୟା ସରକାରଙ୍କ ପାଇଁ ଏବେ ବଡ଼ ଆହ୍ୱାନ

ସେହିପରି ଅଦିନିଆ ବର୍ଷା ଯୋଗୁଁ କେବଳ ଧାନ ନୁହେଁ ପନିପରିବା, କପା ଏବଂ ଚିନାବାଦାମ ମଧ୍ୟ କ୍ଷତି ହୋଇଛି। ଗ୍ରାଉଣ୍ଡରେ ଯାଇ ସ୍ଥିତି ଯାଞ୍ଚ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ୨ ଲକ୍ଷ ଚାଷୀ ବୀମା କମ୍ପାନୀ ନିକଟରେ ଅଭିଯୋଗ କରିଛନ୍ତି। ଆଜି ଜିଲ୍ଲାସ୍ତରର କ୍ଷୟକ୍ଷତି ରିପୋର୍ଟ ଆସିବ। ଜିଲ୍ଲାପାଳଙ୍କୁ କୁହାଯାଇଛି, କେହି ଚାଷୀ ଯେମିତି କ୍ଷତିପୂରଣ ପାଇବାରୁ ବାଦ ପଡ଼ିବେନି ସେ ନେଇ ବିଶେଷ ଧ୍ୟାନ ରଖିବେ।

ବୀମା କରୁଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀ ଗୁଡ଼ିକ ସହ ସରକାର ସମ୍ପର୍କରେ ଅଛନ୍ତି। ଯେଉଁମାନେ ବୀମା କରିନାହାନ୍ତି କିମ୍ବା ଭାଗ ଚାଷୀ, ସେମାନଙ୍କୁ ସିଧାସଳଖ ସହାୟତା ଦେବା ପାଇଁ ସରକାର ବିଚାର କରୁଛନ୍ତି । ଓଦା ହୋଇଥିବା ଧାନକୁ ଶୁଖାଇ ବିକିଲେ FAQ ମାନକୁ କୋହଳ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ନୟାଗଡ଼, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ। ତାସହ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ମାନେ ମଧ୍ୟ ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି।

ଅଧିକ ପଢ଼ନ୍ତୁ: ଖୋଲା ଆକାଶ ତଳେ ପଡିରହିଛି ସୁନାର ଫସଲ...ଚାଷୀକୁ ବର୍ଷା ଚିନ୍ତା...

Naveen Patnaik Ganjam Crop Loss
Advertisment
Advertisment