Advertisment

India-Pakistan Drone Conflict: କାଲି ଥିଲା ପାକିସ୍ତାନ ପାଇଁ କାଳ ରାତି, ଜଳିଥିଲା ଶତ୍ରୁଦେଶର ଗୋଟିକ ପରେ ଗୋଟିଏ ସହର

କାଲିର ରାତି ପାକିସ୍ତାନ ପାଇଁ ଥିଲା କାଳ ରାତି । ଜଳିଲା ଶତ୍ରୁଦେଶର ଗୋଟିକ ପରେ ଗୋଟିଏ ସହର । ଫଣା ଟେକୁ ଟେକୁ ପିଠିରେ ପଡ଼ିଲା ନିର୍ଘାତ ପାହାର ।୩୬ଟି ଜାଗାକୁ ୩ରୁ ୪ଶହ ଡ୍ରୋନ୍ ପଠାଇଥିଲା ପାକିସ୍ତାନ । ସବୁଯାକ ପଣ୍ଡ କରି ଶତ୍ରୁକୁ ଦମ୍ ଦେଖାଇଲା ହିନ୍ଦୁସ୍ଥାନ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
କେମିତି ଥିଲା ପାକିସ୍ତାନର କାଳରାତି

କେମିତି ଥିଲା ପାକିସ୍ତାନର କାଳରାତି

ଗତରାତିରେ ପୁଣି ଦୁଃସାହସ ଦେଖାଇଥିଲା ପାକିସ୍ତାନ । ଯାହାର ମୁହଁତୋଡ଼ ଜବାବ ଦେବା ସହ ପାକିସ୍ତାନ ଭିତରେ ପଶି ତା’ର ଏୟାର ଡିଫେନ୍ସ ବେସ୍ ଧ୍ବଂସ କଲା ଭାରତ । ପାକିସ୍ତାନ ଭାରତ ଭିତରକୁ ୩୬ଟି ସ୍ଥାନରେ ୩ଶହରୁ ୪ଶହ ଡ୍ରୋନ୍ ପଠାଇଥିବା ଚିହ୍ନଟ ହେବା ପରେ, ଏସବୁକୁ ଗୋଟି ଗୋଟି କରି ମାରି ଖସାଇବାରେ ସଫଳ ହୋଇଛି ଆମ ଏୟାର ଡିଫେନ୍ସ ସିଷ୍ଟମ୍ । ସେପଟେ ପାକିସ୍ତାନର ବିଭିନ୍ନ ସହରରେ ବି ଭୀଷଣ ବିସ୍ଫୋରଣ ହୋଇଥିବା ଜାତୀୟ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।

Advertisment

କାଲିର ରାତି ପାକିସ୍ତାନ ପାଇଁ ଥିଲା କାଳ ରାତି । ଜଳିଲା ଶତ୍ରୁଦେଶର ଗୋଟିକ ପରେ ଗୋଟିଏ ସହର । ଫଣା ଟେକୁ ଟେକୁ ପିଠିରେ ପଡ଼ିଲା ନିର୍ଘାତ ପାହାର ।୩୬ଟି ଜାଗାକୁ ୩ରୁ ୪ଶହ ଡ୍ରୋନ୍ ପଠାଇଥିଲା ପାକିସ୍ତାନ । ସବୁଯାକ ପଣ୍ଡ କରି ଶତ୍ରୁକୁ ଦମ୍ ଦେଖାଇଲା ହିନ୍ଦୁସ୍ଥାନ । ଗୁରୁବାର ରାତି ୮ଟା । ଜମ୍ମୁରେ ବାଜି ଉଠିଲା ସାଇରନ୍, ହୋଇଗଲା କ୍ରାଶ୍ ବ୍ଲାକଆଉଟ୍ । ସୂଚନା ଆସିଲା- ଜମ୍ମୁର ସିଭିଲ୍ ଏୟାରପୋର୍ଟକୁ ଟାର୍ଗେଟ୍ କରିଛି ପାକିସ୍ତାନ । ତଳେ ଯେତେବେଳେ କିଟି କିଟି ଅନ୍ଧାର, ସେତେବେଳେ କଳା ଆକାଶରେ ଚାଲିଥିଲା ଘମାଘୋଟ ଯୁଦ୍ଧ ।

ଅଧିକ ପଢ଼ନ୍ତୁ: ଟାର୍ଗେଟରେ ଭାରତର ଧାର୍ମିକ ସ୍ଥଳ, ତୁର୍କୀର ଡ୍ରୋନ ବ୍ୟବହାର କରୁଛି ପାକିସ୍ତାନ

Advertisment

ପାକିସ୍ତାନର ଘନ ଘନ ଡ୍ରୋନ୍ ଓ ମିଜାଇଲ ମାଡ଼କୁ ନାକାମ୍ କରିଚାଲିଥିଲା ଭାରତର ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ୍ । ପାକିସ୍ତାନ ଛାଡ଼ିଥିବା ୮ଟି ମିଜାଇଲରୁ ଗୋଟାକୁ ବି ଛାଡ଼ିନଥିଲା ଏସ୍-400 ଓ ଆକାଶ ଆଦି ଅଭେଦ୍ୟ କବଚ । ମଝି ଆକାଶରୁ ମୁହଁ ମାଡ଼ି ତଳେ ପଡ଼ୁଥିଲା ଶତ୍ରୁର ସବୁଯାକ ଅସ୍ତ୍ର । ପରେ ପରେ ଖବର ଆସିଲା, ଜମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନ,ଅଖନୁର, ସାମ୍ବା, ସତୱାରୀ, RS ପୁରା, ଆର୍ଣ୍ଣିଆ ଆଦି ସେକ୍ଟରକୁ ବି ହୋଇଛି ନିଶାନା। ଜମ୍ମୁ, ପଠାନକୋଟ୍ ଓ ଉଦ୍ଧମପୁର ମିଲିଟାରି ଷ୍ଟେସନ ଆଡ଼କୁ ବି ଆସୁଥିଲା ପାକିସ୍ତାନୀ ଡ୍ରୋନ୍ ଓ ମିଜାଇଲ। ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟର ସୀମାବର୍ତ୍ତି ଇଲାକା ବି ଥିଲା ଶତ୍ରୁ ରାଡାରରେ। ହେଲେ ସବୁଯାକ ଡ୍ରୋନକୁ ପଣ୍ଡ କରି ଦମ୍ ଦେଖାଇଥିଲା ଭାରତ। ଏହି ଆଟାକ୍-କାଉଣ୍ଟର୍ ଆଟାକ୍ ଭିତରେ ପାକିସ୍ତାନର ଆମେରିକା ନିର୍ମିତ F-16 ଓ ଚାଇନା ମେଡ୍ JF-17 ବିମାନକୁ ଭାରତ ଖସାଇଥିବା ଚର୍ଚ୍ଚା ହେଉଛି। ରାଜସ୍ଥାନ ଜୈସଲମେରରେ ଜଣେ ପାକ୍ ଫାଇଟର୍ ପାଇଲଟ୍ ଧରାପଡ଼ିଥିବା କୁହାଯାଉଛି।

ତେବେ ଆଜି ପ୍ରେସମିଟରେ ସୂଚନା ଦିଆଯାଇଛି ଯେ, ଭାରତର ବାୟୁରକ୍ଷା ପ୍ରଣାଳୀ ଓ ଗୁଇନ୍ଦା ସୂଚନା ହାତେଇବାକୁ ପାକିସ୍ତାନ ୩୬ଟି ସ୍ଥାନକୁ ୩ଶହରୁ ୪ଶହ ଡ୍ରୋନ୍ ପଠାଇଥିଲା। ପ୍ରାଥମିକ ରିପୋର୍ଟ ଅନୁସାରେ ଏସବୁ ତୁର୍କୀ ନିର୍ମିତ ଆସିସଗାର୍ଡ ସଙ୍ଗର୍ ଡ୍ରୋନ୍ ଥିଲା। ଏଥିରୁ ଅଧିକାଂଶକୁ ଖସାଇବାରେ ସଫଳ ହୋଇଛି ଭାରତ। ରାତିରେ ପାକିସ୍ତାନର ସଶସ୍ତ୍ର ୟୁଏଭି ଭଟିଣ୍ଡା ସୈନ୍ୟ ଷ୍ଟେସନକୁ ବି ନିଶାନା ଉଦ୍ୟମ କରିଥିଲା । ଏହାପରେ ଭାରତ ପାକିସ୍ତାନର ୪ଟି ଏୟାର ଡିଫେନ୍ସ ବେସ୍ କୁ ଡ୍ରୋନ୍ ଆଟାକ୍ କରିଥିବା ବେଳେ, ଗୋଟିଏ ଡ୍ରୋନ୍ ଶତ୍ରୁଦେଶର ଏୟାର ଡିଫେନ୍ସ ରାଡାରକୁ ଧ୍ବଂସ କରିବାରେ ସଫଳ ହୋଇଛି ।

ଇଏ ତ ଥିଲା ପାକିସ୍ତାନର ଆକ୍ସନ... ଆଉ ତା ପରେ ଭାରତ ଦେଖାଇଛି ପ୍ରଚଣ୍ଡ ରିଆକ୍ସନ୍ । ଗତକାଲି ଦିନବେଳା ଲାହୋର୍, କରାଚି ଓ ସେନା ମୁଖ୍ୟାଳୟ ଥିବା ରାୱଲପିଣ୍ଡିରେ ଭାରତ ଡ୍ରୋନ୍ ହମଲା କରିଥିବା ବେଳେ, ରାତିରେ ବି ଥରାଇଥିଲା ପାକିସ୍ତାନର ଆକାଶରୁ ମାଟି । ଲାହୋର୍ ଓ ସିଆଲକୋଟ୍ ସହ କ୍ୟାପିଟାଲ ସିଟି ଇସଲାମାବାଦକୁ ବି ଭାରତ ଆଡ଼ୁ ଡ୍ରୋନ ଆଟାକ୍ ହୋଇଥିବା ସୂଚନା ମିଳିଛି। ଇସଲାମାବାଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘରଠୁ ମାତ୍ର ୨୦ କିଲୋମିଟର ଦୂରରେ ଜୋରଦାର ବିସ୍ଫୋରଣ ହୋଇଥିବା କୁହାଯାଉଛି। ଚର୍ଚ୍ଚା ହେଉଛି- ପାକିସ୍ତାନର ଫ୍ଲାଇଂ ରାଡାର୍ ଆୱାକସକୁ ବି ଧ୍ବଂସ କରିଛି ଭାରତ। କରାଚୀ ପୋର୍ଟକୁ ଟାର୍ଗେଟ୍ ପାଇଁ ଆରବ ସାଗରରେ ଆଇଏନ୍ଏସ୍ ବିକ୍ରାନ୍ତ ସହ ଷ୍ଟାଣ୍ଡବାଏ ମୋଡ୍ ରେ ଥିଲା ଭାରତୀୟ ନୌସେନା। ଏପଟେ ଏଲଓସିରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରି ଗୁଳିଗୋଳା ବର୍ଷା କରୁଥିବା ବେଳେ, ଭାରତ ବି ଦେଉଛି କଡ଼ା ଜବାବ। ଏହାର ଆଳ ନେଇ ରାତି ୧୧ଟା ବେଳେ ସୀମା ଟପି ଅନୁପ୍ରବେଶ କରୁଥିବା ୭ରୁ ୧୦ ପାକିସ୍ତାନୀ ଆତଙ୍କୀଙ୍କୁ ସଫା କରିଛି ବିଏସ୍ଏଫ୍।

କେବଳ ବାହାରୁ ନୁହେଁ, ଭିତରୁ ବି ପାକିସ୍ତାନକୁ ପଡ଼ୁଛି ପ୍ରହାର। ଗତରାତିରେ ଯେତେବେଳେ ଭାରତ ଜୋରଦାର ହମଲା କରିଥିଲା, ସେତେବେଳେ ଅଧିକାଂଶ ସହର ବ୍ଲାକଆଉଟ କରି, ଏକପ୍ରକାର ଅନ୍ଧାରୀ ମୂଲକ ପାଲଟିଥିଲା ସାରା ପାକିସ୍ତାନ। ଏହାର ସୁଯୋଗ ନେଇ କ୍ବେଟ୍ଟାରେ ବେଲୁଚିସ୍ତାନ ବିଦ୍ରୋହୀ ପାକିସ୍ତାନ ସେନା ଉପରେ ଆଟାକ୍ କରିଥିବା ସୂଚନା ମିଳିଛି।

ଅନ୍ୟପଟେ ଶେହବାଜ ସରକାର ଦୁର୍ବଳ ହେଉଥିବା ଦେଖି, ମୁଣ୍ଡ ଟେକିଛନ୍ତି ପୂର୍ବତନ ପିଏମ୍ ଇମ୍ରାନ୍ ଖାନ୍ ଙ୍କ ସମର୍ଥକ। କାଲି ରାତିରେ ରାଲି ବାହାର କରି ଇମ୍ରାନଙ୍କୁ ଜେଲରୁ ମୁକ୍ତ କରି ତାଙ୍କ ହାତରେ ଶାସନ ଭାର ଦେବାକୁ ନାରାବାଜି କରିଥିଲେ। ବାହାରୁ ଆକ୍ରମଣ ଓ ଭିତରେ ଅସ୍ଥିରତା ପରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନୀରଙ୍କୁ ପଦରୁ ହଟାଯାଉଥିବା ଏବଂ ଶେହବାଜ ଅନ୍ତର୍ଦ୍ଧାନ ହୋଇଯାଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ଭାରତର ଘନ ଘନ ପ୍ରହାର; ପାକ୍ ମନ୍ତ୍ରୀଙ୍କ ମୁଣ୍ଡ ଖରାପ, କରୁଛନ୍ତି ପାଗଳର ପ୍ରଳାପ

India Pakistan India Pakistan War
Advertisment
Advertisment