• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ଟେରିଟୋରିଆଲ ଆର୍ମି ଓ ଇନଫାନଣ୍ଟ୍ରି ବାଟାଲିୟନକୁ ସକ୍ରିୟ କରିଛି। ପାକିସ୍ତାନ ପକ୍ଷରୁ ବାରମ୍ବାର ମିସାଇଲ ଓ ଡ୍ରୋନ ଆକ୍ରମଣ ହେଉଥିବା ବେଳେ ଏହାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା ଭାରତ ନିକଟରେ ରହିଥିବା ଅତ୍ୟାଧୁନିକ ଏସ୍-୪୦୦ ଆଣ୍ଟି ଏୟାର ଡିଫେନ୍ସ ସିଷ୍ଟମ। ଏହା ସହିତ ଭାରତ ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୧୪ଟି ଟେରିଟୋରିଆଲ ଆର୍ମି ଓ ଇନଫାନଣ୍ଟ୍ରି ବାଟାଲିୟନକୁ ସକ୍ରିୟ କରିଛି।

ଅଧିକ ପଢ଼ନ୍ତୁ:ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

ଟେରିଟୋରିଆଲ ଆର୍ମିକୁ ସାଧାରଣତଃ ଯୁଦ୍ଧରେ ବ୍ୟବହାର କରାଯାଏ। ଏହି ଆର୍ମି ପୂର୍ବରୁ ୧୯୬୨, ୧୯୬୫ ଓ ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ। ଏହା ବ୍ୟତୀତ ଶ୍ରୀଲଙ୍କାରେ ଅପରେସନ ପୱନ, ଜମ୍ମୁ କଶ୍ମୀରରେ ଅପରେସନ ରକ୍ଷକ, ନର୍ଥ ଇଷ୍ଟରେ ଅପରେସନ ରାଇନୋ ଓ ଅପରେସନ ବଜରଙ୍ଗରେ ଅଂଶଗ୍ରହଣ କରିଥିଲା ଟେରିଟୋରିଆଲ ଆର୍ମି। ଭାରତରେ ୩୨ଟି ଟେରିଟୋରିଆଲ ଆର୍ମି ବାଟାଲିୟନ ରହିଥିବା ବେଳେ ୧୪ଟିକୁ ସକ୍ରିୟ କରାଯାଇଛି। ଅର୍ଥାତ ୧୪ ହଜାର ଟେରିଟୋରିଆଲ ଆର୍ମି ଯବାନ ବର୍ତ୍ତମାନ ଦାୟିତ୍ବରେ ନିୟୋଜିତ ହେବେ।

ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୭ ଜଣଙ୍କ ପ୍ରାଣହାନି ଘଟିଥିଲା। ଏହି ଆକ୍ରମଣରେ ଧର୍ମ ପଚାରି ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣ ବିରୋଧରେ ଭାରତୀୟ ସେନା ପକ୍ଷରୁ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା। ପାକିସ୍ତାନରେ ଆତଙ୍କବାଦୀଙ୍କ ୯ଟି ଆଡ୍ଡାସ୍ଥଳୀ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ୧୫୦ରୁ ଅଧିକ ଆତଙ୍କୀ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣା ପରେ ପାକିସ୍ତାନ ପକ୍ଷରୁ ବୁଧବାର ରାତିରେ ୧୫ ଭାରତୀୟ ସହର ଉପରେ ଆକ୍ରମଣ କରାଯାଇଥିଲା। ତେବେ ଭାରତ ନିକଟରେ ରହିଥିବା ଅତ୍ୟାଧୁନିକ ଏସ୍-୪୦୦ ଆଣ୍ଟି ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା।

ଗୁରୁବାର ସକାଳେ ଭାରତ ପକ୍ଷରୁ ପାଲଟା ପ୍ରତି ଆକ୍ରମଣ କରାଯାଇ ଲାହୋର ସ୍ଥିତ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଅଚଳ କରିଥିଲା। ଗୁରୁବାର ସନ୍ଧ୍ୟା ୮.୩୦ରୁ ରାତି ୧୧.୩୦ ମଧ୍ୟରେ ପାକିସ୍ତାନ ଭାରତର ବିଭିନ୍ନ ସହର ଉପରକୁ ଡ୍ରୋନ ଓ ମିସାଇଲ ଜରିଆରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଭାରତର ୩୬ଟି ସହର ଉପରେ ୩୦୦-୪୦୦ ତୁର୍କୀସ ଡ୍ରୋନ ବ୍ୟବହାର ହୋଇଥିବା ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଏହି ଡ୍ରୋନ ଗୁଡିକ ମଧ୍ୟରୁ ୫୦ଟି ଡ୍ରୋନକୁ ମଝି ଆକାଶରେ ଧ୍ବଂସ କରାଯାଇଥିବା ବେଳେ ୨୦ଟିକୁ ଜାମିଙ୍ଗ ଫ୍ରିକ୍ବେନ୍ସି ବଳରେ ନଷ୍ଟ କରି ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ:ଟଙ୍କା ଓ ଅସ୍ତ୍ରବଳ ପାଇଁ ହାତ ପତାଇଲା ପାକିସ୍ତାନ, ଅପରେସନ୍ ସିନ୍ଦୂର ମାଧ୍ୟମରେ ମୁହଁତୋଡ଼ ଜବାବ