• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପାଣି ଅଭାବରୁ ଜମି ଫାଟି ଆଁ କରିଛି । ଏତେ ବେଳକୁ ତଳି ରୁଆ କାମ ସରିବା ସହ ସବୁଜ କ୍ଷେତରେ ହସିବା କଥା ଧାନଗଛ । ହେଲେ ବିଲରେ ପାଣି ନଥିବାରୁ ଆଗେଇ ପାରୁନି ଚାଷକାମ । କେଉଁଠି ବନ୍ୟା ପାଣିରେ ଘରଦ୍ୱାର ବୁଡ଼ିଛି ତ ଓ କେଉଁଠି ଶୁଖିଲା ପଡିଛି ଜମି । ପୁରୀ ଡେଲାଙ୍ଗ ବେରବୋଇ ଅଂଚଳର ଚାଷ ଜମିର ଅବସ୍ଥା ଏବେ ଖରାପ । ଶ୍ରାବଣ ସରିବାକୁ ଥିବାବେଳେ ଏଯାଏଁ ବର୍ଷାର ଦେଖାନାହିଁ । ସେପଟେ ଶୁଖିଲା କେନାଲ୍ ଚାଷୀଙ୍କ ପାଇଁ ପାଲଟିଛି ଉପହାସ । ସେଥିପାଇଁ କ୍ଷୋଭର ସହ ଚାଷୀ କହିଲେଣି, ମାଗଣା ଚାଉଳ ଅଛି, ଆଉ ଚାଷ କଣ ଦରକାର ?

ପାଣି ପାଇଁ ସ୍ଥାନୀୟ ଚାଷୀ ବୁଆଲି ମାଇନର ଉପରେ ନିର୍ଭର କରନ୍ତି । ତେବେ ସରକାର ଜଳକର ନେଉଥିଲେ ବି କେନାଲରେ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ପାଣି ଅଭାବରୁ ଚାଷ ହୋଇପାରିନି, ତେଣୁ ଜଳକର ଛାଡ଼ ସହ ସରକାର ମରୁଡ଼ି ଘୋଷଣା କରନ୍ତୁ ବୋଲି ଦାବି କଲେଣି ଚାଷୀ । ସେପଟେ ଦିନେ ଦୁଇ ଦିନ ଭିତରେ କେନାଲରେ ପାଣି ଛଡ଼ାଯିବ ବୋଲି କହିଛନ୍ତି, ଡ଼େଲାଙ୍ଗ ଜଳ ସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ।

ଅନେକ ସମୟରେ ବର୍ଷା ନହେବାରୁ କେନାଲ ପାଣି ଉପରେ ନିର୍ଭର କରନ୍ତି ଚାଷୀ । ହେଲେ ଏଠାରେ ନିର୍ଦ୍ଧାରିତ ସମୟରେ କେନାଲରେ ପାଣି ନଆସୁଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ ।

 

  • Reported by:
  • Duti Krushna Pattnaik