• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାଷୀ ଜାଣି ନାହାନ୍ତି ତାଙ୍କ ନାଁଣରେ କିଣିଯାଇଛି ମେସିନ୍‌ । ଚଂଚକତା କରି ଲୁଟ୍‌ ହୋଇଛି ଟଙ୍କା । ୩ ବର୍ଷ ପରେ ଖୋଲିଲା ଗୁମର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ସାର୍ଥକ ଜେନା ନାମକ ଜଣେ ଚାଷୀଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ଜମି କହିଲେ ମାତ୍ର ୮ ଡେସିମିଲ । ତାହା ପୁଣି ଚାଷ ଉପଯୋଗର ନୁହେଁ। କିନ୍ତୁ ଦିନ ମଜୁରିଆ ଭାବରେ କାମ କରୁଥିବା ସାର୍ଥକ କିଣିଛନ୍ତି ଧାନରୁଆ ମେସିନ୍‌ । ଏକଥା ଆମେ ନୁହେଁ କି ସାର୍ଥକ ବି ନିଜେ କହୁ ନାହାନ୍ତି । ହେଲେ କାଗଜପତ୍ର କହୁଛି ତାଙ୍କ ନାଁରେ କିଣାଯାଇଛି ମେସିନ୍‌ ।

ତେବେ ଏମିତି କେମିତି ହୋଇପାରିବ ? ଖୋଳତାଡ଼ କରୁ କରୁ ତାଙ୍କ ନାଁରେ କୌଣସି ଦଲାଲ ମେସିନ୍‌ କିଣିବ କହି ଟଙ୍କା ଲୁଟ୍‌ କରିଛି । ଏଭଳି ସଙ୍ଗୀନ୍‌ ମାମଲା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଚାଷୀଙ୍କ ମନରେ ଛନକା ପଶିଛି । ଏହା ପରେ ଧିରେ ଧିରେ ପୂରା ଘଟଣାର ପର୍ଦ୍ଦାଫାଶ ହୋଇଛି ।

୪ ମାସ ତଳେ ସାର୍ଥକ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏକ ଧାନରୁଆ ମେସିନ କିଣାଯାଇଛି । ଖାଲି କିଣାଯାଇଛି ତାହା ନୁହେଁ ବରଂ ଏଇ ମେସିନ ସହ ତାଙ୍କର ଫଟୋ ଏଡିଟିଂ କରାଯାଇ ଦେଢ ଲକ୍ଷ ରିହାତି ଟଙ୍କା ବି ଲୁଟ୍‌ କରାଯାଇଛି । ହେଲେ ଏହାର ସାମାନ୍ୟ ତମ ଆଭାସ୍‌ ବି ପାଇନାହନ୍ତି ସାର୍ଥକ ।

ସାର୍ଥକଙ୍କ କହିବା ଅନୁସାରେ, ଗାଁର ଜଣେ ଯୁବକ ଅନଲାଇନ୍‌ରେ ଏ ସମ୍ପର୍କରେ ଖବର ପାଇବା ପରେ ତାଙ୍କୁ ଜଣାଇଥିଲେ । ଯେଉଁଥିରେ ଦର୍ଶାଯାଇଥିଲା କି ସାର୍ଥକ ଧାନ କଟା ମେସିନ କିଣିଛନ୍ତି । ମେସିନର ମୂଲ୍ୟ ୨ଲକ୍ଷ ୩୩ ହଜାର ଟଙ୍କା ହୋଇଥିବା ବେଳେ ଦେଢ଼ ଲକ୍ଷ ଟଙ୍କାର ରିହାତି ବ୍ୟାଙ୍କ ଜମା ଖାତାରେ ପ୍ରଦାନ କରାଯାଇଛି ।

ଧାନ ମେସିନ୍‌ଟି ତାରିଣୀ ଅଟୋ ଏଜେନ୍ସି ଶ୍ରୀମଥ ରଣାଙ୍କଠାରୁ କିଣିଥିବା କାଗଜପତ୍ରରେ ଦର୍ଶାଯାଇଛି । ୨୦୧୯ ଜାନୁଆରୀ ୨୧ ତାରିଖରେ ସାର୍ଥକଙ୍କୁ  ମେସିନ ପ୍ରଦାନ କରିଛି ଉକ୍ତ ସଂସ୍ଥା । ଏହି ଘଟଣା ଜାଣିବା ପରେ ସାର୍ଥକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସାର୍ଥକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅର ସାଙ୍ଗ ଜଣେ ସମ୍ପୃକ୍ତ ଦୋକାନରେ କାମ କରିବା ସହ ତାଙ୍କ ଘରକୁ ଯିବା ଆସିବା କରେ । ଏମିତିକି ଆଧାର ଓ ଆକାଉଣ୍ଟ ନମ୍ବର ବି ଥରେ ସେ ନେଇଥିଲା । ହେଲେ ସାର୍ଥକ ପାଠ ପଢିନଥିବା କାରଣରୁ ସେ ଏସବୁ ଜାଣିପାରିନଥିଲେ । ତେଣୁ ଠକାମୀର ଶିକାର ହେଲେ । ଆଉ ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି । ତେବେ ଜଣେ ଚାଷୀଙ୍କଠାରୁ ଏମିତି ଠକେଇ ହୋଇଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି ।

 

(ରିପୋର୍ଟ- ଅଜିସ କୁମାର ଦାସ, ଜଳେଶ୍ୱର)