Advertisment

‘ମୋ ଉତ୍ତର ନ ମିଳିଲେ ମୁଁ କଂଗ୍ରେସ ଭବନ ଯିବିନି’

ଦଳୀୟ ରାଜନୀତିକୁ ନେଇ ମୁହାଁମୁହିଁ ହୋଇଛନ୍ତି ତାରା-ମୋକିମ ।

author-image
Manoranjan Behera
ଅଦ୍ୟତନ ହୋଇଛି
Tara Prasad Bahinipati, Mohammed Moquim

Tara Prasad Bahinipati, Mohammed Moquim

ଦେଶରେ କଂଗ୍ରେସ୍‌ର ସ୍ଥିତି ମଜବୁତ୍‌ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିବା ବେଳେ କିନ୍ତୁ ଓଡ଼ିଶାରେ ସ୍ଥିତି ସୁଧୁରିବ କ’ଣ ଓଲଟା ବିଗିଡ଼ିବାରେ ଲାଗିଛି । ଦଳର ନେତାଙ୍କ ମଧ୍ୟରେ ମତାନ୍ତର ଦେଖାଦେଉଛି । ତେବେ ଆଜି ତାରା-ମୋକିମ ଦଳୀୟ ରାଜନୀତିକୁ ନେଇ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି ।

Advertisment

ରାଷ୍ଟ୍ରପତି ନିର୍ବାଚନ ବେଳେ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ସୋ କଜ୍‌ ନୋଟିସ୍‌ ଘଟଣାକୁ କେନ୍ଦ୍ର କରି ଆଜି ଦୁହିଁଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି । ମହମ୍ମଦ ମୋକିମଙ୍କ କହିବାନୁଯାୟୀ ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ନେଇ ଦଳ ପକ୍ଷରୁ ତାଙ୍କୁ ସୋ-କଜ୍‌ ନୋଟିସ ହୋଇଥିଲା । ସେନେଇ ସେ ଦଳକୁ ଉତ୍ତର ରଖିଥିବାବେଳେ କିନ୍ତୁ ଏବେଯାଏଁ ଦଳ ପକ୍ଷରୁ ତାହାର ଯବାବ ମିଳିନାହିଁ । ଯବାବ ନମିଳିବା ଯାଏଁ ସେ କୌଣସି ଦଳୀୟ କାର୍ଯ୍ୟକ୍ରମ କିମ୍ବା କଂଗ୍ରେସ ଭବନ ମଧ୍ୟ ଯିବେ ନାହିଁ, କେବଳ କଟକରେ ସୀମିତ ରହିବେ । ମୋକିମ୍‌ ଆହୁରି କହିଛନ୍ତି ଯେ, ସାଙ୍ଗଠନିକ ବିସ୍ତାରରେ ଯୁବକଙ୍କୁ ଅଗ୍ରାଧିକାର ମିଳୁନି । ଏଥିଲାଗି ଅନେକ ଯୁବ ନେତା ଦଳ ଛାଡୁଛନ୍ତି’ ।

ସେପଟେ ମୋକିମଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରାପ୍ରାସଦ ବାହିନୀପତି । ସେ କହିଛନ୍ତି, ‘ଯବାବ ମିଳିବାଟା କ’ଣ ବଡ଼ କଥା,ଦଳ ମୋକିମଙ୍କୁ ବହୁତ କିଛି ଦେଇଛି । ସେ ଥରେ ମାତ୍ର ବିଧାୟକ ହୋଇଛନ୍ତି, ତେଣୁ ଏତେ ବ୍ୟଗ୍ର କାହିଁକି ? କଂଗ୍ରେସ ହେଉଛି ଜନସମୁଦ୍ର, ସେଥିରେ ଆମେ କେତେବେଳେ ଲୀନ ହୋଇଯିବା, ତାହା କେହି କହିପାରିବେନି । ତେଣୁ ସେ ଜଣେ ଶିକ୍ଷିତ ଓ ଜାଣିବା ଶୁଣିବା ଲୋକ, ସେ ପରିସ୍ଥିତି ବୁଝିବା ଦରକାର’ । 

Advertisment
Congress Politics Mohammed Moquim Tara Prasad Bahinipati
Advertisment
Advertisment