• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୧୪ ଓ ୨୦୧୯ ! ଏହି ଦୁଇ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳରୁ ହାତ ଛାଡ଼ିଛନ୍ତି ଅନେକ ନେତା । କେବଳ ଏବର୍ଷ କଂଗ୍ରେସରୁ ବଡ଼ ୭ ନେତା ଦଳରୁ ଇସ୍ତଫା ଦେଇଛନ୍ତି । ଜି ୨୩ ଗ୍ରୁପରୁ ପ୍ରଥମେ କପିଲ ସିବଲ ଇସ୍ତଫା ଦେଇଥିଲେ । ଏହାପରେ ପଞ୍ଜାବ କଂଗ୍ରେସର ଟାଣୁଆ ନେତା ସୁନିଲ ଜାଖଡ଼, ଗୁଜରାଟରେ ପଟେଲ ସମ୍ପଦ୍ରାୟର ଚେହେରା ହାର୍ଦ୍ଦିକ ପଟେଲ, ବରିଷ୍ଠ ଆଇନଜୀବୀ ଅଶ୍ୱିନୀ କୁମାର, ଆରପିଏନ୍ ସିଂହ ଏବଂ ନିକଟରେ ପଞ୍ଜାବ କଂଗ୍ରେସର ଯୁବ ଚେହେରା ତଥା ପାର୍ଟିର ମୁଖପାତ୍ର ଜୟବୀର ସେରଗଲ ।

ଏହାପରେ ଆଜି ଗୁଲାମନବୀଙ୍କୁ ମିଶାଇ କେବଳ ଏବର୍ଷ କଂଗ୍ରେସରୁ ଇସ୍ତଫା ଦେଲେଣି ୭ ଜଣ ବରିଷ୍ଠ ନେତା । ସେପଟେ କଂଗ୍ରେସରେ ରାହୁଲଙ୍କ ସମସ୍ୟା ଏବେକାର ନୁହେଁ ବହୁ ପୁରୁଣା । ୨୦୧୫ରେ ଏକଥା କହି ଇସ୍ତଫା ଦେଇଥିବା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା । ଦିନ ଆସିବ କଂଗ୍ରେସରେ କେବଳ ଗାନ୍ଧି ଥିବେ ବାକି ସମସ୍ତେ ଛାଡ଼ି ଚାଲି ଯାଇଥିବେ ବୋଲି ସେ କହିଛନ୍ତି ହେମନ୍ତ ।

ସେପଟେ ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସ ଛାଡିବା ପ୍ରସଙ୍ଗରେ ଓଡ଼ିଶା କଂଗ୍ରେସର ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏଁ କଂଗ୍ରେସ ଦଳ ଥିବ, ତେବେ ଗୁଲାମନବୀ ଛାଡିଲେ କଂଗ୍ରେସର କିଛି କ୍ଷତି ନାହିଁ । ସେହିପରି ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି, ଯେଉଁ ସମୟରେ ନେତା ଦଳରେ ଯୋଡ଼ିହେବା କଥା, ସେହି ସମୟରେ ଦଳ ଛାଡିବା ଶୁଭଙ୍କର ନୁହେଁ ।