• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

'ଚାଲିଲେ କେହି ପ୍ରଧାନମନ୍ତ୍ରୀ ହୁଅନ୍ତି ନାହିଁ । ନହେଲେ ମେଣ୍ଢା ଚରାଳୀ ବି ହୁଅନ୍ତା ଦେଶର ପ୍ରଧାନମନ୍ତ୍ରୀ ।' ରାହୁଲ ଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ବଢିବାରେ ଲାଗିଛି ସମାଲୋଚନା । ଏହି ଯାତ୍ରାରେ ରାହୁଲ ପୂରା ଦେଶ ବୁଲିବାର କାର୍ଯ୍ୟକ୍ରମ ରହିଛି । କେବଳ ଦେଶ ବୁଲିବା ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ସହ ମିଶିବା ପାଇଁ ରାହୁଲ ଯୋଜନା କରୁଥିବା କୁହାଯାଉଛି ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ଣଣ ସିଂ କହିଛନ୍ତି, ଯଦି ଦେଶରେ ଏମିତି ଚାଲି ଚାଲି ବୁଲିଲେ ପ୍ରଧାନମନ୍ତ୍ରୀ ଲୋକ ହୁଅନ୍ତେ ତେବେ ଦେଶର ପ୍ରତ୍ୟେକ ମେଣ୍ଢା ଚରାଳୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତା । ଯାହାକୁ ନେଇ ଏବେ କଂଗ୍ରେସ ଶିବିରରେ ହଟଚମଟ ସୃଷ୍ଟି ହୋଇଛି ।

ରାହୁଲ ଗାନ୍ଧୀ ଙ୍କ ପଦଯାତ୍ରା କୁ ସମାଲୋଚନା କରି ବିଜେପି କହିଛି, ଏମିତି କଲେ କିଛି ହେବନି ବରଂ ଦେଶ ବୁଲିବା ହେବ । କିନ୍ତୁ ଲକ୍ଷ୍ମଣ ସିଂଙ୍କ ବୟାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଲକ୍ଷ୍ଣଣ କହିଛନ୍ତି, କଂଗ୍ରେସ ବହୁ ଡେରି କରିଦେଲା ପଦଯାତ୍ରା କରିବାରେ । ଏହି ଯାତ୍ରା ବହୁ ପୂର୍ବରୁ କରିଥିଲେ ଲୋକମାନେ ନିର୍ବାଚନରେ କଂଗ୍ରେସ ପାଇଁ କିଛି ଭାବିଥାଆନ୍ତେ ବୋଲି ସେ କହିଛନ୍ତି ।

ଗୋଟିଏ ପଟେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ସଂକଳ୍ପ ନେଇଥିବା ବେଳେ ଦଳର ବିଧାୟକ ଲକ୍ଷ୍ମଣ ସିଂ କହିଛନ୍ତି ଯେ ତାଙ୍କ ଉପରେ ଚାପ ପକାଯିବା ଉଚିତ୍ ନୁହେଁ । ଏମିତିକି ଲୋକ କହିଲେଣି, ଇଡି ଓ ସିବିଆଇର ଜେରା ପରେ କଂଗ୍ରେସ ଏମିତି କରୁଛି । ତେବେ ଏନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।