Advertisment

ସଭାପତି ହେବେ କି ନାହିଁ ? ପ୍ରଶ୍ନର ଉତ୍ତର ଦେଲେ ରାହୁଲ, କହିଲେ..

କଂଗ୍ରେସ ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧି ? କହିଲେ, ୨୦୨୪ରେ ସବୁ ସ୍ପଷ୍ଟ ହେବ । ଆଗତ ଭବିଷ୍ୟତ ସ୍ଥିର କରିସାରିଛନ୍ତି କି ରାହୁଲ ?

author-image
Satyendu Shekher Mishra
Rahul Gandhi

Rahul Gandhi

ରାହୁଲ ଗାନ୍ଧୀ ହେବେ କଂଗ୍ରେସର ଅଧ୍ୟକ୍ଷ ? ଏନେଇ ଆରମ୍ଭ ହୋଇଛି ମାନସମନ୍ଥନ । ଏମିତିକି ରାହୁଲଙ୍କୁ ଏନେଇ ଦଳୀୟ ନେତାମାନେ କୁଆଡେ ବୁଝାଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ଏମିତିକି କଂଗ୍ରେସ ଅଧ୍ୟକ୍ଷ ପାଇଁ ଚାଲିଥିବା ଦୌଡ଼ରେ ରାହୁଲ ସବୁଠୁ ଆଗରେ ଥିବା କୁହାଯାଉଛି । କଂଗ୍ରେସ ପକ୍ଷରୁ ଆୟୋଜନ ହୋଇଥିବା ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଦେଇଥିବା ବୟାନ ସ୍ପଷ୍ଟ କରୁଛି କି ସେ କଂଗ୍ରେସର ସଭାପତି ହୋଇପାରନ୍ତି ।

Advertisment

ସଭାପତି ନେଇ ନିଜେ ମୁହଁ ଖୋଲିଛନ୍ତି ରାହୁଲ ଗାନ୍ଧୀ । ସଭାପତି ହେବେ କି ନାହିଁ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ୨୦୨୪ରେ ହିଁ ନିଷ୍ପତ୍ତି ହେବ । ମୁଁ ସଭାପତି ହେବି କି ନାହିଁ । ଏମିତିକି ଆଗାମୀ ଦିନରେ ମୁଁ କଣ କରିବି ସେନେଇ ମୁଁ ସବୁ ସ୍ଥିର କରିସାରିଛି । ତେଣୁ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ରାହୁଲ କହିଛନ୍ତି ।

ତେବେ ଏଠାରେ କହିରଖୁଛୁ କି ଲୋକଙ୍କ ସହ ଯୋଡି ହେବା ପାଇଁ ଭାରତ ଯୋଡ଼ୋ ଯାତ୍ରା କରୁଛି କଂଗ୍ରେସ । ଆଉ ଏହି ଯାତ୍ରାରେ ପ୍ରତିଟି ଲୋକଙ୍କ ପାଖରେ ଦଳ ପହଞ୍ଚିବ ବୋଲି ରାହୁଲ କହିଛନ୍ତି । ଖାଲି ଏତିକି ନୁହେଁ ବରଂ ସୁନ୍ଦର ଭାରତକୁ ବୁଲିବାରେ ସୌଭାଗ୍ୟ ମୁଁ ପାଉଛି ବୋଲି କହିଛନ୍ତି ରାହୁଲ ।

Advertisment

କଂଗ୍ରେସ ସଭାପତି ପାଇଁ ବହୁ ପ୍ରତୀକ୍ଷିତ ନିର୍ବାଚନ ଆସନ୍ତା ନଭେମ୍ବର ମାସ ୧୭ ତାରିଖରେ ହେବ । ନିର୍ବାଚନର ଠିକ୍ ୨ ଦିନ ପରେ ଭୋଟ୍ ଗଣତି ହେବାର ରହିଛି। ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ଏନେଇ ନାମାଙ୍କନ ପତ୍ର ଦାଖଲ କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ସମୟରେ କଂଗ୍ରେସର ମୁଖିଆ କିଏ ହେବ ତାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏମିତିକି କଂଗ୍ରେସ ଏବେ ଅଣଗାନ୍ଧୀ ପରିବାରରୁ ଜଣଙ୍କୁ ସଭାପତି କରିବାକୁ ପ୍ରସ୍ତୁତି ହେଉଥିବା କୁହାଯାଇଛି ।

Congress Rahul Gandhi
Advertisment
Advertisment