Advertisment

ମହଙ୍ଗା ବିରୋଧରେ କଂଗ୍ରେସର ହଲ୍ଲା ବୋଲ୍‌, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆଜି ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ଯାତ୍ରା କରିଛନ୍ତି। ଜିଏସ୍‌ଟି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ଏଲ୍‌ପିଜି ସିଲିଣ୍ଡର ଓ ତୈଳ ଦର ମହଙ୍ଗା ନେଇ କେନ୍ଦ୍ର ସରକାର ଉପରେ କଂଗ୍ରେସ ବର୍ଷିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Congress Rally in Delhi

Congress Rally in Delhi

ଆଜିଠୁ କଂଗ୍ରେସର ‘ଭାରତ ଯୋଡ଼’ ଯାତ୍ରା ଆରମ୍ଭ ହୋଇଛି। ଏହାପୂର୍ବରୁ ଆଜି ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ଯାତ୍ରା କରିଛନ୍ତି। ଜିଏସ୍‌ଟି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ଏଲ୍‌ପିଜି ସିଲିଣ୍ଡର ଓ ତୈଳ ଦର ମହଙ୍ଗା ନେଇ କେନ୍ଦ୍ର ସରକାର ଉପରେ କଂଗ୍ରେସ ବର୍ଷିଛି। 

Advertisment

ଏହି ରାଲିକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ବରିଷ୍ଠ ନେତା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଦେଶର ବିଭିନ୍ନ ସ୍ଥାନରୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଏହି ରାଲିରେ ସାମିଲ ହୋଇଛନ୍ତି। କଂଗ୍ରେସର ଏହି ରାଲିକୁ ଦୃଷ୍ଟିରେ ରଖି ରାମଲୀଳା ମୈଦାନର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ଥିତି ଯେପରି ନବିଗିଡ଼େ ଏନେଇ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହାପୂର୍ବରୁ ଦିଲ୍ଲୀ ପୋଲିସ୍‌ ଟ୍ୱିଟର ଅଫିସିଆଲ୍‌ ହ୍ୟାଣ୍ଡେଲ୍‌ରେ ଯାତାୟତ ସମ୍ପର୍କିତ ପରାମର୍ଶ ଜାରି କରିଥିଲା। ଯେଉଁଠି ରାସ୍ତା ବନ୍ଦ ନେଇ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି।

Advertisment

ସୂଚନାଥାଉ କି, ଚଳିତ ସପ୍ତାହ ପ୍ରାରମ୍ଭରେ ଦେଶର ୨୨ ସହରରେ କଂଗ୍ରେସ ନେତାମାନେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେପ୍ଟେମ୍ବର ୪ରେ ମହଙ୍ଗା ବିରୋଧରେ ‘ହଲ୍ଲା ବୋଲ୍‌ ରାଲି’ ପାଇଁ ‘ଦିଲ୍ଲୀ ଚଲୋ’ ଆହ୍ୱାନ କରାଯାଇଥିଲା। କାଶ୍ମୀରଠୁ କନ୍ୟାକୁମାରୀ ଯାଏ ୩,୫୦୦ କିଲୋମିଟର ବ୍ୟାପୀ ଭାରତ ଯୋଡ଼ ରାଲି ଆଜିଠୁ କଂଗ୍ରେସ କରିବ।  ଏହାପୂର୍ବରୁ ଦିଲ୍ଲୀରେ ଏହି ସଭା ପାର୍ଟି ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି। ୨୦୨୪ ନିର୍ବାଚନ ପୂର୍ବରୁ ଘର ସଜାଡ଼ିବା ଓ ସଂଗଠନକୁ ମଜବୁତ କରିବା ଦଳ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ପାଲଟିଛି।


— Congress (@INCIndia) September 4, 2022

Congress Rahul Gandhi Congress Protest Congress Rally Congress Halla Bol Rally Halla Bol Rally
Advertisment
Advertisment