Advertisment

ଭାରତ ଯୋଡ଼ୋ ନା ପରିବାର ଯୋଡ଼ୋ ? ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ ଦେଖି ବିରୋଧୀଙ୍କ ତାତ୍ସଲ୍ୟ

ରାଜନୀତି ସହ ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନଥାଇ ବି ତାଙ୍କ ଫଟୋକୁ ପୋଷ୍ଟରରେ ରଖାଯିବା ପରେ ବିବାଦ ଦେଖାଦେଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Robort Vadra

Robert Vadra

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ । ଯାହାକୁ ନେଇ ତେଜିଛି ବିବାଦ। ଭାରତ ଯୋଡ଼ୋ ଯାତ୍ରାର ପୋଷ୍ଟରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ଗାନ୍ଧୀଙ୍କ ଫଟୋ ସ୍ଥାନ ପାଇବା ପରେ ବଢ଼ିଛି ବିବାଦ। ପୂରା ପରିବାର ସହିତ ଥିବା ତାଙ୍କର ଏକ ପୋଷ୍ଟର ଦେଖିବାକୁ ମିଳିଛି। ଯାତ୍ରା ପାଇଁ ତିଆରି ହୋଇଥିବା ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ ରହିଥିବା ଦେଖାଯାଇଛି। ରାଜନୀତି ସହ ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନଥାଇ ବି ତାଙ୍କ ଫଟୋକୁ ପୋଷ୍ଟରରେ ରଖାଯିବା ପରେ ବିବାଦ ଦେଖାଦେଇଛି।

Advertisment

ତାଙ୍କ ଫଟୋ ଥିବା ଏକ ପୋଷ୍ଟରକୁ ନିଜେ ଟ୍ୱିଟ୍‌ କରିଛନ୍ତି ରବର୍ଟ ଭଦ୍ରା । ଟୁଇଟରେ ଏହି ପୋଷ୍ଟର ସେୟାର କରି ଭାରତ ଯୋଡ଼ୋ ବୋଲି ଲେଖିଛନ୍ତି ରବର୍ଟ ଭଦ୍ରା । ଏଭଳି ଟ୍ୱିଟ୍‌ ସାମ୍ନାକୁ ଆସିବା ପରେ ବିଜେପି ନେତା ଶେହଜାଦ ପୁନାଓ୍ୱାଲା କହିଛନ୍ତି ଯେ, କଂଗ୍ରେସ ର ଭାରତ ଯୋଡୋ ଯାତ୍ରା ପ୍ରକୃତରେ କେବଳ ପରିବାର ଯୋଡୋ ଏବଂ ଭ୍ରଷ୍ଟାଚାର ଯୋଡୋ ଯାତ୍ରା । 

ଅନ୍ୟପଟେ ଆଜିଠୁ ଆରମ୍ଭ ହୋଇଛି କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା । ତାମିଲନାଡୁର କନ୍ୟାକୁମାରୀଠାରେ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ । ଏହି ଯାତ୍ରା ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳର ବିଭିନ୍ନ ସହର ଦେଇ ଯିବ । ସବୁ ସ୍ଥାନରୁ କଂଗ୍ରେସର ତୁଙ୍ଗ ନେତା ଓ ବହୁ ସଂଖ୍ୟାରେ କର୍ମୀ ଏହି ଯାତ୍ରାରେ ସାମିଲ ହେବେ ।

Advertisment

ପ୍ରାୟ ୧୫ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଏହି ଯାତ୍ରା ପ୍ରାୟ ୩ ହଜାର ୫ ଶହ କିଲୋମିଟର ପରିବ୍ୟାପ୍ତ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । କନ୍ୟାକୁମାରୀରୁ ଆରମ୍ଭ ହୋଇ ତିରୁଓ୍ୱନନ୍ତପୁରମ, କୋଚି, ନୀଲାମ୍ବୁର, ମହୀଶୁର, ବେଲାରୀ, ରାୟଚୁର, ବିକାରାବାଦରେ ପହଂଚିବ । ଏହାପରେ ମହାରାଷ୍ଟ୍ରର ନାନ୍ଦେଦ୍, ଜଲଗା, ଇନ୍ଦୋର, କୋଟା, ଦୌସା, ଅଲଓ୍ୱର, ବୁଲନ୍ଦଶର, ଦିଲ୍ଲୀ ଦେଇ ଅମ୍ବାଲା, ପଠାନକୋଟ ବାଟେ ଜମ୍ମୁ ହୋଇ ଶ୍ରୀନଗରରେ ଶେଷ ହେବ ।

Congress Bharat Jodo Yatra Congress Bharat Jodo Yatra Bharat Jodo
Advertisment
Advertisment