Advertisment

ସଫଳ ହେବ କି କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଅଭିଯାନ ଦେଶବ୍ୟାପୀ ରାଜନୈତିକ ଆଲୋଡନ ସୃଷ୍ଟି କରିଛି। ୫ ମାସ ମଧ୍ୟରେ ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ଏକ ନୂଆ ପରିଚୟ ମିଳିବ କି? ଏହା ଦଳୀୟ ତଥା ସମର୍ଥକଙ୍କ ମନବଳକୁ ମଜଭୁତ କରିପାରିବ?

author-image
Dilip Sabat
ଅଦ୍ୟତନ ହୋଇଛି
Will the Congress 'Bharat Jodo Yatra' succeed

Will the Congress 'Bharat Jodo Yatra' succeed

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶା ଆସିଥିଲେ ରାହୁଲ ଗାନ୍ଧୀ। ଆଦିବାସୀ, ଜଳ, ଜମି ଓ ଜଙ୍ଗଲ ପ୍ରସଙ୍ଗରେ ନବୀନ ସରକାରଙ୍କୁ ଟାର୍ଗେଟ୍‌ କରି ଯାଇଥିଲେ। ଇତି ମଧ୍ୟରେ ୪ ବର୍ଷ ବିତୀଗଲାଣି; ଓଡିଶାରେ ପାଦ ପଡିଲାନି । ୨୦୧୯ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ୪୦ ଜଣ ଷ୍ଟାର୍‌ ପ୍ରଚାରକଙ୍କ ନାମ ଘୋଷଣା କଲା।

Advertisment

ଏହି ତାଲିକାରେ ସୋନିଆ ଗାନ୍ଧୀଙ୍କୁ ବାଦ୍ ଦେଲେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବଦ୍ରା, ମନମୋହନ ସିଂ, ଜ୍ୟୋତିର୍ଆଦିତ୍ୟ ସିନ୍ଧିଆ, ସଚିନ ପାଇଲଟ, ନାବଜୋତ ସିଂ ସିଦ୍ଧୁ ପ୍ରମୁଖଙ୍କ ନାମ ଥିଲା। ଏମାନଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ମହଲରେ ସମାଲୋଚନା ମଧ୍ୟ କରାଯାଇଥିଲା ଆଉ ଦଳ ଭିତରେ ବି ଏକରକମ ନିରାଶା କେନ୍ଦ୍ରୀଭୂତ ହୋଇଥିଲା।

ଏହି ଚାରି ବର୍ଷ ମଧ୍ୟରେ ସେହିଭଳି ନେତୃତ୍ୱମାନଙ୍କ ଓଡିଶା ଆଗମନ ହୋଇ ନାହିଁ। ଅବଶ୍ୟ କହ୍ନେୟା କୁମାର, ଜିଗ୍ନେଶ ମେବାନୀ ଏବଂ କିଛି କଂଗ୍ରେସ ସାଂସଦ ମଝିରେ ମଝିରେ ଓଡିଶା ଆସିଛନ୍ତି । ଏବେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଅଭିଯାନ ଦେଶବ୍ୟାପୀ ରାଜନୈତିକ ଆଲୋଡନ ସୃଷ୍ଟି କରିଛି।

Advertisment

୭ ସେପ୍ଟେମ୍ବରରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବର୍ତ୍ତମାନ କେରଳରେ ପହଞ୍ଚିଛି । କେରଳ ଅତିକ୍ରମ କରିବାକୁ ୧୯ ଦିନ ଲାଗିବ । ୫ ମାସ ମଧ୍ୟରେ ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ଏହି ଯାତ୍ରା ଦ୍ୱାରା କଂଗ୍ରେସ ଏକ ନୂଆ ପରିଚୟ ମିଳିବ ଏବଂ ଦଳୀୟ ତଥା ସମର୍ଥକଙ୍କ ମନବଳକୁ ମଜଭୁତ କରିପାରିବ ଓ ବିରୋଧୀ ଦଳ ଭାବରେ ନିଜ ସ୍ଥାନ ସୁଦୃଢ କରିପାରିବ ବୋଲି କଂଗ୍ରେସ କହିଛି । ହେଲେ ଏହି ୧୨ଟି ରାଜ୍ୟ ମଧ୍ୟରେ କିନ୍ତୁ ଓଡିଶା ନାହିଁ। ଝାଡଖଣ୍ଡ, ବିହାର, ପଶ୍ଚିମବଂଗ ବି ଏହି ଯାତ୍ରା ନକ୍‌ସାରୁ ବାଦ୍ ପଡିଛି । ଲୋକସଭାରେ ୮୦ ଆସନ ଥିବା ଉତ୍ତରପ୍ରଦେଶର ମାତ୍ର ଏକ ଅଂଶ ଅତିକ୍ରମ କରୁଛି ଏହି ଯାତ୍ରା।

ସେହିଭଳି ୪୦ ଆସନ ବିଶିଷ୍ଟ ବିହାର, ପଶ୍ଚିମ ବଙ୍ଗର ୪୨ ଆସନ ଥିଲେ ବି ଏସବୁ ରାଜ୍ୟ ଯାତ୍ରା ନକ୍ସାରେ ନାହିଁ । ଚଳିତ ବର୍ଷ ଡିସେମ୍ବରରେ ହେବାକୁ ଥିବା ୨୬ ଆସନ ବିଶିଷ୍ଟ ଗୁଜୁରାଟକୁ ମଧ୍ୟ ଅଭିଯାନ ଯିବ ନାହିଁ । ଯଦି କଂଗ୍ରେସ ଏହି ରାଜ୍ୟକୁ ନିଜ ଯାତ୍ରା ମାର୍ଗରେ ଅନ୍ତର୍ଭୁକ୍ତ କରିଥାନ୍ତା, ତା'ହେଲେ ଏହା ଭଲ ହୋଇଥାନ୍ତା ଏବଂ ଗୁଜୁରାଟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟକୁ ବାର୍ତ୍ତା ଦେଇପାରନ୍ତା ।

ବିଜେଡି ଓ ବିଜେପି ୨୦୨୪ ନିର୍ବାଚନ ପାଇଁ ଓଡିଶାରେ ଘମାଘୋଟ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ବିଜେଡି ତା’ର ରାଜ୍ୟ ସାଙ୍ଗଠନିକସ୍ତରରେ ପରିବର୍ତ୍ତନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜରେ ଦୁଇଟି ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇବା କହି ଆଦିବାସୀ ଭୋଟ ଆକୃଷ୍ଟ ପାଇଁ ପ୍ରୟାସ କରିଛନ୍ତି ।

‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରାପ୍ତି ଅବସରରେ ରାଜଧାନୀରେ ବିଜେଡି ଶକ୍ତି ପ୍ରଦର୍ଶନ କରିଛି । ଏବେ ଏହି ଅଭିଯାନ ବିଜେଡି ଗାଁ ଗାଁରେ ପହଞ୍ଚାଇବାକୁ ଯାଉଛି । ସେପଟେ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶାଗସ୍ତ ପରେ କେନ୍ଦ୍ରମନ୍ତ୍ରୀ ଓ ନେତୃତ୍ୱଙ୍କ ଓଡିଶା ସମାଗମ ଆରମ୍ଭ ହୋଇଛି । ପୁରୀରେ ୩ ଦିନିଆ ବିଜେପି ଶିବିରରେ ନବୀନ ସରକାରଙ୍କୁ ଗାଦିଚ୍ୟୁତ କରିବାର କୌଶଳ ପ୍ରସ୍ତୁତ କରିଛି । ଏହା ୨୯ରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡିଶା ଆସୁଛନ୍ତି ।

୨୦୨୪ ନିର୍ବାଚନ ପାଇଁ ଦୁଇ ଦଳର ଜୋରଦାର ପ୍ରଚାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ମଧ୍ୟ ନିଜ ସ୍ଥିତି ସମ୍ଭାଳିବାକୁ ପ୍ରୟାସ ଆରମ୍ଭ କରିଛି । ଦୀର୍ଘ ବର୍ଷ ପରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଦିଗ୍‌ବିଜଜୟ ସିଂହ ଓ ଜୟରାମ ରମେଶ ଓଡିଶା ଗସ୍ତରେ ଆସିଛନ୍ତି ।

ରାହୁଲଙ୍କ ଭାରତ ଯୋଡ ଯାତ୍ରା ଓଡିଶାକୁ ସଂଯୋଗ ନକରୁଥିଲେ ମଧ୍ୟ ପ୍ରଦେଶ କଂଗ୍ରେସ ୨୦୦୦ କିଲୋମିଟରର ଯାତ୍ରା କରିବାକୁ ଯୋଜନା କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତକରି ଏହି ଯାତ୍ରା ଓଡ଼ିଶା ନିକଟବର୍ତ୍ତୀ ରାଜ୍ୟରେ ରାହୁଲଙ୍କ ଯାତ୍ରା ସହିତ ଯୋଗ ଦେବ। ତେବେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିଲା ୨୦୧୯ ନିର୍ବାଚନ ।

ଇତିମଧ୍ୟରେ ଦଳର ଅନେକ କର୍ମୀ ଓ ନେତା ଦଳରୁ ବିଦାୟ ନେଲେନି। ଏବେ ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସର ମଙ୍ଗ ଧରିଛନ୍ତି । ବିଜେପୁର ଉପନିର୍ବାଚନରେ କଂଗ୍ରେସର ଦ୍ୱିତୀୟ ସ୍ଥାନ ହାସଲ ପରେ ଦଳୀୟ ନେତା ଓ କର୍ମୀ ମଧ୍ୟ ଶରତ ପଟ୍ଟନାୟକଙ୍କୁ ନେଇ ବେଶ୍ ଆଶାବାଦୀ ଓ ଉତ୍ସାହିତ ଜଣାପଡୁଛି। ତେବେ ୨୦୨୪ ନିର୍ବାଚନ ସେ କିଭଳି ରଣକୌଶଳ ପ୍ରୟୋଗ କରୁଛନ୍ତି ଏବଂ ଏହା ଦ୍ୱାରା ଦଳ କେତେ ଲାଭବାନ ହେଉଛି ତାହା ଆଗକୁ ଦେଖିବା ବାକି ରହିଲା।

(ବି.ଦ୍ର : ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ନାଲ୍‌କୋ ଛକ, ଦୂରଭାଷ: ୯୮୬୧୨୪୦୨୨୮

Congress Bharat Jodo Yatra Congress Bharat Jodo Yatra Bharat Jodo
Advertisment
Advertisment