Advertisment

'କଂଗ୍ରେସ ଛାଡ଼ ଯାତ୍ରା': ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Congress Chhodo Yatra

‘Congress Chhodo Yatra’ begins

କଂଗ୍ରେସକୁ ଲାଗିଲା ବଡ଼ ଝଟକା। ଗୋଆରେ ଦିନକୁ ଦୁର୍ବଳ ହେବାରେ ଲାଗିଛି କଂଗ୍ରେସ। ଚଳିତ ନିର୍ବାଚନରେ ୧୧ ଜଣ ବିଜୟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ଜଣ ବିଧାୟକ କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସର ଅନେକ ତୁଙ୍ଗ ନେତା ମଧ୍ୟ ବିଜେପି ସାମିଲ ହୋଇଛନ୍ତି। କଂଗ୍ରେସର ଭାରତ ଯୋଡ଼ ଅଭିଯାନ ବେଳେ ଏଭଳି ଘଟଣା କଂଗ୍ରେସ ପାଇଁ ଝଟ୍‌କା। ଆଉ ଜୋର୍ ଧରିଲା କଂଗ୍ରେସ ଛାଡ଼ ବିଜେପି ଯୋଡ଼ ନାରା। 

Advertisment

କଂଗ୍ରେସ ବିଧାୟକ ଦିଗମ୍ବର କାମତ, ମାଇକେଲ ଲୋବୋ, ଦେଲିଲା ଲୋବେ, ରାଜେଶ ଫଲଦେସାଇ, କେନାର ନାଏକ, ସକଳ୍ପ ଅମୋନକର, ଅଲେକ୍ସୋ ସିକେରା ଓ ରୁଡୋଲ୍ଡ ଫର୍ଣ୍ଣାଣ୍ଡିଜ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ସମସ୍ତ ବିଧାୟକ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଭେଟି ବିଧିବଦ୍ଧ ଭାବେ ଗେରୁଆ ଦଳରେ ମିଶିଛନ୍ତି। ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍‌ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ।

ଇତି ମଧ୍ୟରେ ବିରୋଧୀ ଦଳର ନେତା ମାଇକେଲ ଲୋବୋ କଂଗ୍ରେସ ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ କଂଗ୍ରେସ ବିଧାନସଭା ପାର୍ଟିକୁ ବିଜେପି ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ କଂଗ୍ରେସ ଛାଡ଼ ଯାତ୍ରା ଆରମ୍ଭ ହୋଇଯାଇଛି ବୋଲି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି। 

Advertisment

୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବର୍ତ୍ତମାନ ବିଜେପିର ୨୦ ଜଣ ବିଧାୟକ ଅଛନ୍ତି। ସେହିପରି କଂଗ୍ରେସର ମାତ୍ର ୧୧ ଜଣ ବିଧାୟକ ଅଛନ୍ତି। ଏହାବ୍ୟତୀତ ମହାରାଷ୍ଟ୍ରୱାଡି ଗୋମନ୍ତକ ଦଳର ଦୁଇ ଜଣ ଓ ଗୋଆ ପରୱାର୍ଡ ପାର୍ଟିର ଜଣେ ବିଧାୟକ ଅଛନ୍ତି। ସେହିପରି ୬ ଜଣ ଅନ୍ୟ ବିଧାୟକ ଅଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସର ୮ ଜଣ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୩ରେ ପହଞ୍ଚି ଯାଇଛି । ଆଉ ବିଜେପି ବିଧାୟକଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। 

BJP Congress Congress Chhodo Yatra
Advertisment
Advertisment