୨୦୦୧ରେ ମୁକ୍ତିଲାଭ କରିଥିବା ‘ଗଦର’ ଭଳି ଏହା ମଧ୍ୟ ଏହାର ଉଦଘାଟନୀ ଦିନରେ ବକ୍ସ ଅଫିସରେ ଧମାଲ କରିବ। ଏଭଳି ପରିସ୍ଥିତିରେ ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଜଣାପଡିଛି ଯେ ଫିଲ୍ମ ପ୍ରଥମ ଦିନ ପାଇଁ ୩୦ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିସାରିଛି।
ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ‘ଟାଇଗର ୩’ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଚଳିତ ବର୍ଷ ଭାଇଜାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ। କାରଣ ଚଳିତ ବର୍ଷ ଆଇସିସି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବରରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ ଏକ ମାସରୁ ଅଧିକ ସମୟ ଧରି ଚାଲିବ।
'ଜେଲର' ରିଲିଜ୍କୁ ନେଇ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ମଧ୍ୟରେ ବହୁତ କ୍ରେଜ୍ ରହିଛି। ରଜନୀକାନ୍ତ ମଧ୍ୟ ଏହି ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କାରଣ ଏହା ପରେ ସେ ଫିଲ୍ମରୁ ବିରତି ନେବେ ବୋଲି କୁହାଯାଉଛି। ହେଲେ କାହିଁକି…
ଦେଶଭକ୍ତିର ଭାବନାକୁ ଜୀବନ୍ତ କରି ସିରିଜ୍ ‘କମାଣ୍ଡୋ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ହାଇ-ଆକ୍ସନ୍, ପାୱାର୍ ପ୍ୟାକ୍ ସିରିଜ୍ ବିପୁଲ୍ ଅମୃତଲାଲ୍ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହୋଇଛି।
୨୦୦୨ରୁ ୨୦୦୭ ସଲମାନଙ୍କ ପାଇଁ ବହୁତ ଅଶୁଭ ଥିଲା। ସେତେବେଳେ ଲାଗୁଥିଲା ଯେପରି ସଲମାନଙ୍କ କ୍ୟାରିୟର ବୁଡିଯିବ। ସେହି ସମୟରେ ବଲିଉଡ୍ର ଜଣେ ସାଉଥ୍ ଅଭିନେତା ନିର୍ଦ୍ଦେଶକ ସଲମାନଙ୍କ ପାଇଁ ଭଗବାନ ହୋଇ ଆସିଥିଲେ ଆଉ ତାଙ୍କ ଉଜୁଡା କ୍ୟାରିଅରକୁ ସଜାଡି ଦେଇଥିଲେ।
ସୀମା ହାଇଦର ପାକିସ୍ତାନରୁ ଭାରତ ଆସିବା ମାତ୍ରେ ତାଙ୍କ ଭାଗ୍ୟ ବଦଳିଯାଇଛି। ସୀମା ତାଙ୍କ ସ୍ୱପ୍ନରେ ବି ଯାହା କେବେ ଭାବି ନଥିଲେ, ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ଶୁଣାଯାଉଛି ଯେ ବର୍ତ୍ତମାନ ସୀମା ବଲିଉଡର ହିରୋଇନ୍ ହେବାର ସୁଯୋଗ ପାଇଛନ୍ତି।
'ରକୀ ଔର୍ ରାନୀ କି ପ୍ରେମ୍ କାହାନି'ରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ କିସ୍ ସିନ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କିନ୍ତୁ କିସ୍ ସିନ୍ ଦେଇ ଚର୍ଚ୍ଚାରେ ରହିବା ଧର୍ମେନ୍ଦ୍ରଙ୍କ ପାଇଁ ଏହା ପ୍ରଥମ ନୁହେଁ। ଯେତେବେଳେ ସନୀ ଦେଓଲଙ୍କ ଗାର୍ଲ ଫ୍ରେଣ୍ଡକୁ ଧର୍ମେନ୍ଦ୍ର କିସ୍ ଦେଇଥିଲେ ସେତେବେଳେ…
୨୦୦୭ ରେ ‘ପାରାନର୍ମାଲ୍ ଆକ୍ଟିଭିଟି’ ନାମକ ଏକ ସ୍ୱଳ୍ପ ବଜେଟ’ର ହରର୍ ଫିଲ୍ମ ସାମ୍ନାକୁ ଆସିଥିଲା। ଏହି ଫିଲ୍ମଟି ମାତ୍ର ଚାରି ଜଣ ବ୍ୟକ୍ତିଙ୍କୁ ନେଇ ମାତ୍ର ୬ ଲକ୍ଷ ଟଙ୍କାର ବଜେଟ୍ରେ ସୀମିତ ଥିଲା। ଏହା ହିଟ୍ ହୋଇଥିଲା ଏବଂ ସାରା ବିଶ୍ୱରେ ପ୍ରାୟ ୮୦୦ କୋଟି ଟଙ୍କା ରୋଜଗାର କରିଥିଲା।
ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମ୍ଜି ୨'କୁ ଚର୍ଚ୍ଚା ଥମିବାର ନାଁ ଧରୁନି। ଏହି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ନିକଟତର ହେବାକୁ ଯାଉଛି। ଏହାରି ଭିତରେ କିନ୍ତୁ ରିଲିଜ୍ ବାଟରେ ଅନେକ ବାଧା ମଧ୍ୟ ରହିଛି।
ଫିଲ୍ମ 'ଗଦର'ର ସିକ୍ୱେଲ ‘ଗଦର ୨’ ର ଟ୍ରେଲର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର୍ ରିଲିଜ ହେବା ମାତ୍ରେ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ଆଲୋଚନା ପୁଣି ଥରେ ଆରମ୍ଭ ହୋଇଛି। ଏହି ସମୟରେ, ଶବାନା ଆଜ୍ମୀଙ୍କ ଏପରି ଏକ ସାକ୍ଷାତକାର ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ସେ ଫିଲ୍ମ 'ଗଦର: ଏକ୍ ପ୍ରେମ୍ କାହାନୀ'କୁ ଦୃଢ ନିନ୍ଦା କରିଥିଲେ।
ଆଜି ମୁଗ୍ଧା ଗୋଡ୍ସେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। କିନ୍ତୁ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ନେଇ ତାଙ୍କ ଯାତ୍ରା ଆଦୌ ସହଜ ନଥିଲା। ସେ ଦିନେ ୧୦୦ ଟଙ୍କାରେ ପେଟ୍ରୋଲ୍ ପମ୍ପରେ କାମ କରୁଥିଲେ।
କଲ୍କୀ କୋଏଚ୍ଲୀନ୍ ବଲିଉଡରେ ନିଜର ଅଭିନୟର ଚକ୍ମା ଦେଖେଇଛନ୍ତି। ଏବେ ସେ ପ୍ରକାଶ କରିଛନ୍ତି ଯେ ଅତ୍ୟଧିକ ଗୋରାପଣ ତାଙ୍କ ପାଇଁ ଏକ ସମସ୍ୟା ହୋଇଯାଇଛି। କେବଳ ଏତିକି ନୁହେଁ ତାଙ୍କୁ କାଷ୍ଟିଂ କାଉଚ୍ର ମଧ୍ୟ ଶିକାର ହେବାକୁ ପଡିଛି। ଅନେକ ବର୍ଷ ପରେ ଅଭିନେତ୍ରୀ ନିଜର ଏହି ଯନ୍ତ୍ରଣା ପ୍ରକାଶ କରିଛନ୍ତି।
୨୦୧୩ ମସିହାରେ ରିଲିଜ୍ ହୋଇଥିବା 'ଭାଗ୍ ମିଲ୍ଖା ଭାଗ୍'କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ଏକ ଦଶନ୍ଧି ସମାପ୍ତ ହୋଇଛି। ଏହି ଅବସରରେ ଫିଲ୍ମ ନିର୍ମାତା ଦର୍ଶକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ଫିଲ୍ମକୁ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଘୋଷଣା କରିଛନ୍ତି।
ଦୁଇ ବଡ଼ ତାରକାଙ୍କ ଫିଲ୍ମ ଗୋଟିଏ ଦିନରେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଉଛି। 'ଗଦର ୨' ସହ 'ଓଏମ୍ଜି ୨'ର ଲଢେଇ ହେବ। ଆଜିକାଲି ଉଭୟ ଟପ୍ ଷ୍ଟାରଙ୍କ ଫିଲ୍ମର ଲଢେଇକୁ ନେଇ ଅନେକ ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମର ବକ୍ସ ଅଫିସରେ ସଂଘର୍ଷକୁ ନେଇ ସନୀ ଦେଓଲ ନିଜେ ପ୍ରତିକ୍ରିୟା ଦେଇଛନ୍ତି।
ନିକଟରେ ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ' ଫିଲ୍ମରେ ରଣବୀର କପୁରଙ୍କୁ ରାମ ଭାବେ କାଷ୍ଟିଂକୁ ନେଇ ମୁକେଶ ଖାନ୍ନା ସମାଲୋଚନା କରିଛନ୍ତି। କାଷ୍ଟିଂକୁ ନେଇ ନିର୍ମାତା ଟିକେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ’ରେ ମୁକେଶ ଅମ୍ବାନୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦୀପିକା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଦେଖି ଆଲିଙ୍ଗନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୁପର୍ଷ୍ଟାର୍ ପ୍ରଭାସ ଆଉ ଏକ ଫିଲ୍ମ ‘ପ୍ରୋଜେକ୍ଟ କେ’ ସହିତ ଫେରୁଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଲାଣି। ଫିଲ୍ମର ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। ଏହି ସମୟରେ ଫିଲ୍ମର ଟିଜର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ନା ‘କଲ୍କୀ 2898 AD’ ରଖାଯାଇଛି।
କମଲ ହାସନ ଫିଲ୍ମ 'ଶୋଲେ'କୁ ନେଇ ଏକ ବିବାଦୀୟ ମତ ଦେଇଛନ୍ତି। କମଲ ହାସନ ଯେତେବେଳେ ଏହି ଫିଲ୍ମ ଦେଖିଲେ, ସେ ଏହାକୁ ଘୃଣା କରିଥିବା କହିଛନ୍ତି। ସେ ଏହି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ ଜଡିତ ଥିଲେ।
ପ୍ରିୟା ପ୍ରକାଶଙ୍କ ଷ୍ଟାରଡମ୍ ଦ୍ରୁତ ଗତିରେ ଫିକା ପଡିଯାଉଛି। ଏନେଇ ତାଙ୍କୁ ଇଣ୍ଡଷ୍ଟ୍ରିରେ ବଞ୍ଚିବା ପାଇଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି। ପ୍ରିୟା ବର୍ତ୍ତମାନ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ପୱନ କଲ୍ୟାଣ ଏବଂ ସାଇ ଧର୍ମ ତେଜଙ୍କ ଅଭିନୀତ ତେଲୁଗୁ କମେଡି ଫିଲ୍ମ ‘ବ୍ରୋ’ ପାଇଁ ପ୍ରସ୍ତୁତ ହେଉଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବରୁଣ ଏବଂ ଜାହ୍ନଭୀଙ୍କ ଫିଲ୍ମ ପ୍ରମୋସନର ଏକ ଫଟୋସୁଟ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ, ବରୁଣ ଜାହ୍ନଭୀଙ୍କ କାନକୁ କାମୁଡି ଦେଉଥିବାର ନଜର ଆସିଛନ୍ତି। ଏହା ପରେ ଇଣ୍ଟରନେଟ୍ରେ ଟ୍ରୋଲ୍ର ବର୍ଷା ଆରମ୍ଭ ହୋଇଯାଇଛି।
ସୁପର୍ଷ୍ଟାର୍ ପ୍ରଭାସଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ 'ସାଲାର: ପାର୍ଟ ୧ ସୀଜ୍ଫାୟାର୍' ଏବେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଯାଇଛି। ଟିଜର୍ ଲଞ୍ଚ ପରଠାରୁ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ଏବଂ ପ୍ରଶଂସକଙ୍କ ଉତ୍ସାହ ବହୁଗୁଣିତ ହୋଇଯାଇଛି।
ଆଜିକାଲି ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା ଗୋଟିଏ ପ୍ରୋଜେକ୍ଟ ପାଇଁ ୨୦୦ କୋଟିରୁ ଅଧିକ ଟଙ୍କା ଦାବି କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗୋଟିଏ ଫିଲ୍ମରେ କେଇ ମିନିଟ୍ର ଅଭିନୟ ପାଇଁ ମଧ୍ୟ ଅନେକ ବଡ ତାରକା ବିପୁଳ ପରିମାଣର ଟଙ୍କା ଚାର୍ଜ କରନ୍ତି। ବଲିଉଡ୍ର ଏହି ଷ୍ଟାର୍ଙ୍କ ଚାର୍ଜ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇଯିବେ।
‘ଜୱାନ’ର ପ୍ରିଭ୍ୟୁ ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତ ପ୍ରଶଂସକ ଏବଂ ଟ୍ରେଡ୍ ଆନାଲିଷ୍ଟ୍ ଫିଲ୍ମର ବକ୍ସ ଅଫିସ୍ ରୋଜଗାରକୁ ନେଇ ନିଜ ନିଜ ପୂର୍ବାନୁମାନ ବାଣ୍ଟିବାରେ ଆରମ୍ଭ କରିଦେଇଛନ୍ତି। KRK ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି। ସେ ଯାହା କହିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବା ଥୟ।
‘ପଠାନ୍’ର ବକ୍ସ ଅଫିସ୍ ରୋଜଗାରକୁ ନେଇ ବିଭିନ୍ନ ପ୍ରକାର ଗୁଜବ ଅନଲାଇନରେ ଦେଖାଯାଇଥିବା ବେଳେ ‘ପଠାନ୍’ ବକ୍ସ ଅଫିସ୍ ରୋଜଗାରକୁ ନେଇ କାଜୋଲଙ୍କ ମତ ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି। ଏନେଇ ଶାହରୁଖଙ୍କ ପ୍ରଶଂସକମାନେ କାଜୋଲଙ୍କ ଉପରେ ରାଗିଯାଇଛନ୍ତି।
ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚର୍ଚ୍ଚା ହେଉଛି।