Advertisment

Teaser Release: ‘ପ୍ରୋଜେକ୍ଟ କେ’ ହେଲା ‘କଲ୍‌କୀ 2898 AD’; ପ୍ରଭାସଙ୍କ ଝଲକକୁ ଖୁବ ତାରିଫ୍

ସୁପର୍‌ଷ୍ଟାର୍‌ ପ୍ରଭାସ ଆଉ ଏକ ଫିଲ୍ମ ‘ପ୍ରୋଜେକ୍ଟ କେ’ ସହିତ ଫେରୁଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଲାଣି। ଫିଲ୍ମର ପୋଷ୍ଟରେ ପ୍ରଭାସଙ୍କ ଲୁକ୍ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। ଏହି ସମୟରେ ଫିଲ୍ମର ଟିଜର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ନା ‘କଲ୍‌କୀ 2898 AD’ ରଖାଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
project-k is now kalki 2898ad glimpse revealed by makers

project-k is now kalki 2898ad glimpse revealed by makers

‘ଆଦିପୁରୁଷ’ ପରେ ସୁପର୍‌ଷ୍ଟାର୍‌ ପ୍ରଭାସ ଆଉ ଏକ ଫିଲ୍ମ ‘ପ୍ରୋଜେକ୍ଟ କେ’ ସହିତ ଫେରୁଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍ ଧରିଲାଣି। ଫିଲ୍ମର ପୋଷ୍ଟରରେ ପ୍ରଭାସଙ୍କ ଲୁକ୍ ଦେଖି ପ୍ରଶଂସକମାନେ ନିରାଶ ହୋଇଥିଲେ। ଏହି ସମୟରେ, ଫିଲ୍ମର ଟିଜର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ନା ‘କଲ୍‌କୀ 2898 AD’ ରଖାଯାଇଛି। ଏଥିରେ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଛି।

Advertisment

‘କଲ୍‌କୀ 2898 AD’ ଚଳଚ୍ଚିତ୍ରର ଟିଜର ବୈଜୟନ୍ତୀ ମୁଭିଜ୍ ଓ ଅଭିନେତା ପ୍ରଭାସଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ରିଲିକ୍ ହୋଇଛି। ଏଥିରେ ଯୁଦ୍ଧ ପରି ପରିସ୍ଥିତିର ଝଲକ ଦେଖିବାକୁ ମିଳିଛି। ଏହି ଫିଲ୍ମ ୨୦୨୪ ମସିହାରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ଏହି ଟିଜର ଦେଖିବା ପରେ ପ୍ରଶଂସକମାନେ ପ୍ରଭାସଙ୍କ ଫିଲ୍ମକୁ ହଲିଉଡ୍‌ ଫିଲ୍ମ ସହିତ ତୁଳନା କରିବା ଆରମ୍ଭ କରିଛନ୍ତି।

ଦୀପିକା ପାଦୁକୋନଙ୍କ ଲୁକରୁ ପରଦା ହଟାଇବା ପରେ ନିର୍ମାତା ପ୍ରଭାସଙ୍କ ଲୁକ୍‌ର ଝଲକ ଦେଖାଇଥିଲେ, ଯାହାକୁ ପ୍ରଶଂସକମାନେ ପସନ୍ଦ କରୁନଥିଲେ। ଏଥିସହିତ ଅନେକ ଲୋକ ପ୍ରଭାସଙ୍କୁ ମଧ୍ୟ ଟ୍ରୋଲ୍‌ କରିଥିଲେ, ଯେଉଁ କାରଣରୁ ନିର୍ମାତା ପୋଷ୍ଟର କାଢିବାକୁ ବାଧ୍ୟ ହୋଇଥିଲେ।

Advertisment

ତେବେ ଏହି ଫିଲ୍ମକୁ ନେଇ ଆଲୋଚନା ଦୀର୍ଘ ଦିନ ଧରି ଚାଲିଆସୁଛି, ଯେଉଁଥିପାଇଁ ଫିଲ୍ମର ନାମ ପ୍ରୋଜେକ୍ଟ କେ’ ମଧ୍ୟ ଆଲୋଚନାରେ ରହିଆସିଛି। ଏହି ଫିଲ୍ମର ଅଂଶବିଶେଷ ଥିବା ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଚେହେରା ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ।

Deepika Padukone Prabhas Amitabh Bachchan Bollywood
Advertisment
Advertisment