Advertisment

ମୁଗ୍‌ଧା ଗୋଡ୍‌ସେ ଆଜି ଜଣେ ପ୍ରସିଦ୍ଧ ଅଭିନେତ୍ରୀ; ଦିନେ ୧୦୦ ଟଙ୍କାରେ ପେଟ୍ରୋଲ୍ ପମ୍ପରେ କରୁଥିଲେ କାମ

ଆଜି ମୁଗ୍‌ଧା ଗୋଡ୍‌ସେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। କିନ୍ତୁ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ନେଇ ତାଙ୍କ ଯାତ୍ରା ଆଦୌ ସହଜ ନଥିଲା। ସେ ଦିନେ ୧୦୦ ଟଙ୍କାରେ ପେଟ୍ରୋଲ୍ ପମ୍ପରେ କାମ କରୁଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Mugdha Godse Birthday

Mugdha Godse birthday special

ମୁଗ୍‌ଧା ଗୋଡ୍‌ସେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ। ସେ କଙ୍ଗନା ରାଣାୱତ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ 'ଫ୍ୟାଶନ୍'ରେ ନିଜର ଦମଦାର ଅଭିନୟ ପାଇଁ ଜଣାଶୁଣା। ଏହା ଥିଲା ମୁଗ୍‌ଧାଙ୍କର ପ୍ରଥମ ଚଳଚ୍ଚିତ୍ର। ଏହା ପରେ ସେ ଅନେକ ବଲିଉଡ୍‌ ଏବଂ ସାଉଥ୍‌ ଫିଲ୍ମରେ ଅଭିନୟ କରିଛନ୍ତି।

Advertisment

ନିଜର ବିନ୍ଦାସ୍ ଷ୍ଟାଇଲ୍‌ରେ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରୁଥିବା ମୁଗ୍‌ଧା ଆଜି ତାଙ୍କର ୩୭ ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହିତ ଜଡିତ କିଛି ବିଶେଷ କଥା -

ମୁଗ୍‌ଧା ଗୋଡ୍‌ସେ ୨୬ ଜୁଲାଇ ୧୯୮୬ରେ ପୁଣେରେ ରହୁଥିବା ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆଜି ଏହି ଅଭିନେତ୍ରୀ ଇଣ୍ଡଷ୍ଟ୍ରିରେ ଏକ ପରିଚିତ ନାଁ। କିନ୍ତୁ ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବା ନେଇ ତାଙ୍କ ଯାତ୍ରା ଆଦୌ ସହଜ ନଥିଲା। ରିପୋର୍ଟ ଅନୁଯାୟୀ, ମୁଗ୍‌ଧା ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ ଯେଉଁଠାରେ ସେ ଦିନକୁ ମାତ୍ର ୧୦୦ ଟଙ୍କା ପାଉଥିଲେ।

Advertisment

ଅଧିକ ପଢ଼ନ୍ତୁ: ମୋ ଗୋରାପଣ ମୋ ପାଇଁ କାଳ ହୋଇଛି; ମତେ କାଷ୍ଟିଙ୍ଗ୍ କାଉଚର ଶିକାର ହେବାକୁ ପଡିଛି; କଲ୍‌କୀ

ମିସ୍ ଇଣ୍ଡିଆରେ ଭାଗ:

ମୁଗ୍‌ଧା ଗୋଡ୍‌ସେ ମଡେଲିଂ ସହିତ ଗ୍ଲାମର ଦୁନିଆରେ ନିଜର ଯାତ୍ରା ଆରମ୍ଭ କରିଥିଲେ। ୨୦୦୨ ମୁଗ୍‌ଧା ଗୋଡ୍‌ସେଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ୱପୂର୍ଣ୍ଣ ବର୍ଷ ଥିଲା। ଏହି ବର୍ଷ ତାଙ୍କ ଜୀବନକୁ ପୂରା ବଦଳାଇ ଦେଇଥିଲା। ଏହି ବର୍ଷ ସେ ବେଷ୍ଟ୍ ମଡେଲ ଏବଂ ମିଡ୍‌ ଇଣ୍ଡିଆରେ ବେଷ୍ଟ୍ ନେସନାଲ୍ କଷ୍ଟ୍ୟୁମ୍ ଆଖ୍ୟା ଅର୍ଜନ କରିଥିଲେ। ୨୦୦୪ ମସିହାରେ ମୁଗ୍‌ଧା ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ମଧ୍ୟ ସେମିଫାଇନାଲିଷ୍ଟ୍‌ ହୋଇଥିଲେ।

ଚଳଚ୍ଚିତ୍ରରେ କାମ:

ମଡେଲିଂରେ ଏକ ପରିଚୟ ଅର୍ଜନ କରିବା ପରେ ସେ ଅନେକ ଆଡ୍ ଫିଲ୍ମରେ ଅଭିନୟ କରିଥିଲେ ଏବଂ ଏଠାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ସେ ଅଜୟ ଦେବଗନ୍, ଅକ୍ଷୟ ଖାନ୍ନା, ଅନୁ କପୁରଙ୍କ ପରି ଭେଟେରାନ୍ ଅଭିନେତାମାନଙ୍କ ସହ ମଧ୍ୟ କାମ କରିଛନ୍ତି। ଆଜି ମୁଗ୍‌ଧା ଗୋଡ୍‌ସେ 'ଅଲ୍ ଦ ବେଷ୍ଟ୍', 'ଜେଲ୍', 'ସାହିବ ବିବି', 'ଗ୍ୟାଙ୍ଗଷ୍ଟର ରିଟର୍ନସ୍' ଏବଂ 'ହିରୋଇନ୍' ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା।

ବୃତ୍ତିଗତ ଜୀବନ ସହିତ, ଏହି ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନ ହେତୁ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ୧୮ ବର୍ଷ ବଡ ଅଭିନେତା ରାହୁଲ ଦେବଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୁଏ। ଏହି ଯୋଡି ଗତ ୯ ବର୍ଷ ହେଲା ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ରହୁଛନ୍ତି। ତେବେ ତାଙ୍କ ପୁଅ ପାଇଁ ରାହୁଲ ଦେବ ଆଉ ବିବାହ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Bollywood Rahul Dev
Advertisment
Advertisment