Advertisment

‘ରଣବୀର କ’ଣ ରାମ ଭଳି ଲାଗିବେ!’; ‘ରାମାୟଣ’ରେ ଅଭିନେତାଙ୍କ କାଷ୍ଟିଂକୁ ନେଇ ମୁକେଶ ଖାନ୍ନା ଖପ୍ପା

ନିକଟରେ ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ' ଫିଲ୍ମରେ ରଣବୀର କପୁରଙ୍କୁ ରାମ ଭାବେ କାଷ୍ଟିଂକୁ ନେଇ ମୁକେଶ ଖାନ୍ନା ସମାଲୋଚନା କରିଛନ୍ତି। କାଷ୍ଟିଂକୁ ନେଇ ନିର୍ମାତା ଟିକେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
mukesh khanna reaction on ranbir kapoor playing lord ram

mukesh khanna reaction on ranbir kapoor playing lord ram

ଓମ୍ ରାଓତଙ୍କ 'ଆଦିପୁରୁଷ' ପରେ ଏବେ ସମସ୍ତଙ୍କ ନଜର ନୀତେଶ ତିୱାରୀଙ୍କ 'ରାମାୟଣ' ଉପରେ ରହିଛି। ରିପୋର୍ଟ ଅନୁଯାୟୀ, ଶ୍ରୀରାମ ଏବଂ ମାତା ସୀତାଙ୍କ ମୁଖ୍ୟ ଭୂମିକାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନଜର ଆସିବେ। ଏହା ପୂର୍ବରୁ ଅଭିନେତା ୟଶ ଏହି ଚଳଚ୍ଚିତ୍ରରେ ଶ୍ରୀରାମ ଭୂମିକାରେ ଅଭିନୟ କରିବେ ବୋଲି ଖବର ଆସିଥିଲା, କିନ୍ତୁ ପରେ ଜାଣିବାକୁ ମିଳିଲା ଯେ ସେ ଏହାକୁ ଅସ୍ୱୀକାର କରିଛନ୍ତି।

Advertisment

ଏଭଳି ପରିସ୍ଥିତିରେ ଭଗବାନ ଶ୍ରୀରାମଙ୍କ ଭୂମିକା ପାଇଁ ରଣବୀର କପୁରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ 'ଶକ୍ତିମାନ' ଫେମ୍ ଅଭିନେତା ମୁକେଶ ଖାନ୍ନା ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ଫିଲ୍ମର କାଷ୍ଟିଂ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସିରିଜ 'ମହାଭାରତ'ରେ ଭୀଷ୍ମ ପିତାମହ ଭୂମିକାରେ ଅଭିନୟ କରିବା ନେଇ ମୁକେଶ ଖାନ୍ନା ଜଣାଶୁଣା। ନିକଟରେ ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ ରଣବୀର କପୁରଙ୍କ କାଷ୍ଟିଂକୁ ମୁକେଶ ସମାଲୋଚନା କରିଛନ୍ତି। କାଷ୍ଟିଂକୁ ନେଇ ନିର୍ମାତା ଟିକେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

Advertisment

ମୁକେଶ ଖାନ୍ନା କହିଛନ୍ତି, “ଅଭିନେତାମାନଙ୍କ ବେଷ୍ଟ କାଷ୍ଟିଂ ପାଇଁ ‘ମହାଭାରତ’କୁ ପୁରସ୍କାର ଦିଆଯିବା ଉଚିତ। ଗୋଟି ଗୋଟି କରି ଅଭିନେତା ଚୟନ କରାଯାଇଥିଲା।” ମୁକେଶ ଖାନ୍ନା ଆହୁରି କହିଛନ୍ତି, “ମତେ ଲାଗୁନି ଯେ ଏଥର ଏହି ଲୋକମାନେ କୌଣସି ଭୁଲ ବାର୍ତ୍ତା ଦେବେ, କିନ୍ତୁ ସେମାନଙ୍କୁ ୧୦୦କୋଟି, ୩୦୦କୋଟି ରୋଜଗାର କରିବାର ଅଛି।” ଅଭିନେତା ପ୍ରଭାସଙ୍କ ନା’ ମଧ୍ୟ ନେଇ ସେ କହିଛନ୍ତି ଯେ “ପ୍ରଭାସ ନିଶ ଲଗାଇବାରୁ ରାମଙ୍କ ପରି ଦେଖାଯାଉ ନଥିଲେ।”

ସେ ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ ରଣବୀର କପୁର ମଧ୍ୟ ରାମ ଭୂମିକାରେ ଅଭିନୟ କରିବେ, ସେତେବେଳେ ତାଙ୍କୁ ନେଇ 'ରାମାୟଣ'ର ରାମ ଅରୁଣ ଗୋଭିଲଙ୍କ ସହ ତୁଳନା କରାଯିବା ନିଶ୍ଚିତ। ଯେତେବେଳେ ବି ରାମଙ୍କୁ କାଷ୍ଟ୍‌ କରାଯିବ ସେତେବେଳେ ଅରୁଣ ଗୋଭିଲଙ୍କ ସହିତ ତୁଳନା ହେବ ହିଁ ହେବ। ମତେ କିନ୍ତୁ ଲାଗୁଛି, ଜଣେ ଲୋକପ୍ରିୟ ଅଭିନେତା ରାମ ହୋଇପାରିବେ ନାହିଁ। ସେ ଜଣେ ଭଲ ଅଭିନେତା ହୁଏତ, କିନ୍ତୁ ରଣବୀର କପୁର କ’ଣ ଏଭଳି ଇମେଜ୍‌ରେ ରାମ ରୂପେ ଦେଖାଯିବେ? ପ୍ରଭାସ ମଧ୍ୟ ଖରାପ ନୁହଁନ୍ତି, କିନ୍ତୁ ଭାବିଚିନ୍ତି କାଷ୍ଟିଂ କରାଯିବା ଉଚିତ।”

‘ଆଦିପୁରୁଷର’ ବିଫଳତାକୁ ନେଇ ମୁକେଶ ଖାନ୍ନା କହିଛନ୍ତି, “ଏହି ଚଳଚ୍ଚିତ୍ରର ଭିଏଫ୍‌ଏକ୍ସ ବି-ଗ୍ରେଡ୍। ଏହା ଦେଖି ମତେ ରାଗ ଆସୁଛି। ଏପରି ଅନେକ କଥା ଅଛି ଯାହାକୁ ମନୋଜ ମୁନ୍ତାଶିର ସର୍ବସାଧାରଣକୁ ଆସି କହିବା ଉଚିତ୍ ନଥିଲା। ହନୁମାନଙ୍କ ସଂଳାପ ଏପରି ଲେଖିବାର ଆବଶ୍ୟକତା କ’ଣ ଥିଲା? ମୁଁ ଭାବୁଛି ତାଙ୍କୁ ଦଣ୍ଡ ଦିଆଯିବା ଉଚିତ।”

Bollywood Ranbir Kapoor Mukesh Khanna
Advertisment
Advertisment