ପରିଣୀତିଙ୍କ ବିବାହ ପରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ: ଦି ଗ୍ରେଟ୍ ରେସ୍କ୍ୟୁ ଅଫ୍ ଇଣ୍ଡିଆ’ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ର ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏଥିରେ ସେ ଅକ୍ଷୟଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ।
ୟଶ୍ ରାଜ୍ ଫିଲ୍ମସର ସ୍ପାଇ ୟୁନିଭର୍ସର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରୁ ‘ଟାଇଗର ୩’ ଅନ୍ୟତମ। ଏଭଳି ପରିସ୍ଥିତିରେ ଫିଲ୍ମର ବଜେଟ୍ ଏବଂ ଷ୍ଟାର୍କାଷ୍ଟ୍କୁ ନେଇ ଆଲୋଚନାର ବଜାର ମଧ୍ୟ ସରଗରମ ହୋଇଉଠିଛି। ଏହାର ବଜେଟ୍ ‘ପଠାନ’ ଠାରୁ ଟପିଯାଇଥିବା ବେଳେ ସଲମାନଙ୍କ ଫିସ୍ ଆଶ୍ଚର୍ଯ୍ୟ କରୁଛି।
କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ତେଜସ୍'ର ଟିଜର ରିଲିଜ୍ ହୋଇଛି। ଏହି ଫିଲ୍ମରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ ନଜର ଆସିବେ। ଏଥିରେ ସେ IAF ଅଧିକାରୀ ତେଜସ୍ ଗିଲ୍ ଭୂମିକାରେ ଅଭିନୟ କରିଛନ୍ତି।
ବିବେକ ଅଗ୍ନିହୋତ୍ରୀ ବର୍ତ୍ତମାନ 'ଦ ଭ୍ୟାକ୍ସିନ୍ ୱାର୍' ସଂଗ୍ରହକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକ କହିଛନ୍ତି ଯେ ଯେହେତୁ ଲୋକମାନେ 'ଗଦର ୨' ଏବଂ 'ଜବାନ' ଦେଖିବା ପାଇଁ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ତେଣୁ ଆମର ଫିଲ୍ମ ଦେଖିବା ପାଇଁ ସେମାନଙ୍କ ପାଖରେ ଟଙ୍କା ନାହିଁ।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଖୁବ୍ ଶୀଘ୍ର ଦ୍ୱିତୀୟ ଶିଶୁର ପିତାମାତା ହେବାକୁ ଯାଉଛନ୍ତି। ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ଖୁବ ଶୀଘ୍ର ଘରେ ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ଚଳିତ ବର୍ଷ ଶାହରୁଖ ଖାନଙ୍କ 'ପଠାନ' ଏବଂ 'ଜବାନ' ଆଗରେ କୌଣସି ସାଉଥ୍ ସୁପରଷ୍ଟାରଙ୍କ ଚଳଚ୍ଚିତ୍ର ଉଠିପାରି ନାହିଁ। ଏହାରି ଭିତରେ କିନ୍ତୁ ଶାହରୁଖଙ୍କ ବିଜୟ ରଥକୁ ରୋକିବା ପାଇଁ ସାଉଥ ସିନେମା ଏହାର ସୁପରଷ୍ଟାରକୁ ମଇଦାନକୁ ଛାଡିବାକୁ ପ୍ରସ୍ତୁତ ହେଉଛି।
'ଗଣପତ'ର ଆକ୍ସନ୍-ପ୍ୟାକ୍ ଟିଜର୍ ଲଞ୍ଚ ହୋଇଯାଇଛି। ଟିଜର୍ଟି ଖୁବ ଦମଦାର୍ ମଧ୍ୟ ହୋଇଛି। ଏହାର ଚିତ୍ରଣ ଖୁବ ଆକର୍ଷଣୀୟ। ଆନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାଣକୁ ଟକ୍କର ଦେଲା ଭଳି ଏହାର ଭିଜୁଆଲ୍ ଗୁଡିକ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ।
ସ୍କନ୍ଧା’ ସହିତ ଟକ୍କର ଦେବାକୁ ବଲିଉଡ୍ ତାରକା କଙ୍ଗନା ରାଣାୱତ ‘ଚନ୍ଦ୍ରମୁଖୀ ୨’ ସହିତ ବକ୍ସ ଅଫିସରେ ଏଣ୍ଟ୍ରୀ କରିଛନ୍ତି। ପ୍ରଥମ ଦିନରେ ଏରେ କୋଟି ଟଙ୍କାରେ ଖାତା ଖୋଲିଛି ଫିଲ୍ମ।
ନାସିରୁଦ୍ଦିନ ଶାହା କୌଣସି ଏକ ଇଭେଣ୍ଟକୁ ଯିବା ଆଉ ସେଠାରେ ଏମିତି କିଛି ବିବାଦୀୟ କଥା କହି ଚର୍ଚ୍ଚା ହେବା ଏକ ସାଧାରଣ କଥା ହୋଇଗଲାଣି। ପୂର୍ବରୁ ସେ ବଲିଉଡକୁ ଟାର୍ଗେଟ୍ କରିଥିବା ବେଳେ ବର୍ତ୍ତମାନେ ସେ ସାଉଥ୍ ସିନେମାକୁ ଟାର୍ଗେଟ୍କୁ ନେଇଛନ୍ତି।
ସଲମାନ ଖାନ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ 'ଟାଇଗର ୩'ର ଟିଜର୍ ରିଲିଜ୍ କରିଛନ୍ତି। ଏଥିରେ ତାଙ୍କର ଦମଦାର ଡାଏଲଗ୍ ସାଙ୍ଗକୁ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଏହାକୁ ଦେଖିଲା ପରେ ଆପଣ ନିଶ୍ଚିତ କହିବେ ଯେ ଭାଇଜାନଙ୍କ ଆଶାର ଭାଗ୍ୟ ପୁଣି ଖୋଲିବାକୁ ଯାଉଛି।
ବକ୍ସ ଅଫିସରେ ହେବ ବଡ ସଂଘର୍ଷ। ଗୋଟିଏ ଦିନରେ ରିଲିଜ୍ ହେବ ‘ସାଲାର’ ଓ ‘ଡଙ୍କି’। ଏହି ସଂଘର୍ଷକୁ ନେଇ ଏତିକି କୁହାଯାଇ ପାରିବ ଯେ ବକ୍ସ ଅଫିସରେ ଯାହା ବି ହେଉ ଦର୍ଶକ କିନ୍ତୁ ଖୁବ ଉପଭୋଗ କରିବାକୁ ଯାଉଛନ୍ତି କାରଣ ଉଭୟ ଫିଲ୍ମ ଭିନ୍ନ ପ୍ରକାରର।
ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ଝାରସୁଗୁଡାର ସରବାହାଲ ପଡ଼ିଆରେ ହୋଇଥିବା ୨ଦିନ ଧରି ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଥିଲେ ବଲିଉଡ୍ ଷ୍ଟାର ଗୋବିନ୍ଦା ।
ଟାଇଗର ଶ୍ରଫ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗଣପତ: ଏ ହିରୋ ଇଜ୍ ବର୍ଣ୍ଣ' କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ। ଏହି ଚଳଚ୍ଚିତ୍ରରେ ସେ ନିଜର ପାୱାର୍ ପ୍ୟାକ୍ ଅବତାର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇ ଆସୁଛନ୍ତି। କ୍ରିତି ସାନନ୍ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଡିଷ୍ଟୋପିଆନ୍ ଦୁନିଆ ଉପରେ ଆଧାରିତ ଆକ୍ସନ୍ ଥ୍ରୀଲରରେ ଭରପୂର।
ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ବିଶାଲ ଭରଦ୍ୱାଜ ଏପର୍ଯ୍ୟନ୍ତ 'ଦ କାଶ୍ମୀର ଫାଇଲ୍ସ' ଏବଂ 'ଦ କେରଳ ଷ୍ଟୋରୀ' ଦେଖି ନାହାଁନ୍ତି। ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲେ ବି ସେ ଏହାକୁ ପ୍ରଚାରଧର୍ମୀ ଚଳଚ୍ଚିତ୍ର ବୋଲି କହିଛନ୍ତି।
ଶାହରୁଖ ପ୍ରଥମ ଭାରତୀୟ ଅଭିନେତା ହୋଇପାରିଛନ୍ତି ଯିଏ ଗୋଟିଏ ବର୍ଷରେ ବିଶ୍ୱବ୍ୟାପୀ ୨୦୦୦କୋଟି ଟଙ୍କା ରୋଜଗାର କରିଛନ୍ତି। ଶାହରୁଖ ଏହି ରେକର୍ଡ କରି ପ୍ରଭାସଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି।
ଆଜି ପରିଣୀତି ଚୋପ୍ରା ବଲିଉଡର ଏକ ନାଁକରା ଅଭିନେତ୍ରୀ। ତାଙ୍କୁ ଆଜି ସମସ୍ତେ ସମ୍ମାନ ଦେଉଛନ୍ତି। କିନ୍ତୁ ସ୍କୁଲ୍ରେ ପଢିବା ବେଳେ ପୁଅମାନେ ତାଙ୍କୁ ହଇରାଣ କରୁଥିଲେ। ଏମିତି କି ତାଙ୍କ ସ୍କର୍ଟ ମଧ୍ୟ ଉଠାଇବାକୁ ଚେଷ୍ଟା କରିଥିଲେ। ଜାଣନ୍ତୁ ପୂରା ଘଟଣା।
ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଯାଇଛି। ଧୂମ୍ଧାମ୍ରେ ହେବ ବିବାହ। ମେହେନ୍ଦି ସେଲିବ୍ରେସନ ଆଜି ଦେଖିବାକୁ ମିଳିବ।
'ସରଦାର ଉଧମ ସିଂହ'ରେ ଭିକି କୌଶଲଙ୍କ ଜବରଦସ୍ତ ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଜିତିବେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ତାହା ହେଲା ନାହିଁ। ଫିଲ୍ମ 'ପୁଷ୍ପା' ପାଇଁ ଅଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ଏହାକୁ ନେଇ ଏବେ ବିକି କୌଶଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
'ଜବାନ' ରିଲିଜ ହେବାର ୧୧ ଦିନ ବିତିଯାଇଥିଲେ ବି ଏହାର କ୍ରେଜ୍ କମୁନି। SRKଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉପଭୋଗ କରିବା ପାଇଁ କ୍ରମାଗତ ଭାବରେ ପ୍ରେକ୍ଷାଳୟକୁ ଆସୁଛନ୍ତି। ଏହାରି ଭିତରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ଭେଣ୍ଟିଲେଟରରେ ଥାଇ ବି ଫିଲ୍ମ ଦେଖିଛନ୍ତି।
‘ଗଦର ୨’ ବଡ ପରଦାରେ ହଇଚଇ ଖେଳେଇ ଦେଇଛି ଆଉ ଏହା ଭିତରେ ୬୭୪ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ‘ଗଦର ୨’ ର ସଫଳତା ପରେ ଅନ୍ୟ ଚଳଚ୍ଚିତ୍ର ନିର୍ମାତାମାନେ ମଧ୍ୟ ପୁରୁଣା ଚଳଚ୍ଚିତ୍ରର ସିକ୍ୱେଲ ତିଆରି କରିବାକୁ ଅଣ୍ଟା ଭିଡିଲେଣି।
'ଜବାନ'ର ସଫଳତା ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ଏଟଲୀ ସ୍ପଷ୍ଟ କରିଛନ୍ତି ଯେ ସେ ଫିଲ୍ମର ଦ୍ୱିତୀୟ ଭାଗ ମଧ୍ୟ କରିବେ। ଏନେଇ କିଛି ସମୟ ଲାଗିଲେ ମଧ୍ୟ ସେ ନିଶ୍ଚିତ ଭାବରେ 'ଜବାନ୍ ୨' ଆଣିବେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଫିଲ୍ମର ସିକ୍ୱେଲ ମଧ୍ୟ ଶାହରୁଖ ଖାନଙ୍କ ସହ କରିବେ।
ରୋହିତ ଶେଟ୍ଟୀ ପୁଣି ଥରେ ନିଜ ଅଣ୍ଟା ଭିଡିଲେଣି। ସିଂଘମ୍, ସିମ୍ବା ଏବଂ ସୂର୍ଯ୍ୟବଂଶୀ ପରେ ରୋହିତ ଏବେ ଆଉ ଏକ ଜବରଦସ୍ତ ଫିଲ୍ମ ନେଇ ଆସୁଛନ୍ତି। ଏହି ଫିଲ୍ମଟି ଆଉ କିଛି ନୁହେଁ, ଏହା ହେଉଛି ‘ସିଂଘମ ଏଗେନ୍’। ଏହି ଫିଲ୍ମରେ ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ରଣବୀର ସିଂହଙ୍କ ଧମାକାଦାର ଯୋଡିକୁ ପୁଣି ଥରେ ଦେଖିବାକୁ ମିଳିବ।
ପୁଅ ଟାଇଗର ଶ୍ରଫଙ୍କ କ୍ୟାରିୟର ବିଷୟରେ ଜ୍ୟାକି ଶ୍ରଫ୍ ଖୋଲାଖୋଲି ଭାବେ କହିଛନ୍ତି। ଯେତେବେଳେ ତାଙ୍କ ପୁଅ ଟାଇଗରଙ୍କ କୌଣସି ଫିଲ୍ମ ବକ୍ସ ଅଫିସରେ ସଫଳ ପାଏନି ତାଙ୍କୁ କିପରି ଲାଗେ ସେ କହିଛନ୍ତି।
‘ଜବାନ’ର ସଫଳତା ଇଭେଣ୍ଟରେ ଦୀପିକା ପାଦୁକୋନ କିଙ୍ଗ୍ ଖାନଙ୍କ ସହ ଜବାନ ଗୀତରେ ନାଚିଥିଲେ ଏବଂ ତାଙ୍କ ଗାଲରେ ଚୁମ୍ବନ ମଧ୍ୟ ଦେଇଥିଲେ। ଏହା ପରେ ଦୀପିକା ପାଦୁକୋନଙ୍କ ସ୍ୱାମୀ ରଣବୀର ସିଂହଙ୍କ ପ୍ରତିକ୍ରିୟା ଆସିଥିଲା ଯେଉଁଥିରେ ସେ ପ୍ରେମ ଆଉ ଭଲପାଇବାର କେଇ ଧାଡ଼ି ଲେଖିଛନ୍ତି।
ନାସିରୁଦ୍ଦିନ ଶାହା ତାଙ୍କ ଅଭିନୟ ଅପେକ୍ଷା ବିବାଦୀୟ ମତ ଦେଇ ପ୍ରାୟ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ପୁଣି ଥରେ ସେ ଏମିତି କିଛି କହିଛନ୍ତି ଯାହାକୁ ନେଇ ଅନେକ ଲୋକ ତାଙ୍କୁ ଟ୍ରୋଲ କରୁଛନ୍ତି। ସବୁଠାରୁ ବଡ କଥା ହେଉଛି ନାସିରୁଦ୍ଦିନ ଶାହା ନିଜେ ବଲିଉଡର ଏକ ଅଂଶ ହୋଇ ବି ବଲିଉଡ୍ ଫିଲ୍ମ ବିରୁଦ୍ଧରେ କହିଥାନ୍ତି।