Advertisment

'OMG 2' କୁ ସେନ୍ସର ବୋର୍ଡ ଲଗାମ; କଟାହେବ ୨୦ସିନ୍!

ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମ୍‌ଜି ୨'କୁ ଚର୍ଚ୍ଚା ଥମିବାର ନାଁ ଧରୁନି। ଏହି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ନିକଟତର ହେବାକୁ ଯାଉଛି। ଏହାରି ଭିତରେ କିନ୍ତୁ ରିଲିଜ୍ ବାଟରେ ଅନେକ ବାଧା ମଧ୍ୟ ରହିଛି।

author-image
Pramod Behera
OMG -2 cbfc ask makers for 20 cuts

OMG -2 cbfc ask makers for 20 cuts

ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଫିଲ୍ମ 'ଓଏମ୍‌ଜି ୨'କୁ ଚର୍ଚ୍ଚା ଥମିବାର ନାଁ ଧରୁନି। ଏହି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ନିକଟତର ହେବାକୁ ଯାଉଛି। ଏହାରି ଭିତରେ କିନ୍ତୁ ରିଲିଜ୍ ବାଟରେ ଅନେକ ବାଧା ମଧ୍ୟ ରହିଛି।

Advertisment

ରିପୋର୍ଟ ଅନୁଯାୟୀ, ସେନ୍ସର ବୋର୍ଡ ଏହି ଫିଲ୍ମରେ ୨୦ଟି କଟ୍‌ ପାଇଁ ନିର୍ମାତାଙ୍କୁ ପରାମର୍ଶ ଦେଇଛି ଏବଂ ଏହା ସହିତ ସେନ୍ସର ବୋର୍ଡର ସଂଶୋଧନ କମିଟି ମଧ୍ୟ ଏହାକୁ ଏକ ଆଡଲ୍ଟ ସାର୍ଟିଫିକେଟ୍ ଦେବା ବିଷୟରେ କହିଛି। ନିର୍ମାତା ଏହାକୁ ନେଇ ଏବେ ଅସନ୍ତୁଷ୍ଟ।

ଫିଲ୍ମ 'OMG 2' ରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଧାର୍ମିକ ପ୍ରସଙ୍ଗ ଉପରେ ଆଧାରିତ ବୋଲି ପ୍ରମୋଟ୍ କରାଯାଇଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମଟି ଯୌନ ଶିକ୍ଷା ଉପରେ ମଧ୍ୟ ଆଧାରିତ। ଏଭଳି ପରିସ୍ଥିତିରେ ଧର୍ମ ସହିତ ଯୌନ ଶିକ୍ଷାର ବିଷୟବସ୍ତୁ ଦେଖାଇବାକୁ ନିର୍ମାତାଙ୍କ ନିଷ୍ପତ୍ତି ଉପରେ ସେନ୍ସର ବୋର୍ଡର ଲଗାମ ରହିଛି।

Advertisment

ନିକଟରେ 'ଆଦିପୁରୁଷ' ରିଲିଜ୍ ହେବା ପରେ ଏବଂ ଇଂରାଜୀ ଫିଲ୍ମ 'ଓପେନହାଇମର୍‌'କୁ ନେଇ ବିବାଦ ପରେ ସେନ୍ସର ବୋର୍ଡ ବିଶ୍ୱାସ ଏବଂ ଧର୍ମ ସହ ଜଡିତ ବିଷୟଗୁଡିକ ଉପରେ ଯତ୍ନବାନ ହୋଇଛି। ଏହି କାରଣରୁ ଫିଲ୍ମରେ ଅନେକ କଟ୍ କରିବା ପାଇଁ ପରାମର୍ଶ ଦିଆଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ସେନ୍ସର ବୋର୍ଡ ଦ୍ୱାରା ପରାମର୍ଶ ଦିଆଯାଇଥିବା ସମସ୍ତ ପରିବର୍ତ୍ତନ ପରେ, 'OMG 2'କୁ ସେନ୍ସର ବୋର୍ଡ ଦ୍ୱାରା ଏକ ପ୍ରମାଣପତ୍ର ପ୍ରଦାନ କରାଯାଇପାରିବ।

ଏହାରି ଭିତରେ ଖବର ମଧ୍ୟ ଆସୁଛି ଯେ ଫିଲ୍ମରେ ପରିବର୍ତ୍ତନ ପାଇଁ ସେନ୍ସର ବୋର୍ଡ ଦେଇଥିବା ପରାମର୍ଶରେ ନିର୍ମାତା ଖୁସି ନୁହଁନ୍ତି କି ସେ ‘ଏ’ ସାର୍ଟିଫିକେଟ୍ ଗ୍ରହଣ କରିବାକୁ ଚାହାନ୍ତି ନାହିଁ। କାରଣ ଏହା ପରେ ଏହାକୁ କେବଳ ୧୮ ବର୍ଷରୁ ଅଧିକ ଦର୍ଶକମାନେ ଦେଖିପାରିବେ। ଏ ବାବଦରେ ଫିଲ୍ମର ନିର୍ମାତା ଖୁବ୍ ଶୀଘ୍ର ସେନ୍ସର ବୋର୍ଡର ସଦସ୍ୟଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି।

ଫିଲ୍ମକୁ ନେଇ ସେନ୍ସର ବୋର୍ଡର ସମସ୍ତ ଆପତ୍ତି ଏବଂ ନିର୍ମାତାଙ୍କ ମତଭେଦ ମଧ୍ୟରେ ଏହା ମଧ୍ୟ କୁହାଯାଉଛି ଯେ ଏହି ଫିଲ୍ମର ରିଲିଜ୍ ତାରିଖରେ ପରିବର୍ତ୍ତନ ହୋଇପାରେ। ତେବେ ନିର୍ମାତା ନିଜ ଚାହିଦା ପୂରଣ କରିବାରେ ସଫଳ ହେଉଛନ୍ତି କି ଫିଲ୍ମ ସେନ୍ସର ବୋର୍ଡର ସର୍ତ୍ତାବଳୀ ଅନୁସାରେ ମୁକ୍ତିଲାଭ କରୁଛି ତାହା ଦେଖିବା ନିଶ୍ଚିତ କୌତୁହଳପୂର୍ଣ୍ଣ ହେବ।

Bollywood Akshay Kumar OMG
Advertisment
Advertisment