YRF ଗତ ସପ୍ତାହରୁ ‘ଟାଇଗର ୩’ ର ପ୍ରଥମ ଟ୍ରାକ୍କୁ ଅପେକ୍ଷା କରାଯାଇଥିଲା ଏବଂ ଆଜି ଏହି ପାର୍ଟି ଟ୍ରାକ୍ ‘ଲେକେ ପ୍ରଭୁ କା ନାମ୍’ ସାମ୍ନାକୁ ଆସିଛି। ସଲମାନ ଏବଂ କ୍ୟାଟ୍ରିନାଙ୍କୁ ପୁଣି ଥରେ ଏକାଠି 'ଲେକେ ପ୍ରଭୁ କା ନାମ୍'ରେ ଦମଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
‘ଟାଇଗର ୩’ର ଟ୍ରେଲର ସମସ୍ତଙ୍କ ଉତ୍ସାହକୁ ବଢେଇ ଦେଇଛି ଏବଂ ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ ‘ଲେକେ ପ୍ରଭୁ କା ନାମ୍’ ଆସନ୍ତାକାଲି ସକାଳ ୧୧ ଟାରେ ରିଲିଜ୍ ହେବାକୁ ଯାଉଛି ଏବଂ ଇଣ୍ଟରନେଟ୍ରେ ସଲମାନ ଏବଂ କ୍ୟାଟ୍ରିନାଙ୍କୁ ପୁଣି ଥରେ ଦେଖିବାକୁ ଲୋକଙ୍କ ଉତ୍ସାହ ବଢିଯାଇଛି।
୪୧ ବର୍ଷ ପରେ, ଯେତେବେଳେ ବିରୋଧୀମାନେ ଲଭ୍ ଜିହାଦ୍କୁ ନେଇ ନାସିରୁଦ୍ଦିନ ଶାହାଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ ତାଙ୍କ ପତ୍ନୀ ରତ୍ନା ପାଠକ ଶାହାଙ୍କ ଧର୍ମ ପରିବର୍ତ୍ତନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଥିଲେ। ଧର୍ମ ପ୍ରସଙ୍ଗରେ ସେ ବର୍ତ୍ତମାନର ସରକାରଙ୍କ ଚିନ୍ତାଧାରା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଅଭିନେତ୍ରୀ କାଜୋଲଙ୍କ ସହ ଘଟିଲା ଏମିତି ଅଘଟଣ। ଦୁର୍ଗା ପୂଜା ସମୟରେ କାଜୋଲଙ୍କ ସହ ଏମିତି କିଛି ଘଟିଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଦେଖନ୍ତୁ….
'ଗଣପତ୍' ଆଜି ମୁକ୍ତିଲାଭ କରିଛି। ଏହାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି। ଏଭଳି ପରିସ୍ଥିତିରେ ମେଗାଷ୍ଟାର ରଜନୀକାନ୍ତ ମଧ୍ୟ ଫିଲ୍ମରେ ପ୍ରେମରେ ପଡିଯାଇଛନ୍ତି। ସେ କହିଛନ୍ତି…
‘ଲିଓ’ ପ୍ରଥମ ଦିନରେ ଏକ ଜବରଦସ୍ତ ଓପେନିଂ କରିଛି। ସାରା ବିଶ୍ୱରେ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ପାର୍ କରିଛି। ଏହି ହିସାବରେ ପଛରେ ପଡିଯାଇଛି ପଠାନ୍ ଆଉ ଜେଲର୍।
ହେମା ମାଳିନୀ ଗତକାଲି ଅର୍ଥାତ୍ ୧୬ ଅକ୍ଟୋବରରେ ତାଙ୍କର ୭୫ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ପାର୍ଟୀରେ ଯେତେବେଳେ ‘ତୁନେ ଓ ରଙ୍ଗିଲେ କୈସେ ଯାଦୁ କିୟା’ ଗୀତ ବାଜୁଥିଲା ସେତେବେଳେ ହେମାଙ୍କ ଷ୍ଟାଇଲ୍ ଥିଲା ଦେଖିଲା ଭଳି।
ବିବାହର ପ୍ରାୟ ୪୧ ବର୍ଷ ପରେ ରତ୍ନା ପାଠକ ଶାହା ଏବେ ମୁହଁ ଖୋଲିଛନ୍ତି ଯେ, ତାଙ୍କ ସ୍ୱାମୀ ଅନେକ ସଂପର୍କରେ ଅଛନ୍ତି। ନାସିରୁଦ୍ଦିନ ଶାହାଙ୍କର ଅନେକଙ୍କ ସହ ସମ୍ପର୍କ ସତ୍ତ୍ୱେ ତାଙ୍କର ବିବାହ ଏବଂ ପ୍ରେମରେ କିପରି ଫରକ ପଡିନି ତାହା ରତ୍ନା ପାଠକ କହିଛନ୍ତି।
ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର ୩' ର ଦମଦାର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରୁ ହିଁ ପୂରା ଫିଲ୍ମର ଆକ୍ସନ୍ ଏବଂ ସଂଳାପର ଲେବଲ୍ ଦେଖିବାକୁ ମିଳେ। କ୍ୟାଟ୍ରିନା କୈଫ୍ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଚଳଚ୍ଚିତ୍ରରେ ଅଧିକ ଆକ୍ସନ୍ ଏବଂ ଫାଇଟ୍ କରୁଥିବା ଦେଖାଯାଆନ୍ତି।
ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିଂଘମ ଏଗେନ୍'ର ମୁଖ୍ୟ ଅଭିନେତ୍ରୀ ଚୂଡ଼ାନ୍ତ ହୋଇଯାଇଛି। ବଲିଉଡ୍ର ଟପ୍ ଅଭିନେତ୍ରୀ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ରୂପେ ନଜର ଆସିବେ। ବିଶେଷ କଥା ହେଉଛି ଏଥିରେ ସେ ଜଣେ ଲେଡି ଇନ୍ସପେକ୍ଟର ଭାବେ ନଜର ଆସିବେ ଏବଂ ତାଙ୍କ ଚରିତ୍ରର ନାମ ହେଉଛି ଶକ୍ତି ଶେଟ୍ଟୀ।
ୱେବ୍ ସିରିଜ୍ 'ଆଶ୍ରମ'ରେ ବବି ଦେଓଲଙ୍କୁ ଜବରଦସ୍ତ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ଖଳନାୟକ ଭୂମିକାରେ ଅଭିନୟ କରି ଅନେକ ବିବାଦ ସୃଷ୍ଟି କରିଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମ ‘ଅପ୍ନେ ୨’ ପାଇଁ ଚର୍ଚ୍ଚାରେ ଅଛନ୍ତି।
ଜୟା ଭାଦୁଡିଙ୍କ ପ୍ରେମରେ ପଡି ବିବାହ କରିବା ପୂର୍ବରୁ ଅମିତାଭ ବଚ୍ଚନଙ୍କର ଅନେକଙ୍କ ସହିତ ମଧ୍ୟ ପ୍ରେମ ସଂପର୍କ ଥିଲା। ସବୁଥିଲେ ଆଗ ଧାଡିର ହିରୋଇନ୍। ଜଣେ ତ ଅଲଗା ହେବାପରେ ମାନସିକ ଚାପରେ ରହି ଶେଷରେ ଜୀବନ ହାରିଲେ।
'ରାମାୟଣ'ରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ରଣବୀର ସମସ୍ତ ପ୍ରକାର ଜପ-ତପ କରିବେ, ଯାହା ତାଙ୍କୁ ରାମଙ୍କ ଚରିତ୍ରରେ ପ୍ରବେଶ କରିବାରେ ସାହାଯ୍ୟ କରିବ। ଏହି ଭୂମିକା ପାଇଁ ସେ ସବୁପ୍ରକାର ଚ୍ୟାନେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମଦ୍ୟ ଏବଂ ମାଂସ ଛୁଇଁବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।
ସେ ମହାନାୟକ, ସେ ସେହେନଶା, ସେ ଯେଉଁଠି ଛିଡ଼ା ହୁଅନ୍ତି ଲାଇନ୍ ସେଇଠୁ ଆରମ୍ଭ ହୁଏ । କାହାଣୀ ତାଙ୍କଠୁ ଆରମ୍ଭ, ଶେଷ ବି ତାଙ୍କ ପାଖରୋ କଥା ଏମିତି ଯାହା ଡାଇଲଗ୍ ହୋଇଯାଏ, ଷ୍ଟାଇଲ୍ ଏମିତି ଯାହା ଆଇକନିକ୍ ବନିଯାଏ ।
ଅମିତାଭ ବଚ୍ଚନ ଆଜି ତାଙ୍କର ୮୧ ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡରେ ସେ ଅନେକ ସଂଘର୍ଷ କରି ଆଜି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି। ତେବେ ଆସନ୍ତୁ ଆଜି ଦିନରେ ବିଗ୍ ବି’ଙ୍କ ସହିତ ଜଡିତ ଏକ ଜବରଦସ୍ତ କାହାଣୀ ଜାଣିନେବା।
ଏକ ବିଜ୍ଞାପନ କରି ପୁଣି ଫସିଛନ୍ତି ଅକ୍ଷୟ କୁମାର। ଏହି ବିଜ୍ଞାପନ ଯୋଗୁଁ ଅକ୍ଷୟଙ୍କୁ ଖୁବ ଟ୍ରୋଲ କରାଯାଉଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି।
ସଲମାନ ଖାନ କିଛି ଘଣ୍ଟା ପୂର୍ବରୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏମିତି ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହାକୁ ନେଇ ତାଙ୍କ ବିବାହ ବିଷୟରେ ଆଲୋଚନା ହୋଇଛି। ଏହା ପଛର କାରଣ ହେଲା ଏହି ଫଟୋରେ ତାଙ୍କ ସହିତ ଏକ ‘ମିଷ୍ଟ୍ରୀ ଗାର୍ଲ’ ଅଛି। ଏହି ‘ମିଷ୍ଟ୍ରୀ ଗାର୍ଲ’ କିଏ ବୋଲି ଲୋକମାନେ ସନ୍ଦେହ କରୁଛନ୍ତି।
ଆଜିକାଲି ଅନୁ ମଲିକ ତାଙ୍କ ବ୍ୟବହାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନୁ ମଲିକଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ସୋନୁ ନିଗମ କହିଥିଲେ ଯେ ତାଙ୍କ କ୍ୟାରିୟରର ପ୍ରଥମ ଦିନରେ ସେ କିପରି ତାଙ୍କୁ ଡରଉଥିଲେ।
ଚଳଚ୍ଚିତ୍ର 'ତେଜସ୍'ର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରରେ ରୋମାଞ୍ଚ ଏବଂ ଆକ୍ସନର ଝଲକ ଦିଆଯାଇଛି। ଫିଲ୍ମର ଟ୍ରେଲରରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ଚଳଚ୍ଚିତ୍ର ଆତଙ୍କବାଦ ବିରୋଧରେ ଭାରତର ସଂଗ୍ରାମକୁ ପ୍ରତିଫଳିତ କରିଛି।
ମହାଦେବ ଅନ୍ଲାଇନ୍ ବୁକ୍ ବେଟିଂ ଆପ୍ ମାମଲାରେ ଛନ୍ଦି ହେଲେଣି ଅନେକ ତାରକା। ନେହା କକ୍କରଙ୍କ ଉପରେ ଏବେ ଇଡିର ଖଣ୍ଡା ଝୁଲୁଛି। ଏହା ତାଙ୍କ କ୍ୟାରିୟର ପାଇଁ ସାଂଘାତିକ ହୋଇପାରେ ବୋଲି କୁହାଯାଉଛି।
ଆକ୍ସନ୍ ଥ୍ରୀଲର 'ଲିଓ' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ତାମିଲ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହାକୁ ନେଇ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ହିନ୍ଦୀ ଦର୍ଶକଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ହୋଇପାରେ।
ଅକ୍ଟୋବର ମାସରେ ଦୁଇ ଭଉଣୀ ମଧ୍ୟ ବକ୍ସ ଅଫିସରେ ସଂଘର୍ଷ କରିବାକୁ ଯାଉଛନ୍ତି। ଏହି ଦୁଇ ଭଉଣୀ ହେଲେ କ୍ରିତି ସାନନ୍ ଏବଂ ନୂପୁର ସାନନ୍। ଜଣେ ଟାଇଗର୍ଙ୍କ ସହ ଆଉ ଜଣେ ‘ଟାଇଗର ନାଗେଶ୍ୱର ରାଓ’ରେ।
ଅଭିନେତା ଇମ୍ରାନ ଖାନ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ଅଛନ୍ତି। ଶାରୀରିକ ଅବସ୍ଥା ଯୋଗୁଁ ତାଙ୍କୁ ଅନେକ ଲଜ୍ଜାର ସମ୍ମୁଖୀନ ହେବାକୁ ପଡ଼ିଛି। କେବଳ ଏତିକି ନୁହେଁ, ସେ ଡ୍ରଗ୍ସ ନେଉଥିବା ଖବର ମଧ୍ୟ ଆଲୋଚନାର ପରିସରକୁ ଆସିଛି। ଏନେଇ ସେ ଖୋଲିଛନ୍ତି ମୁହଁ।
ଆସୁଛି 'ଲାହୋର, ୧୯୪୭'। ସନ୍ନି, ଆମିର ଏବଂ ସନ୍ତୋଷୀଙ୍କ ଏହି ବିଶାଳ ପ୍ରୋଜେକ୍ଟ ସିନେମା ପ୍ରେମୀ ଏବଂ ଭାରତର ଲୋକଙ୍କ ପାଇଁ ଏକ ବ୍ଲକବଷ୍ଟର ହେବାକୁ ଯାଉଛି।
ଓମ୍ ରାଓତଙ୍କ 'ଆଦିପୁରୁଷ' ଲୋକଙ୍କ ଭାବନାକୁ ଧକ୍କା ଦେଇଥିବା ବେଳେ ଏଥିରେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି 'ଦଙ୍ଗଲ' ଫେମ୍ ନିର୍ଦ୍ଦେଶକ ନୀତେଶ ତିୱାରୀ। ସେ ‘ରାମାୟଣ’ର ସିନେମା ରୂପ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ବାଛିସାରିଲେଣି ରାମ ଓ ସୀତା।