ଆଲିଆ ଭଟ୍ଟଙ୍କ ସାବତ ଭଉଣୀ ପୂଜା ଭଟ୍ଟ ଏପର୍ଯ୍ୟନ୍ତ ମା’ ହେବାର ଏହି ସୁଖ ପାଇ ନାହାଁନ୍ତି। ଏନେଇ ସେ ତାଙ୍କର ଏହି ଯନ୍ତ୍ରଣାକୁ ପ୍ରକାଶ କରିବାକୁ ବାଧ୍ୟ ହୋଇଛନ୍ତି। ଜାଣନ୍ତୁ ଏହା ପଛର କାହାଣୀ।
ଭେଟେରାନ ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କରରେ ହୃଦଘାତରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।
ସାମ୍ନାକୁ ଆସିଲା କଙ୍ଗନାଙ୍କ ଅଭିନୀତ ‘ଏମର୍ଜେନ୍ସୀ’ ର ପ୍ରଥମ ଟିଜର। ଏଥିରେ କଙ୍ଗନା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଶୁଣିବାକୁ ମିଳିଲା କଙ୍ଗନାଙ୍କ ଦମ୍ଦାର୍ ଡାଏଲଗ୍। ଜାଣନ୍ତୁ କେବେ ହେବ ରିଲିଜ୍।
‘ଆଦିପୁରୁଷ’କୁ ନେଇ ଚାରିଆଡେ ବିବାଦ। ଏହାରି ଭିତରେ ପ୍ରଭାସ ତାଙ୍କ ଇଟାଲୀ ଘରକୁ ଭଡାରେ ଦେଇଛନ୍ତି। ଏହି ଖବର ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଫିଲ୍ମ ‘ଆଦିପୁରୁଷ’କୁ ନେଇ କେବଳ ଜନସାଧାରଣ ନୁହଁନ୍ତି ଅନେକ ବଡ ବଡ କଳାକାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ 'ମହାଭାରତ'ର 'ଯୁଧିଷ୍ଠିର' ଗଜେନ୍ଦ୍ର ଚୌହାନ ମଧ୍ୟ ଏନେଇ ପ୍ରତିକ୍ରିୟା କରିଛନ୍ତି। ପଢନ୍ତୁ ଏହାର ନିର୍ଦ୍ଦେଶକ ଓ ଲେଖକଙ୍କୁ ଟାର୍ଗେଟ୍ କରି ସେ କ’ଣ କହିଛନ୍ତି।
କଙ୍ଗନା ରାଣାୱତଙ୍କ ପ୍ରଥମ ପ୍ରଡକ୍ସନ୍ ଫିଲ୍ମ 'ଟିକୁ ୱେଡ୍ସ ଶେରୁ' ଶେଷରେ ମୁକ୍ତିଲାଭ କରିଛି ଏବଂ ଏହା ଦର୍ଶକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା ଦାବି କରିଛନ୍ତି ଯେ ଫିଲ୍ମ ମାଫିଆ ତାଙ୍କ ଚଳଚ୍ଚିତ୍ରକୁ କ୍ଷତି ପହଞ୍ଚାଇବା ପାଇଁ ସବୁକିଛି କରୁଛନ୍ତି।
‘ଆଦିପୁରୁଷ’କୁ ନେଇ ବିବାଦ ଭିତରେ ରାମାନନ୍ଦ ସାଗର ଏବେ ପୁଣି ମନେପଡିଛନ୍ତି। 'ରାମାୟଣ' ତିଆରି କରିଥିବା ଏହି ରାମାନନ୍ଦ ସାଗର କିଏ? ସେ କିପରି ସଂଘର୍ଷ କରି ଏହି ସ୍ଥାନକୁ ଯାଇପାରିଲେ। ତାଙ୍କର ପ୍ରକୃତ ନାଁ କ’ଣ? ଆସନ୍ତୁ ଏ ବିଷୟରେ ନଜର ପକେଇ ନେବା।
ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି। ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମନରେ ଶାନ୍ତି ଖେଳିଯାଏ। ବଲିଉଡ ସୁନ୍ଦରୀମାନେ ମଧ୍ୟ ଏହାକୁ ଆଜିକାଲି ସେମାନଙ୍କ ଦୈନନ୍ଦିନ ଜୀବନରେ ଆପଣେଇ ନେଇଛନ୍ତି। ସେମାନଙ୍କ ସୌନ୍ଦର୍ଯ୍ୟର ଏହା ହେଉଛି ରହସ୍ୟ। ଆସନ୍ତୁ ଜାଣିବା ଏହି ସୁନ୍ଦରୀମାନଙ୍କୁ।
'ଆଦିପୁରୁଷ'ର ପିଛା ଛାଡୁନି ବିବାଦ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତାମାନେ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠେଇଛନ୍ତି। ‘ରାମାୟଣ’ର ‘ରାମ’ ମଧ୍ୟ ନିଜକୁ ରୋକିପାରି ନାହାନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।
‘ଆଦିପୁରୁଷ’କୁ ନେଇ ଦର୍ଶକମାନେ କହିଛନ୍ତି ଯେ ଫିଲ୍ମର ୬୦୦ କୋଟି ଟଙ୍କା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଏହା ଏକ ଆପ୍ରେ ତିଆରି ହୋଇଥିବା ଫିଲ୍ମ ପରି ଲାଗୁଛି। ଆସନ୍ତୁ ଜାଣିବା ଏହି ୬୦୦ କୋଟି ଟଙ୍କା କିପରି ଖର୍ଚ୍ଚ ହେଲା।
'ଆଦିପୁରୁଷ' ପୂର୍ବରୁ ୧୯୯୭ ମସିହାରେ ମୁକ୍ତିଲାଭ କରିଥିଲା ଏମିତି ଏକ ଫିଲ୍ମ। ଏଥିରେ ଜିତେନ୍ଦ୍ର ଓ ଜୟାପ୍ରଦାଙ୍କୁ ରାମ-ସୀତା ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମ ମଧ୍ୟ ଭଲ ରୋଜଗାର କରିଥିଲା। ଜାଣିଛନ୍ତି ଏହି ଫିଲ୍ମ କ’ଣ?
ସନି ଦେଓଲଙ୍କ ବଡ ପୁଅ କରଣ ଦେଓଲ ଶେଷରେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ୍ ଦ୍ରିଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦେଓଲ ପରିବାର ଧୂମ୍ଧାମ୍ରେ କରଣଙ୍କ ବିବାହ ଶୋଭାଯାତ୍ରାରେ ଯାଇ ଦ୍ରିଶାଙ୍କୁ କରଣଙ୍କ କନିଆଁ ସଜେଇଛନ୍ତି।
‘ଆଦିପୁରୁଷ’ ଫିଲ୍ମ ରିଲିଜ୍ ହେବା ଦିନଠାରୁ ଲୋକେ ଏହାର ସଂଳାପକାରଙ୍କୁ ଗାଳି ଦେବାରେ ଲାଗିଛନ୍ତି। ତେବେ ଆପଣ ଜାଣନ୍ତି କି କିଏ ଏହି ସଂଳାପ ଲେଖକ ଏବଂ ସେ କିପରି ବଲିଉଡ୍ରେ ଏତେ ସଫଳତା ପାଇଲେ। ଯଦି ଆପଣ ଜାଣି ନାହାଁନ୍ତି ତେବେ ଜାଣନ୍ତୁ ସେ କିଏ?
ଆଦିପୁରୁଷର ଚରିତ୍ର ଚିତ୍ରଣ ଏବଂ ଡାଇଲଗକୁ ନେଇ ବିବାଦ ଦେଖା ଦେଇଛି ।
'ଆଦିପୁରୁଷ'ରେ ସଂଳାପକାର ମନୋଜ ଏଭଳି ଅନେକ ସଂଳାପ ଲେଖିଛନ୍ତି, ଯେଉଁଥିପାଇଁ ଦର୍ଶକ ତାଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି। ସେ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଦର୍ଶକମାନେ ଅଭିଯୋଗ କରିଛନ୍ତି। ଦର୍ଶକଙ୍କ ଠାରୁ ସେ ଯେଉଁ ସମାଲୋଚନାର ଶିକାର ହେଉଛନ୍ତି ତାହା ଉପରେ ମନୋଜ ପ୍ରତିକ୍ରିୟା ରଖିଛନ୍ତି।
'ଆଦିପୁରୁଷ'କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର। କହିଲେ ରାବଣକୁ ଜଣେ ଖଳନାୟକ ଭାବରେ ଚିତ୍ରଣ କରାଯାଇପାରିବ ନାହିଁ।
'ଆଦିପୁରୁଷ'ର ସଂଳାପ ଦର୍ଶକଙ୍କ ଦ୍ୱାରା ହଜମ ହେଉ ନାହିଁ। ଏହି ସମୟରେ ଶୁକ୍ରବାର ଦିନ କାଠମାଣ୍ଡୁର ସିନେମା ହଲ୍ରେ 'ଆଦିପୁରୁଷ'ର ସ୍କ୍ରିନିଂ ବନ୍ଦ କରାଯାଇଛି। ଭୁଲକୁ 'ସଂଶୋଧନ କରା ନ ଗଲେ କୌଣସି ଭାରତୀୟ ଚଳଚ୍ଚିତ୍ରକୁ ରାଜଧାନୀରେ ସ୍କ୍ରିନିଂ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି।
ଦୀର୍ଘ ଦିନର ଅପେକ୍ଷା ଶେଷ ହୋଇଛି। 'ଆଦିପୁରୁଷ' ଏବେ ଦର୍ଶକଙ୍କ ସାମ୍ନାରେ। ଓମ୍ ରାଓତଙ୍କ ଏହି ଚଳଚ୍ଚିତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲା ଏବଂ ଆଜି ଏହା ଦର୍ଶକଙ୍କ ପାଖରେ ପହଞ୍ଚିଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ବିଭିନ୍ନ ପ୍ରତିକ୍ରିୟା ଆସୁଛି।
ଆପଣ ନିଶ୍ଚୟ ସଲମାନ ଖାନଙ୍କ ହାତରେ ଏକ ବ୍ରେସ୍ଲେଟ୍ ଦେଖିଥିବେ। ନୀଳ ରଙ୍ଗର ପଥର ଖଞ୍ଜା ହୋଇଥିବା ସେହି ବ୍ରେସଲେଟ୍ ମଧ୍ୟ ନିକଟରେ ଅମୀର ଖାନଙ୍କ ହାତରେ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଶ୍ନ ଉଠେ ଯେ ଏହି ବ୍ରେସ୍ଲେଟ୍ କାହିଁକି ସ୍ପେଶାଲ୍?
‘ଆଦିପୁରୁଷ’କୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏକା ଦିନରେ ଆହୁରି ୩ଟି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଯାଉଛି। ଗୋଟିଏ ବଡ ବଜେଟ୍ର ଫିଲ୍ମ ମଧ୍ୟ ରହିଛି। ଏହା ଆଦିପୁରୁଷ ସହ ଟକ୍କର ଦେବ। ଜାଣନ୍ତୁ କ’ଣ ସେହି ଫିଲ୍ମ।
ନାସିରୁଦ୍ଦିନ ଶାହା ନିକଟରେ ପାକିସ୍ତାନର ସିନ୍ଧି ଭାଷା ଉପରେ ନିଜର ମତ ଦେଇଛନ୍ତି। ଏଥିପାଇଁ ପାକିସ୍ତାନୀ ସିନ୍ଧିମାନେ ଅଭିନେତାଙ୍କୁ ଟାର୍ଗେଟ୍ କରିଥିଲେ, ଏହା ପରେ ନାସିରୁଦ୍ଦିନ ଶାହାଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ପଡିଛି।
ପ୍ରଭାସଙ୍କ 'ଆଦିପୁରୁଷ' ରିଲିଜ୍ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି। ଫିଲ୍ମର ଟିକେଟ୍ ମୂଲ୍ୟକୁ ନେଇ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି। ବଢିଛି ଟିକେଟ୍ ମୂଲ୍ୟ। ଏହା ସହିତ ୧ ଲକ୍ଷରୁ ଅଧିକ ମାଗଣା ଟିକେଟ୍ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଗରିବ ଓ ଅଭାବୀ ଲୋକେ ଫାଇଦା ପାଇବେ।
ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଫିଲ୍ମ 'ଦେବଦାସ' 3Dରେ ମୁକ୍ତିଲାଭ କରିବ। ଏହାର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଦର୍ଶକମାନେ ଶାହରୁଖ ଓ ଐଶ୍ୱର୍ଯ୍ୟାଙ୍କ ରୋମାନ୍ସକୁ ଆଉ ଥରେ ଦେଖିବାର ସୁଯୋଗ ପାଇବେ।
ନିକଟରେ ଏକ ବିବୃତ୍ତିରେ ନାସିରୁଦ୍ଦିନ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି ମୁକେଶ ଖାନ୍ନା। ଆଜିକାଲି ମୁସଲମାନମାନଙ୍କୁ ଘୃଣା କରିବା ଏକ ଫ୍ୟାଶନ ହୋଇଯାଇଛି ବୋଲି ନାସିରୁଦ୍ଦିନଙ୍କ ମତକୁ ନେଇ ସେ ବର୍ଷିଛନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।
ସୋନୁ ସୁଦ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସୋସିଆଲ୍ ମିଡିଆରେ ଫୋନ୍ ନମ୍ବର ଶେୟାର କରି ସୋନୁ କ’ଣ କହିଛନ୍ତି ଦେଖନ୍ତୁ।