'ଜବାନ' ଦେଖିସାରିବା ପରେ ଜଣେ ପାକିସ୍ତାନୀ ଷ୍ଟାର୍ ଶାହରୁଖ ଖାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ୱିଟ୍ କରିଛନ୍ତି। ସେ କିଛି ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ଟ୍ୱିଟ୍ରେ ଯାହା ଲେଖିଛନ୍ତି ତାହା ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ପ୍ରଭାସଙ୍କ ପ୍ରଶଂସକମାନେ ଗତ କିଛି ଦିନ ହେବ ଦ୍ୱନ୍ଦ୍ୱରେ ଅଛନ୍ତି ଯେ 'ସାଲାର' ରିଲିଜ୍ ହେବ ନା ନାହିଁ। ବର୍ତ୍ତମାନ ନିର୍ମାତା ଏକ ଅଫିସିଆଲ୍ ବିବୃତ୍ତି ଦେଇ ଏହାକୁ ନିଶ୍ଚିତ କରିଛନ୍ତି। ନିର୍ମାତାଙ୍କ ଅନୁଯାୟୀ 'ସାଲାର' ସେପ୍ଟେମ୍ବର ୨୮ରେ ରିଲିଜ୍ ହେବନାହିଁ। ଏଥିସହ ଫିଲ୍ମର ନୂଆ ରିଲିଜ୍ ତାରିଖ ମଧ୍ୟ ଖୁବ ଶୀଘ୍ର ଘୋଷଣା କରାଯିବ।
‘ପୁଷ୍ପା’ର ଗୀତ, ଆକ୍ସନ୍ ଏବଂ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଏହି ଫିଲ୍ମ ସାଉଥ୍ରୁ ବିଦେଶ ପର୍ଯ୍ୟନ୍ତ ଖୁବ ଲୋକପ୍ରିୟତା ହାସଲ କରିଛି। ବର୍ତ୍ତମାନ ‘ପୁଷ୍ପା ୨’ କୁ ନେଇ ଉତ୍ସାହ ଚରମ ସୀମାରେ। ଏହାରି ଭିତରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଛି।
'ଜବାନ’ ବକ୍ସ ଅଫିସରେ ହଙ୍ଗାମା ସୃଷ୍ଟି କରୁଛି। ସମାଲୋଚକମାନେ ଏହି ଫିଲ୍ମକୁ ଭଲ ରେଟିଂ ମଧ୍ୟ ଦେଉଛନ୍ତି। ଏହି ସମୟରେ ଜଣେ ପ୍ରଶଂସକ ଶାହରୁଖ ଖାନଙ୍କୁ ‘ଜବାନ’ର ବିଷୟରେ ଏକ ପ୍ରଶ୍ନ ପଚାରିଛନ୍ତି, ଯାହାକୁ କିଙ୍ଗ ଖାନ ଏକ ମଜାଳିଆ ଉତ୍ତର ଦେଇଛନ୍ତି।
'ଜବାନ'ର ଯାଦୁ ଏବେ ସମସ୍ତଙ୍କ ମୁଣ୍ଡରେ। ଏହି ଫିଲ୍ମ ମାତ୍ର ୩ ଦିନରେ ସାରା ବିଶ୍ୱରେ ୩୦୦କୋଟି ଟଙ୍କା ଅତିକ୍ରମ କରିଛି। ଏହାରି ଭିତରେ ଏକ ପ୍ରଶ୍ନରେ ଶାହରୁଖ ଏମିତି ଉତ୍ତର ରଖିଛନ୍ତି ଯେ କିଛି ଲୋକ ଏହାକୁ ‘ଜବାନ ୨’ ଆସିବାର ହିଣ୍ଟ୍ ଭାବି ନେଇଛନ୍ତି।
'ଜବାନ'ର ଦବଦବାକୁ ଦୃଷ୍ଟିରେ ରଖି କଙ୍ଗନା ରାଣାୱତ ଏବଂ ରାଘବ ଲରେନ୍ସଙ୍କ ଆଗାମୀ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ ୨'ର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି। ତେବେ ବୈଷୟିକ କାରଣରୁ ଫିଲ୍ମର ରିଲିଜ୍ ତାରିଖ ବୃଦ୍ଧି କରାଯାଇଛି ବୋଲି ନିର୍ମାତା ଦାବି କରିଛନ୍ତି। ଏହି ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରଡକ୍ସନ୍ ହାଉସ୍ ଲାଇକା ପ୍ରଡକ୍ସନ୍ସ ରିଲିଜ୍ ତାରିଖର ବୃଦ୍ଧିକୁ ଘୋଷଣା କରିଛି।
'ଜବାନ'ରେ ଶାହରୁଖଙ୍କ ନୂଆ ଅବତାରର ଆକର୍ଷଣ ଏପରି ହୋଇଛି ଯେ ଦର୍ଶକମାନେ ପ୍ରେକ୍ଷାଳୟରେ ତାଳିମାରିବା ଏବଂ ଚିତ୍କାର କରିବାରେ ନିଜକୁ ଅଟକାଇ ପାରୁନାହାନ୍ତି। ଏହାରି ଭିତରେ କିନ୍ତୁ ସୋସିଆଲ ମିଡିଆରେ 'ଜବାନ' ଚୋରି ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ପ୍ରକୃତ କଥା କ’ଣ ?
ପ୍ରଥମ ଦିନରେ ‘ଜବାନ’ର ଏପରି ସୁନାମି ଆସିଛି ଯେ ଯାହା କେବଳ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗି ନାହିଁ, ବରଂ ଏହା ରିଲିଜ୍ ହେବା ମାତ୍ରେ କେତେକ ଫିଲ୍ମ ପାଇଁ କାଳ ହୋଇଛି। ଶାହରୁଖ ଖାନଙ୍କ ଏହି ଚଳଚ୍ଚିତ୍ରର ସୁନାମି ଜଣେ ସାଉଥ୍ ସୁପରଷ୍ଟାରଙ୍କ ଷ୍ଟାର୍ଡମ୍କୁ ଧୋଇ ଦେଇଛି। ସିଏ କିଏ ଜାଣନ୍ତୁ…
‘ଜବାନ’ର ରୋଜଗାର କେତେ ହେବ? ଫିଲ୍ମ ସାରା ବିଶ୍ୱରେ କେତେ ରୋଜଗାର କରିବ? ‘ଜବାନ’ର ସମୀକ୍ଷା କିପରି ହେବ? ଏହାକୁ ନେଇ ଅନେକ ଲୋକ କିଛି ନା କିଛି ଚିନ୍ତା କରୁଥିବେ। ଏହାରି ଭିତରେ ଆସନ୍ତୁ ଜାଣିବା ଏହାର ପ୍ରଥମ ଦିନର ରୋଜଗାର।
କଟ୍ଟପ୍ପା ଖୁବ୍ ଶୀଘ୍ର ତାଙ୍କ ନୂଆ ରୂପରେ ପରଦାରେ ରାଜ୍ କରିବାକୁ ଯାଉଛନ୍ତି। ତାଙ୍କୁ ଦେଖି କେହିବି ପ୍ରଶଂସା କରିବାରେ ଥକିବେ ନାହିଁ। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୁପର ହ୍ୟୁମାନ ୱିପନ’ର ଟିଜର୍ ରିଲିଜ ହୋଇଛି।
ଲୋକମାନେ ଶାହରୁଖ ଖାନଙ୍କ ‘ଜବାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଲଞ୍ଚ୍ ହୋଇଥିବା ଏହାର ଟ୍ରେଲର ଏହି ଉତ୍ସାହକୁ ଆହୁରି ବଢେଇଦେଇଛି। ନୂଆ ତଥ୍ୟ ଅନୁଯାୟୀ ‘ଜବାନ’ର ଉଦ୍ଘାଟନୀ ଦିନରେ ୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି।
‘ଜବାନ’ର ରିଲିଜ୍ ଉତ୍ସବକୁ ପାଳନ କରିବା ପାଇଁ ‘ନାଗପୁର SRK ଫ୍ୟାନ୍ କ୍ଲବ’ ଫିଲ୍ମ ପାଇଁ ସମ୍ପୂର୍ଣ୍ଣ ଏକ ଅଡିଟୋରିୟମକୁ ବୁକ୍ କରିଛି। ଏହି ଫ୍ୟାନ୍ କ୍ଲବ୍ ପ୍ରଶଂସକମାନଙ୍କ ପାଇଁ ଏକ ଶୋ’ର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛି ଏବଂ ଏଥିରେ ଅଂଶଗ୍ରହଣ କରି ଉତ୍ସବକୁ ଖାସ୍ ଏବଂ ଦମଦାର୍ କରିବାକୁ ସେମାନଙ୍କୁ ନିମନ୍ତ୍ରଣ କରିଛି।
ନା ଶାହରୁଖ ଖାନ ନା ଥଲାପତି ବିଜୟ କି ରାମ ଚରଣ ବା ଅଲୁ ଅର୍ଜୁନ ଭାରତୀୟ ସିନେ ଜଗତର ସବୁଠାରୁ ମହଙ୍ଗା ତାରକା। ୭୨ ବର୍ଷୀୟ ଏହି ତାରକାଙ୍କ ଚାର୍ଜ ସବୁଠାରୁ ଅଧିକ। ଗୋଟିଏ ଫିଲ୍ମ ପାଇଁ ସେ ଯେତିକି ନେଇଛନ୍ତି ସେଥିରେ ଦୁଇଟି ବଡ ବଡ ଫିଲ୍ମ ହେଇଯିବ। ଜାଣନ୍ତୁ ସେ କିଏ…
ଲୋକେ ‘ଟାଇଗର ୩’ କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଏକ ଉପହାର ଦେଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ‘ଟାଇଗର ୩’ ର ପୋଷ୍ଟର ରିଲିଜ୍ କରି ସଲମାନ ଖାନ କ୍ୟାପ୍ସନ୍ରେ ଟାଇଗର ଭୂମିକାରେ ଆସିବା ନେଇ କହିଛନ୍ତି।
ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଜୁନ୍ ୨୦୨୧ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ଖୁବ ଭାଙ୍ଗିପଡିଥିଲେ। ଏବେ କିନ୍ତୁ ସେ ଅନ୍ୟଜଣଙ୍କ ସହ ରୋମାଣ୍ଟିକ୍ ଜୀବନ ଜୀଉଥିବା ଦେଖିବାକୁ ମିଳେ।
'ସାଲାର' ରିଲିଜ୍ ପୂର୍ବରୁ ମଧ୍ୟ 'ବ୍ରାଣ୍ଡ୍ ପ୍ରଭାସ'ଙ୍କ ଯାଦୁ ଦେଖାଇବା ଆରମ୍ଭ କରିଛି ଏବଂ ବକ୍ସ ଅଫିସ୍ ରୋଜଗାର ରେକର୍ଡ ତିଆରି କରିବାର ସମ୍ଭାବନା ଦୃଶ୍ୟମାନ ହେଉଛି। 'ସାହୋ' ଏବଂ 'ଆଦିପୁରୁଷ' ଫ୍ଲପ୍ ପରେ ବି ପ୍ରଭାସଙ୍କ ଲୋକପ୍ରିୟତାକୁ କୌଣସି ପ୍ରକାରେ ପ୍ରଭାବିତ କରି ନାହିଁ। 'ସାଲାର' ରିଲିଜ୍ ହେବାର ଏକ ମାସ ପୂର୍ବରୁ ଆମେରିକାରେ ପ୍ରି-ବୁକିଂର ନୂଆ ରେକର୍ଡ ତିଆରି ହୋଇଛି।
‘ଗଦର ୨’ ରିଲିଜ୍ ହେବାର ଏକ ସପ୍ତାହ ପରେ ଖବର ଆସିଥିଲା ଯେ ସନ୍ନି ତାଙ୍କ ଅଭିନୟ ଫି’କୁ ୫୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସନ୍ନି ଦେଓଲ୍ ଏହି ପ୍ରସଙ୍ଗରେ ତାଙ୍କ ନୀରବତା ଭାଙ୍ଗିଛନ୍ତି ଏବଂ ତାଙ୍କର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
ପ୍ରଶଂସକଙ୍କ ସମେତ ନିର୍ମାତା ମଧ୍ୟ ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ସାଲାର ପାର୍ଟ ୱାନ: ସିଜ୍ଫାୟାର୍'କୁ ନେଇ ବହୁତ ଆଶା ରଖିଛନ୍ତି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୫୦୦୦ରୁ ଅଧିକ ସ୍ଥାନରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରକୁ ନେଇ ଆଲୋଚନା ମଧ୍ୟ ଜୋର୍ ଧରିଛି।
ବିଶ୍ୱାସ କରାଯାଏ ଯେ 'ଜବାନ୍' ଶାହରୁଖଙ୍କ କ୍ୟାରିୟରର ସବୁଠାରୁ ବଡ ଏବଂ ସଫଳ ଚଳଚ୍ଚିତ୍ର ବୋଲି ପ୍ରମାଣିତ କରିପାରେ। ଏହି ସମୟରେ, ଶାହରୁଖ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। କିଙ୍ଗ ଖାନ 'ଜବାନ' ପାଇଁ ଏପରି ଏକ ଇତିହାସ ସୃଷ୍ଟି କରିଛନ୍ତି, ଯାହା ଏପର୍ଯ୍ୟନ୍ତ କୌଣସି ବଲିଉଡ ଅଭିନେତା କରିପାରି ନାହାଁନ୍ତି।
‘ରକୀ ଔର୍ ରାନୀ କି ପ୍ରେମ କାହାନୀ’ରେ ଥିବା ଧର୍ମେନ୍ଦ୍ର ଓ ଶବାନାଙ୍କ KISS ସିନ୍ ଚର୍ଚ୍ଚାର ମାହୋଲ୍ ତିଆରି କରିଥିଲା। ଏ ବିଷୟରେ ହେମା ମାଳିନୀଙ୍କୁ ପଚରାଯିବାରୁ ସେ ଏହାର ପ୍ରତିବାଦ ନ କରି ଫିଲ୍ମ ପାଇଁ ଆବଶ୍ୟକ ହେଲେ ସେ ବି ଏଭଳି ସିନ୍ କରିବେ ବୋଲି କହିଛନ୍ତି।
‘ଜବାନ’କୁ ନେଇ ଲୋକଙ୍କ ମଧ୍ୟରେ ଏପରି ଏକ କ୍ରେଜ୍ ତିଆରି ହୋଇଯାଇଛି ଯେ ଫିଲ୍ମକୁ ଅପେକ୍ଷା କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ବିଦେଶରେ ମଧ୍ୟ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ରଟି ବିଦେଶରେ ‘ପଠାନ’ର ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ହେଉଛି।
ବର୍ତ୍ତମାନ ‘ଗଦର ୨’ ଯାହା କରିଛି ତାହା ଇତିହାସ ହୋଇଯାଇଛି। ଏହା ପୂର୍ବରୁ କୌଣସି ଫିଲ୍ମ ଏହା କରିନି କି ଆଗକୁ କରିବ ବୋଲି ଆଶା ନାହିଁ। ଏହି ଇତିହାସଟି ହେଲା ଲୋକସଭା ସଦସ୍ୟଙ୍କ ପାଇଁ ନୂଆ ସଂସଦ ଗୃହରେ ଏହାର ସ୍କ୍ରିନିଂ ହୋଇଛି।
ଦୀର୍ଘ ୧୯ ବର୍ଷ ପରେ ଅକ୍ଷୟ କୁମାର ତାଙ୍କ ପ୍ରେମିକା ରବୀନା ଟଣ୍ଡନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆସୁଛି ନୂଆ ଫିଲ୍ମ। ଖୁବ୍ ଶୀଘ୍ର ସେମାନଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ।
ଲଣ୍ଡନର ଭ୍ୟୁ ସିନେମା ହଲରେ ‘ଗଦର ୨’ ର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଛି। ସିନେମା ହଲରେ ଉପସ୍ଥିତ ଦର୍ଶକମାନେ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସନ୍ନି ଦେଓଲ ତାଙ୍କ ଉଚ୍ଚ ସ୍ୱରରେ କହିଥିଲେ- 'ହିନ୍ଦୁସ୍ତାନ ଜିନ୍ଦବାଦ୍ ଥା, ଜିନ୍ଦାବାଦ ହୈ ଔର୍ ଜିନ୍ଦାବାଦ ରହେଗା'