Advertisment

Viral Video:ମୁକେଶ ଅମ୍ବାନୀଙ୍କୁ ଆଲିଙ୍ଗନ କଲେ ଦୀପିକା ପାଦୁକୋନ; ଭିଡିଓ ହେଲା ଭାଇରାଲ୍

ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ’ରେ ମୁକେଶ ଅମ୍ବାନୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦୀପିକା ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଦେଖି ଆଲିଙ୍ଗନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Pramod Behera
ଅଦ୍ୟତନ ହୋଇଛି
Deepika Padukone gives mukesh ambani a worm hug at manish malhotras fashion show

Deepika Padukone gives mukesh ambani a worm hug at manish malhotras fashion show

ଗୁରୁବାର ମୁମ୍ବାଇରେ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଫ୍ୟାଶନ ଶୋ’ରେ ମୁକେଶ ଅମ୍ବାନୀ, ଝିଅ ଇଶା ଅମ୍ବାନୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଥମ ଧାଡିରେ ବସିଥିଲେ। ଆଲିଆ ଭଟ୍ଟ ଏବଂ ରଣବୀର ସିଂହ ସନ୍ଧ୍ୟାର ଶୋଷ୍ଟପର ଥିଲେ ଓ ମନୀଷ ମାଲହୋତ୍ରାଙ୍କ ନୂଆ କଲେକ୍‌ସନ୍‌ ଅବସରରେ ଏକାଠି ରାମ୍ପ ୱାକ୍ କରିଥିଲେ। ଇଭେଣ୍ଟରୁ ଭାଇରାଲ୍ ଏକ ଭିଡିଓରେ ଦେଖାଯାଏ ଯେ ଦୀପିକା କିପରି ମୁକେଶ ଅମ୍ବାନୀଙ୍କୁ  ଆଲିଙ୍ଗନ କରୁଛନ୍ତି।

Advertisment

ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର ହୋଇଛି, ଯେଉଁଥିରେ ସେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଦେଖି ଆଲିଙ୍ଗନ କରୁଛନ୍ତି। ସେ ଏକ ଧଳା ଶାଢି ସହିତ ବ୍ୟାକଲେସ୍ ହଲ୍ଟର୍ ବ୍ଲାଉଜ୍ ପିନ୍ଧିଛନ୍ତି। ସେ ତାଙ୍କ ଚୁଟିକୁ ଉପରେ ଏକ ଖୋସା କରି ବାନ୍ଧିଛନ୍ତି। ଏହା ତାଙ୍କ ଲୁକ୍‌କୁ ଖୁବ୍ ଆକର୍ଷଣୀୟ କରୁଛି। ଏହି ଭିଡିଓରେ ଦେଖାଯାଏ ଯେ ଦୀପିକା ମୁକେଶ ଅମ୍ବାନୀଙ୍କ ଆଡକୁ ଯାଉଛନ୍ତି ଆଉ ତାଙ୍କୁ ଦୀର୍ଘ ଆଲିଙ୍ଗନ କରି କିଛି ସମୟ କଥାବାର୍ତ୍ତା ହେଉଛନ୍ତି। ଏହି ସମୟରେ ଦୀପିକାଙ୍କ ଶାଶୁ ଅଞ୍ଜୁ ଭାୱନାନି ମଧ୍ୟ ତାଙ୍କ ସହ କଳା ପୋଷାକରେ ନଜର ଆସନ୍ତି।

Advertisment

ଅନ୍ୟ ଏକ ଭିଡିଓରେ ରାମ୍ପ ଚାଲିବା ବେଳେ ରଣବୀର ମଧ୍ୟ ମୁକେଶ ଅମ୍ବାନୀ ଏବଂ ଇଶା ଅମ୍ବାନୀଙ୍କୁ ଅଭିବାଦନ ଜଣେଇବାର ଦେଖାଯାଏ। ମନୀଷଙ୍କ ଦି ବ୍ରାଇଡାଲ୍ କାଉଚର୍ ଶୋ’ର ଅଂଶ ଭାବରେ ରଣବୀର ଏବଂ ଆଲିଆ ରାମ୍ପ୍‌ରେ ଚାଲିଥିଲେ।


 
 
 
 
 
 
 
 
 
 
 
 
 
 

A post shared by Viral Bhayani (@viralbhayani)

ଆଉ ଏକ ଭିଡିଓରେ ରଣବୀର ଷ୍ଟେଜ୍‌ରେ ରାମ୍ପ୍ ୱାକ୍ କରୁଥିବା ବେଳେ ତାଙ୍କ ପତ୍ନୀ ଦୀପିକାଙ୍କୁ ଦେଖି ପାଖକୁ ଆସିଥିଲେ ଆଉ ଏକ ଚୁମ୍ବନ ଦେଇଥିଲେ।

ଡିଜାଇନର୍ ତାଙ୍କର ଆଗାମୀ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କାହାନୀ’ ପାଇଁ ପୋଷାକ ମଧ୍ୟ ତିଆରି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମନୀଶଙ୍କ ଘନିଷ୍ଠ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ଉପସ୍ଥିତ ଥିଲେ।

ଦୀପିକା ସେହିଦିନ ରାତିରେ ମନୀଷଙ୍କ ଶୋ’ରେ ଯୋଗ ଦେଇଥିଲେ ଯେତେବେଳେ ସାନ ଡିଏଗୋ କମିକ୍ କନ୍‌ରେ ତାଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ ର ପ୍ରଥମ ଲୁକ୍ ରିଲିକ୍ ହୋଇଥିଲା। ଦୀପିକା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରି ନଥିଲେ କାରଣ ସେ ସ୍କ୍ରିନ୍ ଆକ୍ଟର୍ସ ଗିଲ୍ଡ-ଆମେରିକୀୟ ଫେଡେରେସନ୍ ଅଫ୍ ରେଡିଓ ଏବଂ ଟେଲିଭିଜନ ଆର୍ଟିଷ୍ଟସ୍ (SAG-AFTRA) ର ସଦସ୍ୟ ଅଛନ୍ତି ଯାହା ବର୍ତ୍ତମାନ ଧାରଣାରେ ବସିଛି।

Deepika Padukone Mukesh Ambani Bollywood Manish Malhotra
Advertisment
Advertisment