Advertisment

ଏହି ପାର୍ଟିରେ ଯୋଗଦେବେ ଅଭିଷେକ ବଚ୍ଚନ; ୨୦୨୪ ନିର୍ବାଚନ ଲଢିବେ!

ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚର୍ଚ୍ଚା ହେଉଛି।

author-image
Pramod Behera
abhishek bachchan joining akhilesh yadav samajwadi party

abhishek bachchan joining akhilesh yadav samajwadi party

ସମାଜବାଦୀ ପାର୍ଟି ଅଭିନେତା ଅଭିଷେକ ବଚ୍ଚନଙ୍କୁ ଉତ୍ତରପ୍ରଦେଶର ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢେଇବା ନେଇ ଚିନ୍ତା କରୁଛି। ଏହି ଖବର ଆସିବା ଦିନଠାରୁ ଅଭିଷେକ ମଧ୍ୟ ତାଙ୍କ ବାପାମାଆଙ୍କ ପରି ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଛି।

Advertisment

ଅମିତାଭ ବଚ୍ଚନ ୧୯୮୪ ରେ ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ବର୍ତ୍ତମାନ ଜୟା ବଚ୍ଚନ ସମାଜବାଦୀ ପାର୍ଟିର ଜଣେ ରାଜ୍ୟସଭା ସଦସ୍ୟ। ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

ଏହାରି ଭିତରେ ୧୦ ବର୍ଷ ପୂର୍ବେ ଦେଇଥିବା ଅଭିଷେକଙ୍କ ଏକ ସାକ୍ଷାତକାର ଚର୍ଚ୍ଚାକୁ ଆସିଛି। ଏହି ସାକ୍ଷାତକାରରେ ସେ ରାଜନୀତିରେ ଯୋଗଦେବା ବିଷୟରେ କହୁଥିବାର ନଜର ଆସିଛନ୍ତି। ୨୦୧୩ର ଏହି ସାକ୍ଷାତକାରରେ ଯେତେବେଳେ ଅଭିଷେକଙ୍କୁ ରାଜନୀତି ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ, “ମୋ ବାପାମାଆ ରାଜନୀତିରେ ଅଛନ୍ତି କିନ୍ତୁ ମୁଁ ରାଜନୀତିରେ ପ୍ରବେଶ କରିବି ନାହିଁ। ମୁଁ ପରଦାରେ ଜଣେ ନେତାଙ୍କ ଭୂମିକାରେ ନଜର ଆସିପାରେ, କିନ୍ତୁ ବାସ୍ତବ ଜୀବନରେ ନୁହେଁ। ମୁଁ କଦାପି ରାଜନୀତି କରିବି ନାହିଁ।”

Advertisment

ତେବେ ଉତ୍ତରପ୍ରଦେଶରୁ ମିଳିଥିବା ସୂଚନା ଅନୁଯାୟୀ ସମାଜବାଦୀ ଦଳର ରାଜ୍ୟ ନେତୃତ୍ୱ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ଅଭିଷେକଙ୍କୁ ଟିକେଟ୍‌ ଦେବାର ସମ୍ଭାବନା ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କଠାରୁ ଶୁଣିବାକୁ ମିଳେ। ସପାର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଅମିତାଭ ବଚ୍ଚନ ଏବଂ ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନଙ୍କୁ ଭେଟିବାକୁ ଖୁବ ଶୀଘ୍ର ମୁମ୍ବାଇ ଯାଇପାରନ୍ତି ବୋଲି ସୂଚନା ରହିଛି।

ଅଭିଷେକ ବଚ୍ଚନ ୧୦ ବର୍ଷ ପୂର୍ବେ ସାକ୍ଷାତକାରରେ ରାଜନୀତିରେ ଯୋଗଦେବାର ସମ୍ଭାବନାକୁ ଅସ୍ୱୀକାର କରିଥିଲେ ମଧ୍ୟ ସମାଜବାଦୀ ପାର୍ଟିର ତାଙ୍କର ଯୋଗର ଚର୍ଚ୍ଚାକୁ ନେଇ ବର୍ତ୍ତମାନ ସେ ଚୁପ ଅଛନ୍ତି।

ପ୍ରକାଶଥାଉ ଯେ ଅମିତାଭ ବଚ୍ଚନଙ୍କ ୧୯୮୪ରେ ଆହ୍ଲାବାଦରେ କଂଗ୍ରେସ ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରି ଭେଟେରାନ ନେତା ହେମବତୀ ନନ୍ଦନ ବହୁଗୁଣାଙ୍କୁ ପରାସ୍ତ କରିଥିଲେ। ଜୁଲାଇ ୧୯୮୭ରେ ଅମିତାଭ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ସେହିପରି ଜୟା ବଚ୍ଚନଙ୍କ ୨୦୦୪ରେ ସମାଜବାଦି ପାର୍ଟିରେ ଯୋଗ ଦେଇଥିଲେ ଏବଂ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ସେ ଚାରିଥର ରାଜ୍ୟସଭା ସଦସ୍ୟ ହୋଇଛନ୍ତି। ତାଙ୍କର ଚତୁର୍ଥ କାର୍ଯ୍ୟକାଳ ୨୦୧୮ଠାରୁ ଚାଲିଛି।

Amitabh Bachchan Bollywood Abhishek Bachchan Jaya Bachchan
Advertisment
Advertisment