ଡ୍ୟାନ୍ସିଂ କ୍ୱିନ୍ ନୋରା ଫତେହୀଙ୍କୁ ବାଧିଲା ଅକ୍ଷୟ କୁମାରଙ୍କ କଥା। ଦେଲେ ଉଚିତ ଜବାବ। କହିଲେ ଅକ୍ଷିୟ କୁମାର ମଧ୍ୟ କେବଳ ଟଙ୍କା ପାଇଁ ପରିଶ୍ରମ କରନ୍ତି। ତେବେ ଜାଣନ୍ତୁ ଅକ୍ଷୟ ଏମିତି କ’ଣ କହିଲେ ଯାହା ତାଙ୍କୁ ଏତେ ବାଧିଛି।
ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ମଜାଳିଆ ଢଙ୍ଗ ପାଇଁ ସବୁବେଳେ ଜଣାଶୁଣା। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହିତ ଥଟ୍ଟା-ମଜା କରୁଥିବା ଦେଖାଯାଏ। ବର୍ତ୍ତମାନ ଜ୍ୟାକି ଏମିତି କିଛି କରିଦେଇଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଛି।
ନିର୍ମାତା 'ପୁଷ୍ପା ୨'ରୁ ଶ୍ରୀବଲ୍ଲୀଙ୍କ ପ୍ରଥମ ଲୁକ୍କୁ ଶେୟାର୍ କରିଛନ୍ତି ଏବଂ ରଶ୍ମିକାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ଫିଲ୍ମରୁ ସାମ୍ନାକୁ ଆସିଥିବା ଏହି ଲୁକ୍ରୁ ଜଣାପଡିଛି ଯେ ତାଙ୍କ ଷ୍ଟାଇଲ୍ ଅଧିକ ଆକର୍ଷଣୀୟ ହେବାକୁ ଯାଉଛି। ଏଥିରେ ରଶ୍ମିକା ବହୁତ ସୁନ୍ଦର ଦେଖାଯାଉଛନ୍ତି।
ଯେତେବେଳେ କରିସ୍ମା କପୁର ୨୦୦୩ ରେ ବିବାହ କରିଥିଲେ, ସେତେବେଳେ ମଧ୍ୟ ବଡ ବଡ କଳାକାରମାନେ ଅଂଶଗ୍ରହଣ କରିଥିଲେ ଏବଂ ତାଙ୍କ ବିବାହରେ ମୌଜ କରିଥିଲେ। ବର୍ତ୍ତମାନ କରିସ୍ମା କପୁରଙ୍କ ବିବାହର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ବିବାହରେ ଯୋଗଦେଇଥିବା ବଲିଉଡ୍ ତାରକାମାନେ ଏଥିରେ ଦେଖାଯାଉଛନ୍ତି।
ଚଳଚ୍ଚିତ୍ର ତାରକାମାନେ ପ୍ରାୟତଃ ଅମ୍ବାନୀଙ୍କ ବିବାହରେ ଖାଦ୍ୟ ପରିବେଷଣ କରୁଥିବା ଦେଖାଯାଏ, କିନ୍ତୁ ଆପଣ ଜାଣନ୍ତି କି ବଲିଉଡର ଭେଟେରାନ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁରଙ୍କ ବିବାହରେ କେଉଁ ଷ୍ଟାର୍ଙ୍କୁ ବାର୍ ଆଟେଣ୍ଡାଣ୍ଟ୍ କରାଯାଇଥିଲା?
ଯେତେବେଳେ ବି ଜଣେ ଅଭିନେତାଙ୍କ କ୍ୟାରିୟର ବିଷୟରେ ଆଲୋଚନା ହୁଏ, ଲୋକମାନେ ସର୍ବଦା ଭାବନ୍ତି ଯେ ସେ ତାଙ୍କ ବାପାମାଆଙ୍କ କାରଣରୁ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, କିନ୍ତୁ ଶାହୀଦ ଏହିସବୁକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରନ୍ତି। ତେବେ ଆସନ୍ତୁ ଜାଣିବା ଅଭିନେତା ଏହାକୁ ନେଇ କ’ଣ କୁହନ୍ତି।
‘ବଡେ ମିୟାଁ ଛୋଟେ ମିୟାଁ’ର ଟ୍ରେଲର ରିଲିଜ୍ ହୋଇଛି, ଯଦି ଏହି ତିନି ମିନିଟ୍ ୩୧ ସେକେଣ୍ଡ୍ ଟ୍ରେଲରରେ କିଛି ଦେହିବାକୁ ମିଳେ ତାହା ହେଉଛି କେବଳ ଆକ୍ସସ୍ ହିଁ ଆକ୍ସନ୍। କିନ୍ତୁ ଯଦି ଆପଣ ସିନେମାର ଜଣେ ପ୍ରଶଂସକ ଏବଂ ଲାଗାତର ସର୍ବଶେଷ ଫିଲ୍ମ ଉପରେ ନଜର ରଖନ୍ତି, ତେବେ ଏହି ୨୧୧ ସେକେଣ୍ଡର ଭିଡିଓରେ ଆପଣ ଅନେକ ଫିଲ୍ମର ଝଲକ ପାଇବେ।
ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି କଙ୍ଗନା ରାଣାୱତଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ସ୍ଥାନ ଦେଇଛି। ଅଭିନେତ୍ରୀ ମଧ୍ୟ ଏହା ଚାହୁଁଥିଲେ। ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇ ବିଜେପିରୁ ଟିକେଟ୍ ପାଇଥିବାରୁ କଙ୍ଗନା ରାଣାୱତ ଖୁସି ବ୍ୟକ୍ତ କରିଛନ୍ତି। କିନ୍ତୁ ତାଙ୍କର ଏକ ପୁରୁଣା ଟ୍ୱିଟ୍ ପାଇଁ ସୋସିଆଲ୍ ମିଡିଆରେ କିଛି ଲୋକ ତାଙ୍କୁ ଟ୍ରୋଲ୍ କରୁଛନ୍ତି।
ନିକଟରେ ‘କଙ୍ଗୁଭା’ର ଟିଜର୍ ରିଲିଜ୍ ହୋଇଥିଲା। ଟିଜରରେ ସୂର୍ଯ୍ୟ ସିଙ୍ଘମ୍ ଏବଂ ‘ଆନିମଲ୍’ର ଅବରାର ବା ‘କଙ୍ଗୁଭା’ର ଉଧିରନ୍ର ଜବରଦସ୍ତ ଷ୍ଟାଇଲ୍ ଦେଖି ଲୋକଙ୍କ ଉତ୍ସାହ ଆହୁରି ବଢିଯାଇଛି। ଫିଲ୍ମର ଟାଇଟଲ୍କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି। ଏହାର ମାନେ କ’ଣ? ଫିଲ୍ମର ଟାଇଟଲ ଏମିତି କାହିଁକି ରଖାଗଲା? ଆପଣଙ୍କ ମନରେ ଯଦି ଏଭଳି କିଛି ପ୍ରଶ୍ନ ସୃଷ୍ଟି ହେଉଛି ତେବେ ଏବେ ସ୍ପଷ୍ଟ ହୋଇଯାଆନ୍ତୁ।
‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ।
ପ୍ରଥମେ ‘କଙ୍ଗୁଭା’ର ପ୍ରଥମ ଲୁକ୍ ଏକ ଉତ୍ତେଜନା ସୃଷ୍ଟି କଲା, ତା’ପରେ ଫିଲ୍ମର ସୁଟିଂ ଏବଂ ବଜେଟ୍ ମଧ୍ୟ ଆଶ୍ଚର୍ଯ୍ୟ କଲା ଏବଂ ବର୍ତ୍ତମାନ ‘କଙ୍ଗୁଭା’ର ଟିଜର ରିଲିଜ୍ ହୋଇଛି। ବର୍ତ୍ତମାନ ଏହି ଟିଜର ୟୁଟ୍ୟୁବରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ବବି ଦେଓଲ୍ ଭିଲେନ୍ ଉଧିରନ୍ ଭୂମିକାରେ ନଜର ଆସିଛନ୍ତି।
‘ବାହୁବଲୀ’ ପରେ ଏହି ପିରିୟଡ୍ ଆକ୍ସନ୍ ଡ୍ରାମାର ୨ୟ ଭାଗ ଦେଖିବା ପାଇଁ ଅନେକ ଲୋକ ପ୍ରେକ୍ଷାଳୟକୁ ଦୌଡିଥିଲେ ଏବଂ ଏହା ମଧ୍ୟ ହିଟ୍ ହୋଇଥିଲା। ୨ୟ ଭାଗ କରିବା ପରେ, ଲୋକମାନେ ଏହାର ତୃତୀୟ ଭାଗ ମଧ୍ୟ ଦେଖିବାକୁ ଆଗ୍ରହୀ ଏବଂ ଏହା ବିଷୟରେ ଏକ ଆକର୍ଷଣୀୟ ଚର୍ଚ୍ଚା ଜୋର ଧରିଛି।
ବଲିଉଡ୍ ଇଣ୍ଡଷ୍ଟ୍ରିରେ ସୁପର୍ଷ୍ଟାର୍ଙ୍କ ଫି’ କୁ ନେଇ ପ୍ରାୟତଃ ଆଲୋଚନା କରାଯାଇଥାଏ। କେହି କେହି ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେଉଛନ୍ତି ତ ଆଉ କେହି ୨୦୦ କୋଟି ଟଙ୍କା ଚାର୍ଜ କରୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ସୁପର୍ଷ୍ଟାର୍ଙ୍କ ବିଷୟରେ କହିବୁ ଯିଏ ରୂପେଲି ପରଦାରେ କେବଳ ଗୋଟିଏ ଶବ୍ଦ କହିବା ପାଇଁ ୭୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି।
ଶୁଣିବାକୁ ମିଳୁଛି ଯେ କରୀନା କପୁର, ୟଶଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍'ରେ ସାମିଲ ହୋଇପାରନ୍ତି ଏବଂ କନ୍ନଡ ସିନେମାରେ ତାଙ୍କର ଡେବ୍ୟୁ ଆରମ୍ଭ କରିପାରନ୍ତି। ଗତ ବର୍ଷ ଏହି ପ୍ରକଳ୍ପ ଘୋଷଣା ହୋଇଥିଲା ଏବଂ ଡିସେମ୍ବରରେ ଏହାର ଟାଇଟଲ୍ ଉନ୍ମୋଚନ କରିଥିଲେ ୟଶ।
‘ଉରି ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ ଚଳଚ୍ଚିତ୍ରରେ ଭିକି କୌଶଲଙ୍କ ସହ କାମ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ରିଭା ଅରୋରା ବର୍ତ୍ତମାନ ବହୁତ ବଡ ହୋଇଯାଇଛନ୍ତି। ସେ ଏବେ ୧୮ ବର୍ଷର ଯୁବତୀ। ରିଭା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରତିଦିନ ତାଙ୍କର କିଛି ନା କିଛି ଫଟୋ ଶେୟାର୍ କରନ୍ତି।
ରବି କିଶନଙ୍କ ଚରିତ୍ର ଏବଂ ତାଙ୍କ ଅଭିନୟ ଦର୍ଶକଙ୍କ ଦ୍ୱାରା ବହୁତ ପ୍ରଶଂସିତ ହୋଇଥିଲା। ବର୍ତ୍ତମାନ ରବି କିଶନ ଅଭିନୟ ପ୍ରତି ତାଙ୍କର ଭଲପାଇବା ବିଷୟରେ କହିଛନ୍ତି ଏବଂ ତାଙ୍କ ବାପାଙ୍କ ସହ ଥିବା ସମ୍ପର୍କକୁ ମଧ୍ୟ ପ୍ରକାଶ କରିଛନ୍ତି। ଆସନ୍ତୁ ଜାଣିବା ଅଭିନେତା କ’ଣ କହିଛନ୍ତି।
ଅମିତାଭ ବଚ୍ଚନ ତାଙ୍କ ସ୍ୱାସ୍ଥ୍ୟ ଖବରକୁ ନେଇ ଆଜିକାଲି ଚର୍ଚ୍ଚାର ଏକ ଅଂଶ ହୋଇଛନ୍ତି। ନିକଟରେ ଖବର ଆସିଥିଲା ଯେ ତାଙ୍କର କୋକିଲାବେନ୍ ହସ୍ପିଟାଲରେ ଏଞ୍ଜିଓପ୍ଲାଷ୍ଟି ହୋଇଛି। ଏହା ପରେ ଏହି ଖବର ଲଗାତର ଚାଲିଥିଲା। ବର୍ତ୍ତମାନ ଅମିତାଭ ବଚ୍ଚନ ଏଭଳି ଖବରରେ ପୂର୍ଣ୍ଣଚ୍ଛେଦ ପକେଇଛନ୍ତି।
ଆମୀର କହିଛନ୍ତି, “ଆମେ ଏକ ଭଲ ବିଷୟ ଖୋଜୁଛୁ। ଯଦି ଆମ କିଛି ନୂଆ କରିବାର ସୁଯୋଗ ମିଳିବ, ତେବେ ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ। ମୁଁ ଭାବୁଛି ଏକାଠି କାମ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ସଲମାନ ଏବଂ ଶାହରୁଖ ମଧ୍ୟ ବହୁତ ଆଗ୍ରହୀ। ନିକଟ ଭବିଷ୍ୟତରେ ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ।”
ଅମିତାଭ ବଚ୍ଚନଙ୍କର ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଏଞ୍ଜିଓପ୍ଲାଷ୍ଟି ହୋଇଛି। ଶୁକ୍ରବାର ସକାଳେ ଅମିତାଭଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିଗ୍ ବି ୮୧ ବର୍ଷରେ ପହଞ୍ଚିଥିବା ବେଳେ ହାର୍ଟର ଧମନୀରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଏହି ଏଞ୍ଜିଓପ୍ଲାଷ୍ଟି କରାଯାଇଛି। ସାଧାରଣତଃ ହାର୍ଟ ପାଇଁ ଏଞ୍ଜିଓପ୍ଲାଷ୍ଟି କରାଯାଏ।
ଏବେ କରିସ୍ମା କପୁର ଖୁବ୍ ଶୀଘ୍ର OTT ମାଧ୍ୟମରେ ଫିଲ୍ମ 'ମର୍ଡର ମୁବାରକ୍'ରେ ନଜର ଆସିବେ। ଆଜିକାଲି କରିସ୍ମା କପୁର ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ସାନ ଭଉଣୀ କରୀନା କପୁରଙ୍କ ବିଷୟରେ ଅନେକ ରୋଚକ କଥାର ଖୁଲାସା କରିଛନ୍ତି।
ସାଜିଦ୍ ନାଡିୟାଡୱାଲାଙ୍କ ମେଗା ବଜେଟ୍ ଆକ୍ସନ୍ ଫିଲ୍ମରେ ଦବଙ୍ଗ ଖାନ୍ଙ୍କୁ ଦେଖିବାକୁ ମିଳିବ ଯାହାକୁ ସାଉଥ୍ ନିର୍ଦ୍ଦେଶକ ଏଆର୍ ମୁରୁଗାଦୋସ୍ ନିର୍ଦ୍ଦେଶନା ଦେବେ। ଫିଲ୍ମର ଅଫିସିଆଲ୍ ଘୋଷଣା କରାଯାଇଛି। ଏହି ଫିଲ୍ମ ସବୁଠାରୁ ଉଚ୍ଚକୋଟୀର ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, ଯାହା ଇଦ୍ ୨୦୨୫ ରେ ମୁକ୍ତିଲାଭ କରିବ।
ସଲମାନ ଖାନଙ୍କ ଫିଲ୍ମ ‘କିକ୍ ୨’କୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ସାଜିଦ ନାଡିୟାଡୱାଲା ‘କିକ୍ ୨’ କୁ ନିର୍ଦ୍ଦେଶନା ଦେବେ ନାହିଁ। ଏଥର ଭାଇଜାନଙ୍କ ଫିଲ୍ମର ନିର୍ମାତା ସାଉଥ୍ ନିର୍ଦ୍ଦେଶକଙ୍କ ଉପରେ ଭରସା କରିଛନ୍ତି।
ଯଦିଓ କିଙ୍ଗ୍ ଖାନ୍ କୌଣସି ହଲିଉଡ୍ ଫିଲ୍ମ କରିନାହାଁନ୍ତି, ତଥାପି ତାଙ୍କ ଷ୍ଟାରଡମ୍ ବିଦେଶରେ ମଧ୍ୟ କମ ନୁହେଁ। ନିକଟରେ ଏକ ସାକ୍ଷାତକାରରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ହଲିଉଡ୍ରେ କାମ କରି ନାହାନ୍ତି ତାହାର ଉତ୍ତର ଦେଇଛନ୍ତି।
ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ତାଙ୍କ ବିବୃତ୍ତି ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନକୁ ନେଇ ସେ ଏକ ବଡ଼ ମତ ଦେଇଛନ୍ତି, ଯେଉଁଥିପାଇଁ ସେ ପୁଣି ଥରେ ଆଲୋଚ୍ୟର ବିଷୟ ହୋଇଛନ୍ତି। ରାମ ମନ୍ଦିରକୁ ନେଇ ସେ ବିବାଦୀୟ ମତ ଦେଇଛନ୍ତି।
ଅଜୟ ଦେବଗନ୍ ଏବଂ ଆର୍. ମାଧବନଙ୍କ ସୁପର୍ନେଚୁରାଲ୍ ହରର୍ ଫିଲ୍ମ 'ଶୈତାନ' ମାର୍ଚ୍ଚ ୮ରେ ମହାଶିବରାତ୍ରୀ ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ଦମଦାର ରେସପନ୍ସ ମିଳୁଛି। ସମାଲୋଚକମାନେ ମଧ୍ୟ ଏହି ଫିଲ୍ମକୁ ଉଚ୍ଚ ପ୍ରଶଂସା କରୁଛନ୍ତି।