Advertisment

କଙ୍ଗନା ରାଣାୱତଙ୍କୁ ଚାପୁଡା ମାରିଲେ ମହିଳା ଯବାନ; କାହିଁକି ଜାଣନ୍ତୁ…

କଙ୍ଗନା ରାଣାୱତ ହିମାଚଳ ପ୍ରଦେଶରୁ ବାହାରିବା ମାତ୍ରେ ତାଙ୍କୁ ବିରୋଧିଙ୍କ ଘୃଣାର ସମ୍ମୁଖୀନ ହେବାକୁ ପଡିଛି। ଚଣ୍ଡିଗଡ଼ ବିମାନ ବନ୍ଦରରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ର ଜଣେ ମହିଳା ଯବାନ ତାଙ୍କୁ ଚାପୁଡା ମାରିଛନ୍ତି। ହେଲେ କାହିଁକି ଜାଣନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Why cisf guard kulwinder kaur slapped kangana ranaut

Why cisf guard kulwinder kaur slapped kangana ranaut

ମଣ୍ଡି ଲୋକସଭା ଆସନରୁ ଲୋକଙ୍କ ପ୍ରେମ ପାଇବାରେ କଙ୍ଗନା ରାଣାୱତ ସଫଳ ହୋଇଛନ୍ତି, କିନ୍ତୁ ହିମାଚଳ ପ୍ରଦେଶରୁ ବାହାରିବା ମାତ୍ରେ ତାଙ୍କୁ ବିରୋଧିଙ୍କ ଘୃଣାର ସମ୍ମୁଖୀନ ହେବାକୁ ପଡିଛି। ଚଣ୍ଡିଗଡ଼ ବିମାନ ବନ୍ଦରରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ର ଜଣେ ମହିଳା ଯବାନ ତାଙ୍କୁ ଚାପୁଡା ମାରିଛନ୍ତି।

Advertisment

କଙ୍ଗନାକୁ ଚାପୁଡ଼ା ମାରିଥିବା ମହିଳା ଯବାନଙ୍କ ନାଁ ହେଉଛି କୁଲବିନ୍ଦର କୌର। ଏହି ଘଟଣାକୁ ନେଇ କୁଲବିନ୍ଦର ବର୍ତ୍ତମାନ ଖବରରେ ଅଛନ୍ତି, ଲୋକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି କୁଲବିନ୍ଦର କୌର କିଏ ଆଉ ସେ କାହିଁହି କଙ୍ଗନାନୁ ଚାପୁଡା ମାରିଲେ? ଯଦି ଆପଣ ଏହା ମଧ୍ୟ ଜାଣିବାକୁ ଚାହାଁନ୍ତି, ତେବେ ପଢନ୍ତୁ।

ଅଧିକ ପଢ଼ନ୍ତୁ: ଜିତିଲେ କଙ୍ଗନା ରାଣାୱତ; ଆଉ ଦେଖିବାକୁ ମିଳିବେନି ମନୋରଂଜନ ଦୁନିଆରେ !

Advertisment

ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା CISFର ଏହି ମହିଳା ଯବାନ ଜଣେ କୃଷକ ନେତାଙ୍କ ଭଉଣୀ ବୋଲି ଜଣାପଡିଛି। ତାଙ୍କ ଭାଇ ଶେର ସିଂହ ମହିୱାଲ କିସାନ ମଜଦୁର ସଂଘର୍ଷ ସମିତିର ସାଂଗଠନିକ ସଚିବ, ଯିଏ ବର୍ତ୍ତମାନ ରଦ୍ଦ ହୋଇଥିବା ଚାଷୀ ଆଇନକୁ ବିରୋଧ କରିବାର ଏକ ଅଂଶ ହୋଇଥିଲେ।

କୁଲବିନ୍ଦର କୌର ଅଭିଯୋଗ କରିଛନ୍ତି ଯେ କୃଷକ ଆନ୍ଦୋଳନ ସମୟରେ ପଞ୍ଜାବର ମହିଳାମାନଙ୍କ ଉପରେ କଙ୍ଗନା ରାଣାୱତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କୃଷକ ଆନ୍ଦୋଳନକୁ ନେଇ ଅଭିନେତ୍ରୀ କହିଥିଲେ ଯେ ପଞ୍ଜାବର ମହିଳାମାନେ ଟଙ୍କା ପାଇଁ କୃଷକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ଭିଡିଓରେ CISF କର୍ମଚାରୀ ରାଗି କହିଛନ୍ତି ଯେ ତାଙ୍କ ମା’ ମଧ୍ୟ କୃଷକ ଆନ୍ଦୋଳନରେ ଭାଗ ନେଇଥିଲେ।

ତେବେ ଏହାକୁ ନେଇ ଚଣ୍ଡିଗଡ଼ ବିମାନ ବନ୍ଦରରେ ଯାଞ୍ଚ ବେଳେ ଅଭିନେତ୍ରୀ ତଥା ବିଜେପି ସାଂସଦଙ୍କୁ ଏହି ମହିଳା ଯବାନ ଚାପୁଡ଼ା ମାରିଥିଲେ। ଏହି ଘଟଣାରେ କଙ୍ଗନାଙ୍କ ପ୍ରଶଂସକମାନେ ଆହତ ହୋଇଛନ୍ତି, କିନ୍ତୁ କଙ୍ଗନା ନିଜେ ସୁରକ୍ଷିତ ଥିବା କହିଛନ୍ତି।

ଅଧିକ ପଢ଼ନ୍ତୁ: ଟିଭି ଉପରେ ରାଗ ଉଦ୍‌ଗାରିଲେ ଉର୍ଫି; କହିଲେ ଏ ଦୁନିଆ ବହୁତ ଖରାପ, ଏଠି କୁକୁର ଭଳି ବ୍ୟବହାର କରାଯାଏ

ଏହି ଘଟଣାକୁ ନେଇ ‘ଦ କାଶ୍ମୀର ଫାଇଲ୍’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଛନ୍ତି ଯେ ପ୍ରତ୍ୟେକ 'ବୁଦ୍ଧିମାନ' ବ୍ୟକ୍ତି ଏହାକୁ ନିନ୍ଦା କରିବା ଉଚିତ। ଏହି ଆକ୍ରମଣ ପରେ ଯେଉଁମାନେ ଅଭିନେତ୍ରୀଙ୍କୁ ପରିହାସ କରୁଛନ୍ତି ସେମାନଙ୍କୁ ମଧ୍ୟ ସେ ସମାଲୋଚନା କରିଛନ୍ତି।

ବିବେକ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି - କଙ୍ଗନାଙ୍କ ସହିତ ଘଟିଥିବା ଏହି ଘଟଣାକୁ ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ନିନ୍ଦା କରିବା ଉଚିତ। ମୁଁ କାହିଁକି ବୁଦ୍ଧିମାନ କହୁଛି? କାରଣ ଗଣତନ୍ତ୍ର ପାଇଁ ଏହା କେତେ ବିପଜ୍ଜନକ ତାହା କେବଳ ବୁଦ୍ଧିମାନ ଲୋକ ବୁଝିପାରିବେ। ଯେଉଁମାନେ କଙ୍ଗନାଙ୍କ ଉପରେ ହସୁଛନ୍ତି ସେମାନେ ଜାଣିବା ଉଚିତ ଯେ ଅନେକ ଲୋକ ଆପଣଙ୍କ ଟ୍ୱିଟ୍‌କୁ ମଧ୍ୟ ପସନ୍ଦ କରୁ ନାହାନ୍ତି।”

ଜାତୀୟ ମହିଳା ଆୟୋଗ CISF କର୍ମଚାରୀଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ବିବୃତ୍ତି ଦେଇଛନ୍ତି ଯେଉଁଥିରେ ଲେଖାଅଛି, “ଚଣ୍ଡିଗଡ଼ ବିମାନବନ୍ଦରରେ ଘଟିଥିବା ଘଟଣାକୁ ନେଇ ଜାତୀୟ ମହିଳା ଆୟୋଗ ଦୁଖିଃତ। ଆମେ ଏହି ଘଟଣାକୁ ନିନ୍ଦା କରୁଛୁ ଏବଂ ଚାହୁଁଛୁ ଯେ ମିସ୍ କୌରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଉ।

ନିର୍ବାଚନରେ ​​ଜିତିବାର ଗୋଟିଏ ଦିନ ପରେ କଙ୍ଗନା ରାଣାୱତଙ୍କ ସହ ଏହି ଘଟଣା ଘଟିଛି। ଅଭିନେତ୍ରୀ ହିମାଚଳ ପ୍ରଦେଶର ମଣ୍ଡିରୁ ନିର୍ବାଚନରେ ​​ବିଜେପି ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହଙ୍କୁ ୭୪ ହଜାର ଭୋଟରେ ପରାସ୍ତ କରିଛନ୍ତି।

Kangana Ranaut Viral Video Bollywood
Advertisment
Advertisment