ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ଏକ ପ୍ରି-ୱେଡିଂ ପାର୍ଟି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଶାହରୁଖ ଖାନ, ଆମୀର ଖାନ ଏବଂ ସଲମାନ ଖାନଙ୍କ ଡ୍ୟାନ୍ସ ଠାରୁ ଆରମ୍ଭ କରି ଅତିଥିମାନଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁକିଛି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ତ୍ତମାନ ଏକ ପ୍ରି-ୱେଡିଂ ପାର୍ଟିରେ ମିଳିଥିବା ଉପହାରକୁ ନେଇ ସୂଚନା ଆସିଛି। ଜାଣନ୍ତୁ କିଏ କ’ଣ ଦେଇଛନ୍ତି…
ବର୍ତ୍ତମାନ ‘ରାମାୟଣ’କୁ ନେଇ ଆଉ ଏକ ଅପ୍ଡେଟ୍ ସାମ୍ନାକୁ ଆସିଛି। ଏଥିରେ ପ୍ରକାଶ ପାଇଛି ଯେ ରଣବୀର କପୁର ଏବଂ ୟଶଙ୍କ ଏହି ଫିଲ୍ମ ତିନି ଭାଗରେ ନିର୍ମିତ ହେବ। ଏହି ସବୁ ତିନି ଭାଗ କେଉଁଠି-କେବେ-କ’ଣ ହେବ ସେ ସମ୍ବନ୍ଧରେ ଏକ ବଡ ସୂଚନ ଆସିଛି।
ଇମ୍ରାନ୍ ହାଶ୍ମୀ ୨୦୦୬ ମସିହାରେ ପରବୀନ୍ ସାହନୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାଁ ଆୟାନ୍ ହାଶ୍ମୀ। ବର୍ତ୍ତମାନ ଏକ ପୁତ୍ରର ପିତା ହେବା ପରେ ଏବଂ ବିବାହର ୧୭ ବର୍ଷ ପରେ, ଇମ୍ରାନ୍ ତାଙ୍କ ପତ୍ନୀଙ୍କୁ ନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଅନେକ ସମୟରେ 'ଛାଡିଦେବାକୁ' ଧମକ ଦିଅନ୍ତି।
ନେହାଙ୍କର ଏକ ଅନୌପଚାରିକ କଥା ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି, ଯାହା ଅନୁମାନ କରାଯାଉଛି ଯେ ନେହା ବଲିଉଡ୍ର ସୁନ୍ଦର ଯୋଡି ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରାୟ କାପୁରଙ୍କ ସମ୍ପର୍କ ବିଷୟରେ କିଛି ଖୁଲାସା କରୁଛନ୍ତି।
‘ଲଭ୍ ସେକ୍ସ ଔର୍ ଧୋକା’ ବର୍ତ୍ତମାନ ରୋମାଞ୍ଚକର କଣ୍ଟେଣ୍ଟ୍ ସହିତ ସାରା ଦେଶରେ ତରଙ୍ଗ ସୃଷ୍ଟି କରିଛି। ଯେତେବେଳେ ନିର୍ମାତା ଭାରତୀୟ ମନୋରଞ୍ଜନ ଶିଳ୍ପରେ ବୋଲ୍ଡ କଣ୍ଟେଣ୍ଟ୍ ପାଇଁ ଠିକ୍ ଟୋନ୍ ସ୍ଥିର କରିଛନ୍ତି, ଏବଂ ଏହିପରି ‘ଲଭ୍ ସେକ୍ସ ଔର୍ ଧୋକା ୨’ ସହିତ ଏହାକୁ ଏକ ଲେବୁଲ୍କୁ ନେବାକୁ ସ୍ଥିର କରିଛନ୍ତି।
ପୁଣି ଥରେ ରଣବୀର କପୁରଙ୍କ ଯାଦୁ ଲୋକଙ୍କ ମଧ୍ୟରେ କାମ କରୁଥିବା ଜଣାପଡିଛି। ଯେତେବେଳେ ତାଙ୍କ ଫିଲ୍ମ 'ଆନିମଲ୍' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ସେତେବେଳେ ଫିଲ୍ମଟି ବକ୍ସ ଅଫିସକୁ କାବୁ କରିଥିଲା ଏବଂ ଏହା OTT ରେ ଆସିବା ଦିନଠାରୁ ପ୍ରାଧାନ୍ୟ ବିସ୍ତାର କରିଛି।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂରେ ଅନେକ ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ବଲିଉଡ୍ ବାଦଶାହ ଶାହରୁଖ ଖାନ ମଧ୍ୟ ସାମିଲ୍ ହୋଇଥିଲେ। ସବୁଠାରୁ ବଡ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା ସେ ସେ 'ଜୟ ଶ୍ରୀରାମ'ର ସ୍ଲୋଗାନ୍ ଦେଇଥିଲେ।
୨୦୨୪ ମସିହାରେ କେଉଁ ଫିଲ୍ମ, କେବେ ହେବ ରିଲିଜ୍ ଘୋଷାଣ ହୋଇଛି। ଅନେକ ବଡ ବଡ ଫିଲ୍ମର ରିଲିଜ୍ ଡେଟ୍ ପ୍ରକାଶା ପାଇଛି। ‘ପୁଷ୍ପା-୨’ ଏହିଦିନ ରିଲିଜ୍ ହେବ ବୋଲି କୁହାଯାଇଛି।
ଅଙ୍କିତା ଲୋଖଣ୍ଡେ ନିଜର ଅଭିନୟ ଦକ୍ଷତାରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଜର ନାମ ଅର୍ଜନ କରିଛନ୍ତି। ଆଜି ବି ଦର୍ଶକ ତାଙ୍କୁ ସିରିଏଲ 'ପବିତ୍ର ରିସ୍ତା'ର ‘ଅର୍ଚ୍ଚନା’ ବୋଲି ଡାକନ୍ତି। କିନ୍ତୁ ଅଙ୍କିତାଙ୍କ ପାଇଁ ଏହି ଯାତ୍ରା ଆଦୌ ସହଜ ନ ଥିଲା।
ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ବଢିବାରେ ଲାଗିଛି। ଏହାରି ଭିତରେ ସବୁଠାରୁ ଆକର୍ଷଣ ସାଜୁଛନ୍ତି ସେଲିବ୍ରେଟି। ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍ ତାରକା ରାଜନୀତିରେ ସକ୍ରିୟ ଥିବାବେଳେ ଏବେ ଆଉଜଣେ ସୁପର୍ଷ୍ଟାର ଏହି ଧାରାରେ ପାଦ ଦେଇଥିବା ଶୁଣିବାକୁ ମିଳୁଛି।
ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ପରି ଅନେକ ବଡ ବଡ ତାରକାଙ୍କୁ ତାଙ୍କ ନିଜ ଇଶାରାରେ ନଚେଇଥିବା କୋରିୟୋଗ୍ରାଫର ବସ୍କୋ ମାର୍ଟିସ୍ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ କୋରିଓଗ୍ରାଫର। ସେ ଏହି ଦୁଇ ଷ୍ଟାର୍କୁ ନେଇ ଅନେକ କଥା କହିଛନ୍ତି।
ବଲିଉଡରେ ୨୦୨୪ ଆରମ୍ଭ ହେବା ମାତ୍ରେ ବିବାହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିକଟରେ ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭାଗନାନୀଙ୍କ ଧୂମଧାମ ବିବାହ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଉ ଜଣେ ବଲିଉଡ ଅଭିନେତ୍ରୀଙ୍କ ବିବାହ ଖବର ସାମ୍ନାକୁ ଆସିଛି। ସେ ହେଲେ ‘ଡଙ୍କି’ ଅଭିନେତ୍ରୀ ତାପସୀ ପନ୍ନୁ।
୨୦୦୭ ମସିହାରେ ଆମୀର ଖାନଙ୍କ ଫିଲ୍ମ 'ତାରେ ଜମିନ୍ ପର୍' ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଆମୀର ଖାନ ଜଣେ ଶିକ୍ଷକ ଭୂମିକାରେ ନଜର ଆସିଥିଲେ। ବର୍ତ୍ତମାନ ଆମୀର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସିତାରେ ଜମିନ୍ ପର'ର ସୁଟିଂ ଆରମ୍ଭ କରିଛନ୍ତି।
ସାଉଥ୍ ତଥା ବଲିଉଡ୍ ସୁପର୍ଷ୍ଟାର୍ ରଜନୀକାନ୍ତଙ୍କ ପ୍ରଶଂସକ ସର୍ବଦା ଅଧିକ। ସାଉଥ୍ରୁ ଆରମ୍ଭ କରି ନର୍ଥ ଇଣ୍ଡିଆ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ରକୁ ନେଇ ପାଗଳ। ଦୀର୍ଘ ୨୪ ବର୍ଷର ବନବାସ ପରେ ସେ ପୁଣି ଥରେ ବଲିଉଡ୍ ଚଳଚ୍ଚିତ୍ରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ଥିବା ଜଣାପଡିଛି।
ଗଜଲ ଗାୟକ ପଙ୍କଜ ଉଧାସଙ୍କ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ
ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଫେସ୍ବୁକ୍ ଠାରୁ ଇନ୍ଷ୍ଟାଗ୍ରାମ୍ ପର୍ଯ୍ୟନ୍ତ କୋଟି କୋଟି ଫଲୋର୍ସ ଅଛନ୍ତି। କିନ୍ତୁ, ଆପଣ ଜାଣନ୍ତି କି ଅମିତାଭ ଫେସ୍ବୁକରେ କେବଳ ଜଣଙ୍କୁ ହିଁ ଫଲୋ କରନ୍ତି ଏବଂ ସେ ନା କୌଣସି ସେଲିବ୍ରେଟି ନା ସେ କୌଣସି ଏକ ବଡ ନାଁ। ସେ କିଏ ଆସନ୍ତୁ ଜାଣିବା।
ଲୋକମାନେ ଉତ୍ସାହର ସହିତ ‘କଲ୍କି ୨୮୯୮’କୁ ଅପେକ୍ଷା କରିଛନ୍ତି ଯେଉଁଥିରେ ପ୍ରଭାସ ପୁଣି ଥରେ ପରଦାରେ ଭଗବାନଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରକୁ ଆଜି ପର୍ଯ୍ୟନ୍ତ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଇଛି।
ମନୋରଂଜନ ଦୁନିଆରେ ପୁଣି ଏକ ଦୁଃଖ ଖବର। 'ମାୟା ଦର୍ପଣ' ଏବଂ 'ତରଙ୍ଗ' ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ କୁମାର ଶାହାନୀଙ୍କ ଦେହାନ୍ତ ହୋଇଛି। ସେ ୮୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
କିଛି ଦିନ ପୂର୍ବରୁ ବିମାନବନ୍ଦରର ଏକ ଭିଡିଓରେ ସଲମାନ ଖାନଙ୍କ ଓଜନ ବୃଦ୍ଧି ଦେଖିବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇପଡିଥିଲେ। କିଛି ଲୋକ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଥିଲେ। ଏହି ସମୟରେ ନୂଆ ଭିଡିଓ ପ୍ରଶଂସକଙ୍କୁ ଖୁସି କରିଛି ଏବଂ ଟ୍ରୋଲର୍ସକୁ ଏହାର ଏକ ଉଚିତ ଜବାବ ଦେଇଛି।
ଅଜୟ ଦେବଗନ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ସୁପରନେଚ୍ୟୁରାଲ୍ ହରର୍ ଥ୍ରୀଲର ଫିଲ୍ମ ‘ଶୈତାନ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର୍ ରିଲିଜ କରିଛନ୍ତି, ଯାହା ଖୁବ୍ ଦମଦାର୍ ହୋଇଛି। ଟ୍ରେଲରରେ ଅଜୟ ତାଙ୍କ ପରିବାରକୁ ଏକ ଶୈତାନ ଶକ୍ତିରୁ ରକ୍ଷା କରୁଥିବା ଦେଖିବାକୁ ମିଳୁଛି।
କିଛି ଦିନ ପୂର୍ବରୁ ଅଜୟ ଦେବଗନଙ୍କ 'ଶୈତାନ'ର ଟିଜର୍ ଲଞ୍ଚ କରାଯାଇଥିଲା, ଯାହାକୁ ବହୁତ ପସନ୍ଦ କରାଯାଇଥିଲା। ବର୍ତ୍ତମାନ ଅଜୟ ଦେବଗନ୍ 'ଶୈତାନ'ର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏହା ସହିତ ସେ ଫିଲ୍ମର ସର୍ବଶେଷ ପୋଷ୍ଟରର ଝଲକ ମଧ୍ୟ ଦେଖାଇଛନ୍ତି।
୨୦ ଫେବୃଆରୀ ମଙ୍ଗଳବାର ଦିନ ଦାଦାସାହେବ ଫାଲ୍କେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ ଅନୁଷ୍ଠିତ ହୋଇଥିଲା। ଏହି ପୁରସ୍କାର ମହୋତ୍ସବରେ ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି। ଶାହରୁଖ ଖାନଙ୍କୁ ତାଙ୍କ ଚଳଚ୍ଚିତ୍ର ‘ଜବାନ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯାଇଛି।
ଦୀର୍ଘ ଦିନ ଧରି ମୁକ୍ତିଲାଭ ଅପେକ୍ଷା କରିଥିବା ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’ର ଟିଜର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ମାତା ହେଉଛନ୍ତି କରଣ ଜୋହର। ଏହି ଫିଲ୍ମର ଟିଜରକୁ ଦେଖିଲେ ଏହା କୁହାଯାଇପାରେ ଯେ ସିଦ୍ଧାର୍ଥ ମଲହୋତ୍ରା ପୁଣି ଥରେ ପରଦାରେ ନିଜର ଆକ୍ସନ ଦେଖେଇବାକୁ ପ୍ରସ୍ତୁତ।
ବର୍ତ୍ତମାନ ଏକ ଭିଡିଓ ଇନଷ୍ଟାଗ୍ରାମରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି, ଯାହା ମନୋରଞ୍ଜନର ଢେର୍ ସାରା ଖୋରାକ ଯୋଗାଉଛି। ଏହି ଭିଡିଓରେ, ଅନେକ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳେ। ସେମାନେ ସେଓ ଆଉ କଦଳୀର ବିଶେଷତା ବିଷୟରେ ବର୍ଣ୍ଣନା କରୁଛନ୍ତି।
ସୋଲେ, କୁଲି, ଦିବାର, ଅଗ୍ନିପଥ ଭଳି ଆକ୍ସନ୍ ପ୍ୟାକ୍ ଦେଇଥିବା ଅମିତାଭ୍ ‘ସିଲସିଲା’ ଭଳି ରୋମାଣ୍ଟିକ୍ ଫିଲ୍ମରେ ବି ଅଭିନୟ କରିଛନ୍ତି।