Advertisment

ବାପା ହେଲେ ଦୁଇ ଅଭିନେତା; ଜଣେ ବଲିଉଡ୍‌ର ଆଉ ଜଣେ ସାଉଥ୍‌ର, ଜାଣନ୍ତୁ କିଏ

ଆଉ ଜଣେ ବଲିଉଡ ଅଭିନେତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ପତ୍ନୀ ନତାଶା ଦଲାଲ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ସେହିପରି ସାଉଥ୍ ସିନେମା ଷ୍ଟାର୍ ଶିବକାର୍ତ୍ତିକେୟନ ଏବଂ ତାଙ୍କ ପତ୍ନୀ ଆରତୀ ପୁଅ ଭାବେ ସେମାନଙ୍କର ତୃତୀୟ ସନ୍ତାନକୁ ସ୍ୱାଗତ କରିଛନ୍ତି।

author-image
Pramod Behera
Varun dhawan blessed with a baby girl south star sivakarthikeyan announces birth of baby boy

Varun dhawan blessed with a baby girl south star sivakarthikeyan announces birth of baby boy

ଆଉ ଜଣେ ବଲିଉଡ ଅଭିନେତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ପତ୍ନୀ ନତାଶା ଦଲାଲଙ୍କ ଘରେ ଖୁସି ଆସିଛି। ବିବାହର ୩ ବର୍ଷ ପରେ ଉଭୟ ପ୍ରଥମ ଥର ପାଇଁ ଗୋଟିଏ ଝିଅର ବାପାମାଆ ହୋଇଛନ୍ତି। ସାରା ଦେଶର ପ୍ରଶଂସକମାନେ ଏହି ଯୋଡିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଏବଂ ଘରେ ଲକ୍ଷ୍ମୀଙ୍କୁ ସ୍ୱାଗତ ପରେ ଅଭିନେତାଙ୍କ ଖୁସି କହିଲେ ନ ସରେ।

Advertisment

ବରୁଣ ଧାୱନ ଏବଂ ନତାଶା ପ୍ରଥମ ଥର ପାଇଁ ବାପାମାଆ ହୋଇଥିବାରୁ ଏହା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଛି। ଏନେଇ ବରୁଣ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏକ ସୁନ୍ଦର ଭିଡିଓ ହେୟାର କରିଛନ୍ତି। ଭିଡିଓ ଶେୟାର କରିବାବେଳେ ଅଭିନେତା ଲେଖିଛନ୍ତି, 'ଆମ ଝିଅ ରାଣୀର ଆଗମନ ହୋଇଛି'।

ବରୁଣ ଧାୱନ ଆହୁରି ଲେଖିଛନ୍ତି, “ମା’ ଏବଂ ଝିଅ ପାଇଁ ପଠାଇଥିବା ସମସ୍ତ ଶୁଭେଚ୍ଛା ପାଇଁ ଆପଣମାନଙ୍କୁ ଧନ୍ୟବାଦ। ଏହା ପରେ ସେ ‌ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, “ହରେ ରାମ ହରେ ରାମ, ରାମ ରାମ ହରେ ହରେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ”। ବରୁଣଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବରୁଣ ଧାୱନ ଏପର୍ଯ୍ୟନ୍ତ ତାଙ୍କ ଝିଅର ନାମ ପ୍ରକାଶ କରିନାହାଁନ୍ତି। ସେ ତାଙ୍କ ପୋଷ୍ଟରେ 'ବେବି ଧାୱନ' ଲେଖିଛନ୍ତି। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହ ବରୁଣ ଧାୱନଙ୍କ ଝିଅର ନାଁ ଜାଣିବାକୁ ଚାହାଁନ୍ତି। କିଛି ପ୍ରଶଂସକ ବରୁଣଙ୍କୁ ତାଙ୍କ ଝିଅର ଚେହେରା ଦେଖେଇବାକୁ ମଧ୍ୟ କହୁଛନ୍ତି। ବରୁଣ ତାଙ୍କ ସ୍କୁଲ୍ ବେଳର ପ୍ରେମିକା ନତାଶାଙ୍କୁ ବିବାହ ହୋଇଥିଲେ।

ସେହିପରି ସାଉଥ୍ ସିନେମା ଷ୍ଟାର୍ ଶିବକାର୍ତ୍ତିକେୟନ ଏବଂ ତାଙ୍କ ପତ୍ନୀ ଆରତୀ ପୁଅ ଭାବେ ସେମାନଙ୍କର ତୃତୀୟ ସନ୍ତାନକୁ ସ୍ୱାଗତ କରିଛନ୍ତି। ଅଭିନେତା ନିଜେ ଏହି ଖୁସି ଖବରକୁ ସୋସିଆଲ୍ ମିଡିଆ X ରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସେ ହ୍ୟାସ୍‌ଟ୍ୟାଗ୍‌ ଦେଇ ଲେଖିଛନ୍ତି, 'ଏକ ସନ୍ତାନ ପାଇଁ ଧନ୍ୟ'।

ଶିବକାର୍ତ୍ତିକେୟନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ସମସ୍ତ ପ୍ରିୟଜନ, ଜୁନ୍ ୨ରେ ଜନ୍ମ ହୋଇଥିବା ଆମ ସନ୍ତାନଙ୍କୁ ସ୍ୱାଗତ କରି ଆମେ ଖୁସିରେ ନାଚୁଛୁ। ଆମ ପରିବାର ଟିକିଏ ଆଗକୁ ବଢିଛି ଏବଂ ଆମେ ସମସ୍ତେ ବହୁତ ଖୁସି। ସବୁଥର ପରି, ଆମର ଆପଣ ସମସ୍ତଙ୍କ ପ୍ରେମ, ସମର୍ଥନ ଏବଂ ଆଶୀର୍ବାଦ ଆବଶ୍ୟକ - ଗୁଗନ, ଆରାଧନା, ଆରତୀ ଏବଂ ଶିବକାର୍ତ୍ତିକେୟନ (sic)।”

ଶିବକାର୍ତ୍ତିକେୟନ ଏବଂ ଆରତୀ ୨୦୧୦ରେ ବିବାହ କରିଥିଲେ। ସେମାନେ ୨୦୧୩ ରେ ତାଙ୍କର ପ୍ରଥମ ଝିଅ ଆରାଧନା ଏବଂ ୨୦୨୧ରେ ପୁଅ ଗୁଗନ୍‌ଙ୍କୁ ସ୍ୱାଗତ କରିଥିଲେ। ବର୍ତ୍ତମାନ ସେ ଆଉ ଏକ ପୁତ୍ରର ପିତା ହୋଇଛନ୍ତି। କିନ୍ତୁ କୌତୁହଳର କଥା ହେଉଛି ଏହି ଖୁସି ଖବର ପୂର୍ବରୁ ଶିବକାର୍ତ୍ତିକେୟନ କିମ୍ବା ତାଙ୍କ ପତ୍ନୀ କୌଣସି ଅଫିସିଆଲି ଦେଇ ନ ଥିଲେ।

Varun Dhawan Bollywood South Indian Films
Advertisment
Advertisment