Advertisment

ଭାଇରାଲ୍ ହେଉଛି କ୍ୟାଟ୍ରିନା କୈଫ୍‌ଙ୍କ ଏମିତି ଭିଡିଓ; ଲୋକେ କହିଲେ ସେ ଗର୍ଭବତୀ

ଗତ ମାସରେ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ଗୁଜବ ଉଠିଥିଲା ଯେ ସେ ଗର୍ଭବତୀ ଅଛନ୍ତି। ସମ୍ପ୍ରତି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ବିମାନବନ୍ଦରରେ ଢିଲା ପୋଷାକ ପିନ୍ଧିଥିବାର ନଜର ଆସନ୍ତି। ବର୍ତ୍ତମାନ କ୍ୟାଟ୍ରିନା ଲଣ୍ଡନରେ ଭିକି କୌଶଲ ଏବଂ ପରିବାରଙ୍କ ସହ ସମୟ ବିତାଉଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Katrina kaif airport video sparked pregnancy rumours

Katrina kaif airport video sparked pregnancy rumours

ଗତ ମାସରେ କ୍ୟାଟ୍ରିନା କୈଫ୍‌ଙ୍କୁ ନେଇ ଗୁଜବ ଉଠିଥିଲା ଯେ ସେ ଗର୍ଭବତୀ ଅଛନ୍ତି। ସମ୍ପ୍ରତି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ବିମାନବନ୍ଦରରେ ଢିଲା ପୋଷାକ ପିନ୍ଧିଥିବାର ନଜର ଆସନ୍ତି। ବର୍ତ୍ତମାନ କ୍ୟାଟ୍ରିନା ଲଣ୍ଡନରେ ଭିକି କୌଶଲ ଏବଂ ପରିବାରଙ୍କ ସହ ସମୟ ବିତାଉଥିଲେ।

Advertisment

ଏହି ଭିଡିଓରେ କ୍ୟାଟ୍ରିନା କୈଫ୍‌ଙ୍କୁ କଳା ପୋଷାକରେ ଦେଖିବାକୁ ମିଳିଛି। ସେ ଢିଲା କଳା ଟି-ସାର୍ଟ ସହିତ ଆରାମଦାୟକ ପ୍ୟାଣ୍ଟ ପିନ୍ଧିଛନ୍ତି। ସେ ତାଙ୍କ ଚୁଟିକୁ ଖୋଲା ରଖିଛନ୍ତି ଏବଂ କଳା ଚଷମା ସହିତ ନିଜର ଲୁକ୍ କମ୍ପ୍ଲିଟ୍ କରିଛନ୍ତି। କାର୍‌ରେ ବସିବା ପରେ ସେ କ୍ୟାମେରାକୁ ଦେଖି ହସିଦିଅନ୍ତି ଆଉ ଗୁଡ୍‌ବାଏ କହି ଚାଲିଯାଆନ୍ତି। ଏହି ଭିଡିଓ ଦେଖିବା ପରେ କିଛି ଲୋକ କ୍ୟାଟ୍ରିନା କୈଫ୍‌ ଗର୍ଭବତୀ ହେବାର ସମ୍ଭାବନା ପ୍ରକାଶ କରୁଛନ୍ତି ଏବଂ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି।

ଅଧିକ ପଢ଼ନ୍ତୁ: ‘କଲ୍‌କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ଦମଦାର ପୋଷ୍ଟର ଲଞ୍ଚ୍‌

Advertisment

ଜଣେ ଲେଖିଛନ୍ତି, “ବୋଧହୁଏ ମୁଁ ଭୁଲ୍ ଏବଂ ଯାଞ୍ଚ କରିବା ମୋର କାମ ନୁହେଁ, କିନ୍ତୁ ଭିଡିଓ ଦେଖିବା ପରେ ମୁଁ ଅନୁଭବ କରୁଛି ଯେ ସେ ଗର୍ଭବତୀ ଅଛନ୍ତି।” ଆଉ ଜଣେ ଲେଖିଛନ୍ତି, କାଟ୍ରିନା ଗର୍ଭବତୀ ଅଛନ୍ତି, କାରଣ ସେ ଲମ୍ବା ଜ୍ୟାକେଟ୍ ଆଉ ଢିଲା ପୋଷାକ ପିନ୍ଧିଛନ୍ତି। ଯେପରି ସେ ତାଙ୍କ ପେଟକୁ ଲୁଚାଇ ପାରିବେ।” ସେହିପରି ଅନ୍ୟଜଣେ କହିଛନ୍ତି “ଶେଷରେ ରାଣୀ ଫେରି ଆସିଛନ୍ତି।” “ଆପଣଙ୍କୁ ମିସ୍ କରୁଛୁ” ବୋଲି ଆଉ ଜଣେ କହିଛନ୍ତି।

କ୍ୟାଟ୍ରିନାଙ୍କ ଗର୍ଭଧାରଣର ଗୁଜବ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଭିକିଙ୍କ ସହ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଯୋଡି ଲଣ୍ଡନ ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ। କ୍ୟାଟ୍ରିନାଙ୍କ ଓଭରସାଇଜ୍ କୋଟ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କିନ୍ତୁ କ୍ୟାଟ୍ରିନାଙ୍କ ଏହି ଗର୍ଭବତୀ ହେବାର ଗୁଜବ ଆହୁରି ବୃଦ୍ଧି ପାଇଲା ଯେତେବେଳେ ଏକ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ସେ ଲଣ୍ଡନରେ ନିଜ ସନ୍ତାନକୁ ଜନ୍ମ ଦେବେ ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ: ୨୦୨୧ ଠାରୁ ମିଡିଆ ଏବଂ ପାପାରାଜିଙ୍କ ଠାରୁ ଦୂରେଇ ରହୁଛନ୍ତି ଶାହରୁଖ ଖାନ; ଜାଣନ୍ତୁ କ’ଣ କାରଣ

କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ପ୍ରାୟ ଅଢେଇ ବର୍ଷ ହେବ ବିବାହ କରିଛନ୍ତି। ଏହି ଯୋଡି ୯ ଡିସେମ୍ବର ୨୦୨୧ରେ ବିବାହ କରିଥିଲେ। କାମର କଥା କହିଲେ କ୍ୟାଟ୍ରିନା କୈଫ୍‌ଙ୍କୁ ଶେଷ ଥର ପାଇଁ 'ମେରୀ ଖ୍ରୀଷ୍ଟମାସ'ରେ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ ପରେ ଫରାହ ଅଖତର ନିର୍ଦ୍ଦେଶନା ଦେଉଥିବା ଫିଲ୍ମ 'ଜି ଲେ ଜାରା'ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରା ଅଭିନୟ କରିଛନ୍ତି। ୨୦୨୧ରେ ଏହି ଚଳଚ୍ଚିତ୍ର ଘୋଷଣା କରାଯାଇଥିଲା।

Katrina Kaif Bollywood Vicky Kaushal Pregnancy
Advertisment
Advertisment