ସଲମାନ ଖାନଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସଲମାନ ତାଙ୍କର ଫାଷ୍ଟ୍ କ୍ରସ୍ ବିଷୟରେ କହୁଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଯାହାଙ୍କ ନାଁ କହିଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭିଡିଓ…
ଚାଇନାର ଜଣେ ଗାୟିକାଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ଶାହରୁଖ ଖାନଙ୍କ ହିଟ୍ ଚଳଚ୍ଚିତ୍ରର ହିଟ୍ ଗୀତ ଗାଉଥିବାର ନଜର ଆସିଛନ୍ତି।
ବିବାହ ଫଟୋ ପରେ ବର୍ତ୍ତମାନ ଅଭିନେତ୍ରୀ ଇନ୍ଷ୍ଟାଗ୍ରାମରେ ରିସେପସନ୍ ଲୁକରେ ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡିକ ଏତେ ସୁନ୍ଦର ହୋଇଛି ଯେ ଯାହାକୁ ଲୋକମାନେ ପ୍ରଶଂସା ନ କରି ରହିପାରୁ ନାହାନ୍ତି।
୨୦୧୮ ରେ ମୁକ୍ତିଲାଭ କରିଥିବା ମ୍ୟାଡକ୍ ଫିଲ୍ମସ୍ର 'ସ୍ତ୍ରୀ' ବକ୍ସ ଅଫିସରେ ଖୁବ ହଙ୍ଗାମା ସୃଷ୍ଟି କରିଥିଲା। ଦର୍ଶକ ଏହି ଫିଲ୍ଲ୍ମକୁ ଏତେ ପସନ୍ଦ କରିଥିଲେ ଯେ ଏହା ରିଲିଜ୍ ହେବା ପରେ ପ୍ରେକ୍ଷାଳୟରେ ଲୋକପ୍ରିୟ ହୋଇଥିଲା। ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଭାଗ ୧୫ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।
ସୋନାକ୍ଷୀଙ୍କ ବିବାହକୁ ନେଇ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦମ୍ପତିଙ୍କୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଜହୀରଙ୍କ ଘରେ ତାଙ୍କ ଭଉଣୀ ଉଭୟଙ୍କୁ ସ୍ୱାଗତ କରୁଥିବା ଦେଖାଯାଏ। ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେଉଛି ଏବଂ ପ୍ରଶଂସକଙ୍କ ଠାରୁ ପ୍ରେମ ପାଇବାରେ ଲାଗିଛି।
ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ ପ୍ରାୟ ୮ବର୍ଷ ଧରି ଡେଟିଂ କରିବା ପରେ ଜୁନ୍ ୨୩ରେ ବିବାହ କରିଛନ୍ତି। ବିବାହ ପରେ ଏଛି ଯୋଡି କେବଳ ସେମାନଙ୍କ ବନ୍ଧୁ ଏବଂ ଘନିଷ୍ଠ ଲୋକଙ୍କୁ ଏକ ପାର୍ଟୀ ଦେଇଛନ୍ତି, ଯେଉଁଠାରେ ଉଭୟଙ୍କୁ ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ଦେଖିବାକୁ ମିଳିଛି। ଫଟୋରେ ସୋନାକ୍ଷୀ ସିହ୍ନା ତାଙ୍କ ସିନ୍ଥିରେ ସିନ୍ଦୁର ଏବଂ ଚୁଟିରେ ଗଜରା ପିନ୍ଧିଥିବାର ନଜର ଆସିଛନ୍ତି।
ଜହୀର ଇକ୍ବାଲ୍ଙ୍କ ସହ ବିବାହ ପରେ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଶ୍ରୀମତୀ ଜହୀର ଇକ୍ବାଲ୍ ହୋଇଯାଇଛନ୍ତି। ନିକଟରେ ଏହି ଯୋଡି ବିବାହ କରିଛନ୍ତି। ବିବାହ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ୍ ରିସେପସ୍ର ଆୟୋଜିତ ହୋଇଥିଲା। ଏହି ପାର୍ଟୀରେ ହୁମା କୁରେଶି, ଅନିଲ କପୁର, ତବୁ, ଅଜୟ ଦେବଗନ ଏବଂ ଚୁଙ୍କି ପାଣ୍ଡେଙ୍କ ସହ ଅନେକ ବଲିଉଡ୍ ତାରକା ଅଂଶଗ୍ରହଣ କରିଥିଲେ।
ଯଦିଓ 'ରେସ୍ ୩' ସମାଲୋଚକମାନଙ୍କ ଠାରୁ ନକାରାତ୍ମକ ସମୀକ୍ଷା ପାଇଥିଲା ତଥାପି ବକ୍ସ ଅଫିସରେ ଏହା ଭଲ ରୋଜଗାର କରିଥିଲା। ବର୍ତ୍ତମାନ ନିର୍ମାତା ଏହି ଫ୍ରାଞ୍ଚାଇଜ୍ର ଚତୁର୍ଥ ଫିଲ୍ମ ଆଣିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ 'ରେସ୍ ୪'ର ସ୍କ୍ରିପ୍ଟ ପ୍ରସ୍ତୁତ ଅଛି। ଏହା ସହିତ ସେ ଫିଲ୍ମ ବିଷୟରେ ଏକ ବଡ ଅପଡେଟ୍ ମଧ୍ୟ ଦେଇଛନ୍ତି।
ସୋନାକ୍ଷୀ ସିହ୍ନା ଖୁବ୍ ଶୀଘ୍ର ଜହୀର ଇକ୍ବାଲ୍ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ପରସ୍ପରଙ୍କୁ ଡେଟ୍ କରିବା ପରେ ସେମାନେ ବର୍ତ୍ତମାନ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ପୂର୍ବରୁ ସୋନାକ୍ଷୀ ସିହ୍ନା ଏବଂ ଜହୀର ଇକ୍ବାଲ୍ଙ୍କୁ ଏକାଠି ଦେଖିବାକୁ ମିଳିଥିଲା।
ସୋନାକ୍ଷୀ ସିହ୍ନା ତାଙ୍କ ପ୍ରେମିକ ଜହୀର ଇକ୍ବାଲଙ୍କୁ ଜୁନ୍ ୨୩ରେ ବିବାହ କରୁଛନ୍ତି। ଏନେଇ ଉଭୟ ପରିବାରରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରୋଜଗାର ଦୃଷ୍ଟିରୁ ସୋନାକ୍ଷୀ ସିହ୍ନା ବହୁତ ଧନୀ ଅଟନ୍ତି। ତେବେ ଆସନ୍ତୁ ଏହି ମୌକାରେ ଦୁହିଁ ସମ୍ପତ୍ତି ବିଷୟରେ ଜାଣିନେବା।
'କଲ୍କୀ ୨୮୯୮ ଏଡି'କୁ ନେଇ ଉତ୍ତର ଆମେରିକାରେ ଅତ୍ୟଧିକ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରି-ବୁକିଂ ଦୃଷ୍ଟିରୁ ଫିଲ୍ମ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ନିକଟରେ ଖବର ଆସିଛି ଯେ ଏହି ଫିଲ୍ମ ଉତ୍ତର ଆମେରିକାରେ ରିଲିଜ୍ ହେବା ପୂର୍ବରୁ ମୋଟା ଅଙ୍କର ରୋଜଗାର କରିସାରିଲାଣି।
ନିକଟରେ ବଲିଉଡ୍ର ଭେଟେରାନ୍ ଅଭିନେତା ଜ୍ୟାକି ଶ୍ରଫ୍ ମୁମ୍ବାଇରେ ପାପାରାଜିଙ୍କ ସାମ୍ନା ହୋଇଥିଲେ। ଏହି ସମୟରେ ସେ ସେମାନଙ୍କୁ କିଛି ପରାମର୍ଶ ଦେଉଥିବାର ଦେଖାଯାଏ।
ଗୋଟିଏ ପରେ ଗୋଟିଏ ଅନେକ ସିରିଜ୍ ଏବଂ ହଲିଉଡ୍ ଚଳଚ୍ଚିତ୍ରରେ ନଜର ଆସୁଥିବା ପ୍ରିୟଙ୍କା ହୁଏତ ଭାରତଠାରୁ ଦୂରରେ ଥାଇ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ନିକଟରେ ସେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି।
ସାଧାରଣ ଦର୍ଶକଙ୍କ ସହ କାର୍ତ୍ତିକ ଆର୍ଯ୍ୟନଙ୍କ 'ଚନ୍ଦୁ ଚମ୍ପିଅନ୍' ଚଳଚ୍ଚିତ୍ରକୁ କିଛି ବିଶେଷ ଦର୍ଶକ ମଧ୍ୟ ପସନ୍ଦ କରୁଛନ୍ତି। ନିକଟରେ କପିଲ ଦେବ ଅଭିନେତାଙ୍କ ଏହି ଫିଲ୍ମ ଦେଖି ବହୁତ ଖୁସି ହୋଇଯାଇଛନ୍ତି। ଫିଲ୍ମ ଦେଖିବା ପରେ କପିଲ କାର୍ତ୍ତିକ ଆର୍ଯ୍ୟନଙ୍କୁ ବହୁତ ପ୍ରଶଂସା କରିଛନ୍ତି।
ନିର୍ବାଚନରୁ ଅବସର ମିଳିବା ମାତ୍ରେ କଙ୍ଗନା ନିଜ ପରିବାର ସହିତ ଉତ୍ସବ ପାଳନ କରୁଛନ୍ତି ଏବଂ ବହୁ କ୍ୱାଲିଟି ଟାଇମ୍ ବିତାଉଛନ୍ତି। ତେବେ ସବୁଠାରୁ କୌତୁହଳର କଥା ହେଲା କଙ୍ଗନା ସାଂସଦ ହେଉ ହେଉ ନବ ବିବାହିତ ଦମ୍ପତିଙ୍କୁ ଚଣ୍ଡିଗଡ଼ରେ ଏକ ସୁନ୍ଦର ଘର ଉପହାର ଦେଇଛନ୍ତି।
ଆଜିକାଲି ବକ୍ସ ଅଫିସରେ ଅଭୟ ବର୍ମା ଏବଂ ଶରବଭାରୀ ବାଘଙ୍କ ହରର-କମେଡି ଫିଲ୍ମ 'ମୁଞ୍ଜ୍ୟା' ପ୍ରାଧାନ୍ୟ ବିସ୍ତାର କରିଛି। ମାତ୍ର ୧୧ ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ୫୫ କୋଟି ଟଙ୍କା ଅତିକ୍ରମ କରିସାରିଛି। ଅନ୍ୟପକ୍ଷରେ ଗତ ଶୁକ୍ରବାର ମୁକ୍ତିଲାଭ କରିଥିବା କାର୍ତ୍ତିକ ଆର୍ଯ୍ୟନଙ୍କ କ୍ରୀଡ଼ା-ଡ୍ରାମା ଚଳଚ୍ଚିତ୍ର 'ଚନ୍ଦୁ ଚମ୍ପିଅନ୍' ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରୁଛି।
'ଔରୋଁ ମେ କ୍ୟା ଦମ୍ ଥା'ର ଟ୍ରେଲର ଲଞ୍ଚ ସମୟରେ ତବୁ ଏବଂ ଅଜୟ ଦେବଗନ୍ଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ସେମାନେ ୫୦ ବର୍ଷ ବୟସରେ ରୋମାନ୍ସକୁ ନେଇ ମତ ରଖିଥିଲେ। ତବୁ ଏହା ସ୍ପଷ୍ଟ କରିଛନ୍ତି ଯେ ରୋମାନ୍ସ କେବଳ ଯୁବପିଢି ଭିତରେ ସୀମିତ ନୁହେଁ।
ଗତ କିଛିଦିନ ତଳେ ସଲମାନ ଖାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ।
ବଲିଉଡ୍ ଅଭିନେତା ସନ୍ନି ଦେଓଲ ଆଜି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏକ ଭିଡିଓ ଶେୟାର୍ କରି ସେ କୌଣସି ଏକ ରୋମାଞ୍ଚକର ଖବରର ଦେବେ ବୋଲି କହିଛନ୍ତି। ଏହା ନେଇ ତଙ୍କ ପ୍ରଶଂସକ ଏବେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି।
ଏହି ମାସ ଶେଷରେ ସୋନାକ୍ଷୀ ତାଙ୍କ ପ୍ରେମିକ ଅଭିନେତା ଜହିର ଇକବାଲଙ୍କୁ ବିବାହ କରିବେ ବୋଲି ଜୋର୍ଦାର୍ ଆଲୋଚନା ଚାଲିଛି। ତେବେ, ସେମାନଙ୍କର ଆଗାମୀ ବିବାହକୁ ନେଇ ବର୍ତ୍ତମାନ ଏକ ନୂତନ ଅପ୍ଡେଟ୍ ସାମ୍ନାକୁ ଆସିଛି।
ପ୍ରଭାସଙ୍କ ‘କଲ୍କୀ ୨୮୯୮ ଏଡି’ ଗତ କିଛି ଦିନ ହେବ ପୋଷ୍ଟର ମାଧ୍ୟମରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢାଇଥିଲା। କିନ୍ତୁ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଯେଉଁଥିରେ ପ୍ରଭାସ ଏବଂ ଅମିତାଭ ବଚ୍ଚନଙ୍କ ମଧ୍ୟରେ ଏକ ବଡ଼ ଯୁଦ୍ଧ ଦେଖିବାକୁ ମିଳିଛି।
ପରଦାରେ ନିଆଁ ଲଗେଇବା ପାଇଁ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପ୍ରସ୍ତୁତ ଅଛନ୍ତି। ଗତ କିଛି ଦିନ ହେବ ତାଙ୍କ ଫିଲ୍ମ 'ଚନ୍ଦୁ ଚମ୍ପିଅନ୍' କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ ଧରଣର ଉତ୍ସାହ ସୃଷ୍ଟି ହୋଇଛି ଏବଂ ଲୋକମାନେ ଏହି ଚଳଚ୍ଚିତ୍ରର ମୁକ୍ତିଲାଭକୁ ଅପେକ୍ଷା କରି ରହିଛନ୍ତି।
ଗତ ମାସରେ କ୍ୟାଟ୍ରିନା କୈଫ୍ଙ୍କୁ ନେଇ ଗୁଜବ ଉଠିଥିଲା ଯେ ସେ ଗର୍ଭବତୀ ଅଛନ୍ତି। ସମ୍ପ୍ରତି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ବିମାନବନ୍ଦରରେ ଢିଲା ପୋଷାକ ପିନ୍ଧିଥିବାର ନଜର ଆସନ୍ତି। ବର୍ତ୍ତମାନ କ୍ୟାଟ୍ରିନା ଲଣ୍ଡନରେ ଭିକି କୌଶଲ ଏବଂ ପରିବାରଙ୍କ ସହ ସମୟ ବିତାଉଥିଲେ।
ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଲ୍କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ପୋଷ୍ଟର ଲଞ୍ଚ୍ କରାଯାଇଛି। ଫିଲ୍ମର ଟ୍ରେଲର ଲଞ୍ଚ୍ ହେବାର ଗୋଟିଏ ଦିନ ପୂର୍ବରୁ ଲଞ୍ଚ୍ ହୋଇଥିବା ଏହି ପୋଷ୍ଟରରେ ଦୀପିକାଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି।
୨୦୨୧ ପରଠାରୁ ବଲିଉଡ୍ ସୁପର୍ଷ୍ଟାର୍ ଶାହରୁଖ ଖାନ ମିଡିଆ ଏବଂ ପାପାରାଜିଙ୍କ ଠାରୁ ଦୂରରେ ଅଛନ୍ତି। ଶାହରୁଖ କ୍ୟାମେରା ଠାରୁ ଦୂରେଇ ରହୁଛନ୍ତି, ଛତା ତଳେ ଲୁଚିକି ଯାଉଛନ୍ତି ଏବଂ ଇଭେଣ୍ଟ ତଥା ପାର୍ଟୀରେ ମିଡିଆ ପାଇଁ ପୋଜ୍ ଦେଉ ନାହାଁନ୍ତି। ହେଲେ କାହିଁକି…