Advertisment

‘କଲ୍‌କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ଦମଦାର ପୋଷ୍ଟର ଲଞ୍ଚ୍‌

ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଲ୍‌କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ପୋଷ୍ଟର ଲଞ୍ଚ୍‌ କରାଯାଇଛି। ଫିଲ୍ମର ଟ୍ରେଲର ଲଞ୍ଚ୍‌ ହେବାର ଗୋଟିଏ ଦିନ ପୂର୍ବରୁ ଲଞ୍ଚ୍‌ ହୋଇଥିବା ଏହି ପୋଷ୍ଟରରେ ଦୀପିକାଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି।

author-image
Pramod Behera
Deepika padukone new look is out from kalki 2989ad

Deepika padukone new look is out from kalki 2989ad

ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଲ୍‌କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ପୋଷ୍ଟର ଲଞ୍ଚ୍‌ କରାଯାଇଛି। ଫିଲ୍ମର ଟ୍ରେଲର ଲଞ୍ଚ୍‌ ହେବାର ଗୋଟିଏ ଦିନ ପୂର୍ବରୁ ଲଞ୍ଚ୍‌ ହୋଇଥିବା ଏହି ପୋଷ୍ଟରରେ ଦୀପିକାଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି। ନିର୍ମାତା ଏବଂ ଦୀପିକା ଏହି ପୋଷ୍ଟରକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

Advertisment

ଏହି ପୋଷ୍ଟର୍‌ରେ ଦୀପିକା କୌଣସି ଏକ ଦୂରର ଜିନିଷ ଦେଖୁଥିବାର ନଜର ଆସିଛନ୍ତି। ଦୀପିକା ଏକ ବାଦାମୀ ପୋଷାକ ପିନ୍ଧିଥିବାବେଳେ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଏକ ଡାଏଷ୍ଟୋପିଆନ୍ ସହର ଦୃଶ୍ୟମାନ ହେଉଛି।

ପୋଷ୍ଟର ଶେୟାର କରି ଦୀପିକା ପାଦୁକୋନ ଲେଖିଛନ୍ତି, “କାଲି ‘କଲ୍‌କୀ - ୨୮୯୮ଏଡି'ର ଟ୍ରେଲର୍‌ ରିଲିଜ୍‌ ହେବା ସହିତ ଆଶାର କିରଣ ଜାଗ୍ରତ ହୋଇଛି।” ଏହି ପୋଷ୍ଟର୍‌କୁ ପସନ୍ଦ କରିବାରେ ରଣବୀର ସିଂହ ହେଉଛନ୍ତି ପ୍ରଥମ। ଏହା ସହିତ ସେ ମନ୍ତବ୍ୟ ବିଭାଗରେ “ବୁମ୍ ଷ୍ଟନର୍!” ଲେଖିଛନ୍ତି। ‘କଲ୍‌କୀ - ୨୮୯୮ଏଡି' ହେଉଛି ଦୀପିକାଙ୍କର ପ୍ରଥମ ତେଲୁଗୁ ଚଳଚ୍ଚିତ୍ର। ଯଦିଓ ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ।

Advertisment

ଏହାର ଗୋଟିଏ ଦିନ ପୂର୍ବରୁ ଫିଲ୍ମରୁ ଅମିତାଭ ବଚ୍ଚନଙ୍କ ଏକ ନୂଆ ପୋଷ୍ଟର ଲଞ୍ଚ୍‌ କରାଯାଇଥିଲା। ପ୍ରଭାସଙ୍କ ବ୍ୟତୀତ ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପାଟନୀ ମଧ୍ୟ ଏହି ଚଳଚ୍ଚିତ୍ରରେ ବିଶେଷ ଭୂମିକାରେ ଅଛନ୍ତି। ପ୍ରଭାସ, ଡେଡ୍‌ଲାଇନ୍ ସହିତ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ‘କଲ୍‌କୀ - ୨୮୯୮ଏଡି' ଅନ୍ତର୍ଜାତୀୟ ଦର୍ଶକଙ୍କ ପାଇଁ ନିର୍ମିତ।

ପ୍ରଭାସ କହିଛନ୍ତି, “ପୂରା ଫିଲ୍ମ ଅନ୍ତର୍ଜାତୀୟ ଦର୍ଶକଙ୍କ ପାଇଁ ନିର୍ମିତ ହୋଇଛି। ତେଣୁ ଏହା ହେଉଛି ସର୍ବାଧିକ ବଜେଟ୍‌ର ଏବଂ ଆମର ଦେଶର ସବୁଠାରୁ ଭଲ ଅଭିନେତା ଅଛନ୍ତି।” ଏହାପୂର୍ବରୁ ନାଗ ଅଶ୍ୱିନ ପ୍ରକାଶ କରିଛନ୍ତି ଯେ ଫିଲ୍ମର ଟାଇମ୍‌ଲାଇନ୍ ମହାଭାରତରୁ ଆରମ୍ଭ ହେବ। ସେ କହିଛନ୍ତି, “ଏହି ଚଳଚ୍ଚିତ୍ର ମହାଭାରତରୁ ଆରମ୍ଭ ହୋଇ ୨୮୯୮ ଖ୍ରୀଷ୍ଟାବ୍ଦରେ ଶେଷ ହେବ, ଯାହାର ସମତ ସୀମା ୬୦୦୦ ବର୍ଷ।”

Deepika Padukone Prabhas Bollywood South Indian Films
Advertisment
Advertisment