ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆପ୍ର ବରିଷ୍ଠ ନେତା କୈଳାଶ ଗେହଲଟ୍ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବରିଷ୍ଠ ବିଜେପି ନେତା ମନୋହର ଲାଲ୍ ଖଟ୍ଟର, ବିଜେପିର ସାଧାରଣ ସମ୍ପାଦକ ଦୁଷ୍ୟନ୍ତ ଗୌତମ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପରିଚାଳନା କମିଟି ସଂଯୋଜକ ହର୍ଷ ମାଲହୋତ୍ରାଙ୍କ ଉପସ୍ଥିତିରେ କୈଳାଶ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହେବା ପରେ ଗେହଲଟ୍ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଛାଡ଼ିବା ସହଜ ନୁହେଁ । ମୁଁ ରାତାରାତି ଏହି ନିଷ୍ପତ୍ତି ନେଇ ନାହିଁ ବୋଲି ଗେହଲଟ କହିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ପୁଲିସ ମହାସଂଘ ନିର୍ବାଚନ ପରେ ଛାତ୍ର ସଂସଦ ନିର୍ବାଚନ ନେଇ ଉତ୍କଣ୍ଠା !
କୈଳାଶ ଗେହଲଟ୍ କହିଛନ୍ତି ଯେ, ଇଡି କିମ୍ବା ସିବିଆଇର ଚାପରେ ମୁଁ ଆମ୍ ଆଦମୀ ପାର୍ଟି ଛାଡ଼ି ନାହିଁ । ମୁଁ ବୃତ୍ତିରେ ଜଣେ ଓକିଲ । ମୁଁ ଓକିଲାତି ଛାଡ଼ି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲି । କାରଣ ଆମେ ଏକ ପାର୍ଟିରେ ଜଣେ ବ୍ୟକ୍ତିଙ୍କ ଉପରେ ଭରସା ଦେଖିଥିଲୁ । ମୋର ଉଦ୍ଦେଶ୍ୟ କେବଳ ଲୋକଙ୍କ ସେବା କରିବା ଥିଲା ।
ବିଜେପି ଛାଡ଼ୁ ଛାଡ଼ୁ ଆମ୍ ଆଦମୀ ପାର୍ଟି ଉପରେ ବର୍ଷିଛନ୍ତି କୈଳାଶ ଗେହଲଟ୍। ବିଜେପିରେ ମିଶୁ ମିଶୁ ଆମ୍ ଆଦମୀ ପାର୍ଟି ଉପରେ ପ୍ରବଳ ବର୍ଷିବା ସହ ସିଧାସଳଖ ଭାବେ କେଜ୍ରିୱାଲଙ୍କୁ ଟାଗେର୍ଟ କରିଛନ୍ତି କୈଳାଶ ଗେହଲଟ । ସେ କହିଛନ୍ତି, ଯେଉଁ ଆଦର୍ଶ ନେଇ ଆପ୍ରେ ସାମିଲ ହୋଇଥିଲେ ସେହି ଆଦର୍ଶ ଓ ନୀତି ଏବେ ଆଉ ଦଳରେ ନାହିଁ । ଆପ୍ ନିଜ ପ୍ରତିଶ୍ରୁତି ପାଳନ କରିନି, ଏମିତିକି ଛୋଟ ଛୋଟ କଥାକୁ ନେଇ ରାଜନୀତି କରିବା ସହ କେନ୍ଦ୍ର ସରକାରକୁ ଦାୟୀ କରାଯାଉଛି । ଦିଲ୍ଲୀର ବିକାଶରେ କାମ କରୁନି ଆପ୍ ତେଣୁ ବାଧ୍ୟ ହୋଇ ଦଳ ଛାଡ଼ିବାକୁ ପଡ଼ିଛି ବୋଲି ସେ କହିଛନ୍ତି । ସୂଚନା ଅନୁସାରେ କୈଳାଶ ଗେହଲଟ୍ ଗୋଟିଏ ଦିନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।
ଅଧିକ ପଢ଼ନ୍ତୁ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ
ସେପଟେ ଦିଲ୍ଲୀରେ ଏବେ ଧିରେ ଧିରେ ଛିଡ଼ୁଛି ଆପ୍, ବଢ଼ୁଛି ବିଜେପି । ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଦିଲ୍ଲୀ ନିର୍ବାଚନ ଦାୟିତ୍ବ ନେବା ପରଠୁ ୪ ବରିଷ୍ଠ ନେତା ଦଳ ଛାଡ଼ିଲେଣି । ପୂର୍ବତନ ମନ୍ତ୍ରୀ ହରସରନ୍ ସିଂ ବାଲି, ଗୁରୁମିତ୍ ସିଂ ବାଲି ଏବଂ ରାମନାରାୟଣ ଭରଦ୍ୱାଜ ମଧ୍ୟ ଦଳ ଛାଡିଥିଲେ ।