Advertisment

BJD Leader Claims People Ready To Re-Elect Naveen: ନୂଆ ସଂଖ୍ୟା ଗଣିତ କଷି କର୍ମୀଙ୍କୁ ରଙ୍ଗୀନ ସ୍ବପ୍ନ ଦେଖେଇଲେ ଅତନୁ; ବିଜେପିର ଆକ୍ଷେପ, ‘ଏହା ଦିବାସ୍ବପ୍ନ’...

ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Atanu Claims Naveen Patnaik Will Be CM Again Soon

ଦେବାଶିଷ, ମୁନାଙ୍କ ପରେ ଅତନୁ । କର୍ମୀଙ୍କୁ ଦେଖେଇଲେ ରଙ୍ଗୀନ ସ୍ବପ୍ନ । ଅତନୁ ନିଜ ଭାଷଣରେ କହିଛନ୍ତି ବିଜେଡି ପୁଣି ସରକାରକୁ ଫେରିବ। ଏଥିଲାଗି ନୂଆ ଗଣିତ ବି ଗଣାଇଛନ୍ତି । ତେବେ ବିଜେପି ଏହାକୁ ଦିବାସ୍ବପ୍ନ କହି କଡ଼ା ସମାଲୋଚନା କରିଥିବାବେଳେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଭୁଷୁଡୁ ଥିବା ଦୁର୍ଗ ରକ୍ଷା ଲାଗି ବିଜେଡିର ଏହା ରଣନୀତି।

Advertisment

ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ। ବିଜେଡିର ୫୧ ବିଧାୟକ, କଂଗ୍ରେସର ୧୪ ଓ ସ୍ବାଧୀନ ୩ ବିଧାୟକ ଅଛନ୍ତି। ଆଉ ମାତ୍ର ୧୦ ସଂଖ୍ୟା ଆବଶ୍ୟକ। ଅର୍ଥାତ ଅତନୁଙ୍କ ଭାଷଣରୁ ଏତିକି ଆକଳନ କରାଯାଇପାରେ ଯେ ବିଜେଡି ବିରୋଧୀ ସିଟ୍‌ରେ ବସିବା ହଜମ କରିପାରୁନି । ପୂର୍ବରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପାରାଦ୍ବୀପ ସଭାରେ କଂଗ୍ରେସ ସହ ମେଣ୍ଟ କଥାକୁ ଉଠାଇଥିଲେ। 

ଆହୁରି ପଢନ୍ତୁ: ଝାଡଖଣ୍ଡରେ ଓଡିଶା ଫାଇଟ୍, ରାଜ୍ୟପାଳ ରଘୁବରଙ୍କ ବୋହୂଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

Advertisment

ସେହିପରି ଆଉ ଜଣେ ବିଜେଡି ସାଂସଦ ମୁନା ଖାଁ କିଛିଦିନ ତଳେ କହିଥିଲେ ୧୪ ବିଜେପି ବିଧାୟକ ବିଜେଡି ସମ୍ପର୍କରେ ଅଛନ୍ତି, ଖୁବ ଶୀଘ୍ର ପୁଣି ବିଜେଡି ସରକାରକୁ ଫେରିବ।ତେବେ କଂଗ୍ରେସ ସହ ମେଣ୍ଟ ସଂପର୍କରେ ବରିଷ୍ଠ ନେତା ମହମ୍ମଦ ମୋକିମ କହିଛନ୍ତି, ଆମେ ନିଜ ଦମ୍‌ରେ ଆଗକୁ ବଢ଼ିବୁ, ବିଜେଡିର ସହଯୋଗ ଦରକାର ନାହିଁ । ଏଣେ ବିଜେପି କହିଛି ଅତନୁ ଗଣିତ ଜାଣିନାହାନ୍ତି । ତାଙ୍କର ଏକ ତୃତୀୟାଂଶ ନେତା ଆମ ସମ୍ପର୍କରେ ଅଛନ୍ତି । ଦଳ ଛିଡୁଥିବା କାରଣରୁ ନେତାଙ୍କୁ ଏକଜୁଟ୍ କରିବାକୁ ଏଭଳି ବୟାନବାଜି ଦେଉଥିବା କହିଛି ବିଜେପି ।

ପ୍ରଶ୍ନ ଉଠୁଛି ବିଜେଡିର ଜଣକ ପରେ ଜଣେ ନେତା ଏଭଳି ବୟାନ କାହିଁକି ଦେଉଛନ୍ତି ? ପରାଜୟକୁ ସହଜରେ ଗ୍ରହଣ କରିପାରୁନାହିଁ କି ଦଳ ? କର୍ମୀଙ୍କୁ ଉତ୍ସାହିତ ପାଇଁ ଏଭଳି ବୟାନବାଜି ନୁହେଁ ତ ? କାରଣ ଦଳ ବଦଳ ନିରୋଧ ଆଇନ୍ ଏଭଳି ସମୀକରଣକୁ ଅନୁମତି ଦେଉନାହିଁ । ଦୁଇ ତୃତୀୟାଂଶ ବିଧାୟକ ଦଳ ଛାଡିଲେ ହିଁ ପଦ ସୁରକ୍ଷିତ ରହିବ। ତେବେ ବର୍ତ୍ତମାନ ସ୍ଥିତିରେ ବିଜେଡିକୁ ଏତେ ସଂଖ୍ୟକ ବିଧାୟକ ଯିବା ଏକ ପ୍ରକାର ଅସମ୍ଭବ। ସେହିପରି, କଂଗ୍ରେସ ବିରୋଧୀ ହାୱାରୁ ସୃଷ୍ଟି ହୋଇଥିବା ବିଜେଡି ଏବେ କଂଗ୍ରେସ ସହ ମେଣ୍ଟ କରିବ ତାକୁ ନେଇ ବି ସନ୍ଦେହ। ଅପରପକ୍ଷେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେପି ସରକାର ବର୍ତ୍ତମାନ ବିଭିନ୍ନ ପ୍ରସଙ୍ଗରେ ବ୍ୟାକ୍ ଫୁଟ୍‌ରେ ଅଛି। ଯେଉଁଥିରୁ ବିରୋଧୀ ବିଜେଡି ଫାଇଦା ନେବା ଲାଗି ଏଭଳି ପ୍ରଚାର ଆରମ୍ଭ କରିଛି।

ସରକାରରୁ ଯିବାର ୫ ମାସ ନବିତୁଣୁ କର୍ମୀଙ୍କ ଭିତରେ ଜୋଶ୍ ଭରିବାକୁ ଜଣକ ପରେ ଜଣେ ନେତା ନୂଆ ଅଙ୍କ କଷୁଛନ୍ତି, ହେଲେ ଭିତରେ ଦିନେ ଅଣକଂଗ୍ରେସ ବାଦ୍‌ରୁ ତିଆରି ହୋଇଥିବା ବିଜେଡି ଏବେ ହାତର ହାତ ଧରିବାକୁ କହିବା ଲୋକେ କେତେଦୂର ଗ୍ରହଣ କରିବେ, ତା ବଡ଼ ପ୍ରଶ୍ନ। 

ଅଧିକ ପଢ଼ନ୍ତୁ: Mango Kernel Deaths: 'ଆମ୍ବଟାକୁଆ' ଟ୍ରାଜେଡିରୁ ମିଳିବ କି ମହାଶିକ୍ଷା !

Naveen Patnaik BJP CM Odisha Politics Atanu Sabyasachi Nayak BJD Leader
Advertisment
Advertisment