Advertisment

50 Lakh Recovered From Tyre: ଚାଲିଛି ନିର୍ବାଚନ: ଗାଡ଼ି ଟାୟାର ଭିତରୁ ମିଳିଲା ପୁଳା ପୁଳା ଟଙ୍କା; ଦେଖନ୍ତୁ ଭିଡ଼ିଓ...

ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ମିଳିଲା ୫୦ ଳକ୍ଷ ଟଙ୍କା । ପାଖାପାଖି ୧୧ଟି ଟଙ୍କା ବଣ୍ତଲ ମିଳିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
50 Lakh Recovered From Tyre

50 Lakh Recovered From Tyre

ଗାଡ଼ି ଟାୟାରରୁ ବାହାରିଲା ପୁଳା ପୁଳା ଟଙ୍କା । ଦେଖିଲେ ହେବେ ଆଶ୍ଚର୍ଯ୍ୟ ଚକିତ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ମିଳିଲା ୫୦ ଳକ୍ଷ ଟଙ୍କା । ପାଖାପାଖି ୧୧ଟି ଟଙ୍କା ବଣ୍ତଲ ମିଳିଛି । ବର୍ତ୍ତମାନ ଝାଡ଼ଖଣ୍ତରେନିର୍ବାଚନ ଚାଲୁଥିବା ବେଳେ ଏତେ ପରିମାଣରେ ଟଙ୍କା ମିଳିବା ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । 

Advertisment

ଗିରିଡିହ ଜିଲ୍ଲାର ଝାଡଖଣ୍ଡ-ବିହାର ସୀମା ନିକଟ ଦେଓରି ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଚେକ୍‌ ପୋଷ୍ଟରେ ଗାଡ଼ି ଚେକ୍‌ ସମୟରେ ଏତେ ପରିମାଣରେ ଟଙ୍କା ମିଳିଛି । ଆୟକର ବିଭାଗ କହିବା ଅନୁଯାୟୀ ଝାଡଖଣ୍ଡରେ ଏକ ଗାଡିର ଟାୟାର ଭିତରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି  । ଆୟକର ଅଧିକାରୀ ଓ ସୁରକ୍ଷା କର୍ମୀମାନେ ଏକ ଭିଡିଓରେ ଟାୟାରରୁ ଟଙ୍କା ବାହାର କରୁଥିବା ଦେଖିବାକୁ ମିଳୁଛି । ଟାୟାରରେ ଥିବା କଣା ଭିତରୁ ଆୟକର ଅଧିକାରୀମାନେ ପାଖାପାଖି ୧୧ଟି ଟଙ୍କା ବଣ୍ତଲ ବାହାର କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

ଅଧିକ ପଢନ୍ତୁ : ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ: କିଏ ମାରିବ ବାଜି ?

Advertisment

ଝାଡଖଣ୍ଡର ଗୋଦଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପିର ସାଂସଦ ନିଶିକାନ୍ତ ଦୁବେ ଏହି ଭିଡିଓକୁ ସୋସିଆଲ ମିଡ଼ିଆ ‘ଏକ୍ସ’ରେ ସେୟାର କରିଛନ୍ତି ଓ ଝାଡ଼ଖଣ୍ତର ଶାସକ  ଦଳ ଜେଏମ୍‌ଏମ୍‌ ଓ କଂଗ୍ରେସକୁ ଟାଗେର୍ଟ କରିଛନ୍ତି । ରାଜ୍ୟରେ ଦୁର୍ନୀତିର ଶାସନ ଚାଳିଥିଲା ବୋଲି ଅଭିଯୋଗ କରିଛନ୍ତି  । ଏହାପରେ ଝାଡଖଣ୍ଡର ବିଜେପି ରାଜ୍ୟ ସଭାପତି ମଧ୍ୟ ଏହି ଭିଡ଼ିଓକୁ ସେୟାର କରି ରାଜ୍ୟ ସରକାର ଓ କଂଗ୍ରେସକୁ ଟାଗେର୍ଟ କରିଛନ୍ତି । କହିଛନ୍ତି-କଂଗ୍ରେସ ଓ ଜେଏମ୍‌ଏମ୍‌ ଟଙ୍କା ବଳରେ ଏ ନିର୍ବାଚନକୁ ଜିତିବା ପାଇଁ ଚେଷ୍ଟା କରୁଛନ୍ତି । 

ତେବେ ଝାଡ଼ଖଣ୍ତରେ ବିଧାନସଭା ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ପଡ଼ି ସାରିଛି । ୪୩ଟି ବିଧାନସଭା ପାଇଁ ଦିନ ୫ଟା ସୁଦ୍ଧା ୬୪.୮୬ % ଭୋଟ ପଡ଼ିଛି । ଯାହା ୨୦୧୯ ବିଧାନସଭା ନିର୍ବାଚନରେ ୬୩.୯% ରହିଥିଲା । ଦ୍ବିତୀୟ ପର୍ଯ୍ୟାୟ ପାଇଁ ୨୦ ନଭେମ୍ବରରେ ଭୋଟ ପଡ଼ିବ  । ଯାହା ୩୮ଟି ବିଧାନସଭା ପାଇଁ ଭୋଟ ପଡ଼ିବ । ୨୩ ନଭେମ୍ବରରେ ଭୋଟ ଗଣିତ ହେବ ।

ଜାତୀୟ ନିର୍ବାଚନ କମିଶନ ଅନୁଯାୟୀ, ଝାଡ଼ଖଣ୍ତରୁ ପାୟ ୧୦.୪୬ କୋଟି ଟଙ୍କା ଜବତ ହୋଇଛି । ୭.୧୫ କୋଟିର ମଦ ଜବତ ହୋଇଥିବା ବେଳେ ୮.୯୯ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି । 

ତେବେ ବିଧାନସଭା ନିର୍ବାଚନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ ରହିଛି । ବିଜେପିକୁ ଚେକ୍‌ ଦେବାକୁ ଏକାଠି ହୋଇଛନ୍ତି ଜେଏମଏମ ଏବଂ କଂଗ୍ରେସ । ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ହୋଇଛି ଆସନ ବୁଝାମଣା । ଝାଡ଼ଖଣ୍ଡରେ ଏବେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି । ଦୁଇ ଦଳ ନିର୍ବାଚନରେ ରାଜ୍ୟର ୮୧ଟି ଆସନରୁ ୭୦ଟିରେ ଲଢୁଛନ୍ତି । ବାକି ୧୧ଟି ଆସନ ଦୁଇ ଦଳ ସହଯୋଗୀ ଆରଜେଡି ଓ ବାମ ଦଳ ପାଇଁ ଲଢୁଛନ୍ତି । ସୂଚନାଯୋଗ୍ୟ ଆଦିବାସୀ ଅଧ୍ୟୁଷିତ ଝାଡଖଣ୍ଡରେ ମୁଖ୍ୟତଃ ବିଜେପି ଓ ଜେଏମଏମ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ଜେଏମମ, କଂଗ୍ରେସ ଓ ଆରଜେଡି ମେଣ୍ଟ ୮୧ ଆସନରୁ ୪୭ ଆସନ ଲାଭ କରିଥିଲେ । ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବିଜେପିର ‘ସଂକଳ୍ପ ପତ୍ର’ରେ ଦଳ ରାଜ୍ୟ ଗଠନର ୨୫ ବର୍ଷ ପୂର୍ତ୍ତି ଅବସରରେ ୨୫ଟି ସଂକଳ୍ପ ଉପସ୍ଥାପନ କରିଛି। ସେଥିମଧ୍ୟରୁ ‘ଗୋଗୋ ଦିଦି’ ଯୋଜନାରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟରେ ବେକାରୀ ମୁକାବିଲା ପାଇଁ ବିଜେପି ୨,୮୭,୦୦୦ ସରକାରୀ ଚାକିରି ସୃଷ୍ଟି କରିବା ସହ ୫,୦୦,୦୦୦ ସ୍ୱରୋଜଗାର ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।

BJP Jharkhand Money
Advertisment
Advertisment