Advertisment

ହାତରେ ଢାଳ, ଭଙ୍ଗା ଦଦରା ଚଟାଣ ଉପରେ ବସି ଗାଧୋଇଲେ ମନ୍ତ୍ରୀ

ସାଧାରଣ ଜନତାଙ୍କ ମଧ୍ୟରେ କିଛି ଅନ୍ତର ନାହିଁ ଆଉ ଏଠି ଭିଆଇପି କଲଚର ନାହିଁ।

author-image
Chandan Shishu
Minister Bathing Scene

Minister Bathing Scene

ମନ୍ତ୍ରୀମାନେ ଚର୍ଚ୍ଚା ରହିବା କିଛି ନୂଆ କଥା ନୁହେଁ। ଅନେକ ମନ୍ତ୍ରୀ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଆଉ କିଏ ଗରିବଙ୍କୁ ସହାୟତା ଅବା ଚାଳ ଘରେ ଖିଆ ପିଆ। ତେବେ ଏସବୁ ଭିତରେ ସାମନାକୁ ଆସିଛି ମନ୍ତ୍ରୀଙ୍କ ଗାଧୁଆ ବେଳର ଭିଡିଓ। ଆପଣ ଭାବୁଥିବେ, ମନ୍ତ୍ରୀ ଗାଧୋଇଲେ ଏଥିରେ ଆଶ୍ଚର୍ଯ୍ୟର ବିଷୟ କଣ ରହିଲା। କଥାଟା ଏତିକିରେ ସରିନି। ମନ୍ତ୍ରୀ କୌଣସି ବିଳାସପୂର୍ଣ୍ଣ ହୋଟେଲରେ ରହି ଗାଧୋଉନାହାନ୍ତି ବରଂ ନିଜେ ହ୍ୟାଣ୍ଡ ପମ୍ପ(ନଳକୂପ) ମାରି ଖଣ୍ଡିଆ ଖାବରା ସିମେଣ୍ଟ ଚଟାଣ ଉପରେ ବସି ଗାଧୋଉଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଥିବା ମନ୍ତ୍ରୀ ହେଲେ ଉତ୍ତରପ୍ରଦେଶର ଶିଳ୍ପ ମନ୍ତ୍ରୀ ନନ୍ଦ ଗୋପାଲ ଗୁପ୍ତା।

Advertisment

ମନ୍ତ୍ରୀ ନନ୍ଦ ଗୋପାଲ ଗୁପ୍ତା ସାହାଜାନପୁର ଜିଲ୍ଲା ଗସ୍ତ କରିଥିଲେ। ତେବେ ଛକ କନୌ ଗ୍ରାମରେ ଥିବା ଜଣେ ସମର୍ଥକଙ୍କ ଘରେ ରହିଥିଲେ। ତେବେ ସକାଳ ହେବା ‍କ୍ଷଣି ଚାହା ପିଇସାରିବା ପରେ ଏକ ନଳକୂପ ପାଖକୁ ଯାଇ ଗାଧୋଇଥିଲେ। ସିମେଣ୍ଟ ଚଟାଣ ଉପରେ ବସି ବାଲଟି ଓ ଢାଳ ସହାୟତାରେ ବେଶ ମନଖୁସିରେ ଗାଧୋଇଥିଲେ। ଯାହାର ଭିଡିଓ କ୍ଲିପ୍‌କୁ ମନ୍ତ୍ରୀ ନିଜେ ଟ୍ୱିଟର୍‌ରେ ସେୟାର କରିଛନ୍ତି। 

Advertisment

ସେହିପରି ଅନ୍ୟ ଏକ ଭିଡିଓ କ୍ଲିପ୍‌ରେ ମନ୍ତ୍ରୀ ଗାଧୋଇ ସାରି ମୁଣ୍ଡ କୁଣ୍ଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତାହାବି ପୁଣି ଅଧା ଗଢା ହୋଇଥିବା ସିମେଣ୍ଟ ଇଟା ଘରେ। ଏହି ଭିଡିଓ ସେୟାର କରି ମନ୍ତ୍ରୀ ଲେଖିଛନ୍ତି ଯେ ଯୋଗୀ ସରକାର ଓ ପୂର୍ବରୁ ଥିବା ସରକାରଙ୍କ ମଧ୍ୟରେ ଏଇ ହେଉଛି ପାର୍ଥକ୍ୟ। ଯୋଗୀ ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ କିଛି ଅନ୍ତର ନାହିଁ ଆଉ ଏଠି ଭିଆଇପି କଲଚର ନାହିଁ। 

ଗତ ସପ୍ତାହରେ ମରେଲି ଗସ୍ତ ବେଳେ ନନ୍ଦ ଗୋପାଲ ଭାରତଲ ଗ୍ରାମର ଜଣେ ସାଧାରଣ ବ୍ୟକ୍ତିଙ୍କ ଘରେ ରହିଥିଲେ। ତା ପରଦିନ ସକାଳେ ହ୍ୟାଣ୍ଡପମ୍ପ ସଦାୟତାରେ ଗାଧୋଇଥିଲେ, ଯାହାକୁ ସେ କୁ ପେଜ୍‌ରେ ସେୟାର କରିଥିଲେ।  

BJP Nand Gopal Gupta
Advertisment
Advertisment