• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେପିର ପରବର୍ତ୍ତି ଟାର୍ଗେଟ ୨୦୨୪ ସାଧରାଣ ନିର୍ବାଚନ । ଦିଲ୍ଲୀରେ ବିଜେପି ୱାର୍କିଂ ଟିମ୍, ବିଧାୟକ, ସାଂସଦମାନଙ୍କ ସହ କେନ୍ଦ୍ରୀୟ ନେତାଙ୍କ ମାନସମନ୍ଥନ ପରେ ନୂଆ ରଣନୀତି ସହ ମୌଦାନକୁ ଓହ୍ଲାଇବାକୁ ଯାଉଛି ଦଳ । ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଭଲ ହୋଇନଥିଲେ ବି ଦଳ ପାଇଛି ୩୦ ପ୍ରତିଶତ ଭୋଟ୍ । ତେଣୁ ୨୪ ନିର୍ବାଚନରେ ଦଳର ସମ୍ଭାବନା ଭଲ ଥିବା ବିଜେପି ନେତା ହୃଦୟଙ୍ଗମ କରିବା ସହ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଢେଙ୍କାନାଳ ପରଜଙ୍ଗ ସଭାରେ ତାର ଆଭାସ ଦେଇଛନ୍ତି । ଫୋକସରେ ରହିଛି ସଙ୍ଗଠନକୁ ବୁଥ୍ ସ୍ତରରେ ମଜଭୁତ୍ କରିବା ଯେଉଁ ବୁଥ୍‌ରେ ଦଳକୁ କମ୍ ଭୋଟ ମିଳିଛି । ସେଠି ଜନସମର୍ଥନ ବଢାଇବା ଉପରେ ଗରୁତ୍ୱ ଦିଆଯାଉଛି । ମତଭେଦ ଭୁଲି ସଙ୍ଗଠନକୁ ମଜଭୂତ କରିବା ଲାଗି ନେତା ଓ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି ।

କେନ୍ଦ୍ର ପଠାଉଥିବା ଟଙ୍କା ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାର ତଦାରଖ ପାଇଁ ନେତାଙ୍କୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ଅଳ୍ପ ଭୋଟ ହାରିଥିବା ଓ ,ସ୍ୱାଧୀନ ଭାବେ ଭଲ ପଦର୍ଶନ କରିଥିବା ନେତାଙ୍କ ଉପରେ ବିଜେପିର ନଜର ରହିଛି। ଏମାନଙ୍କୁ ବିଜେପିରେ ସାମିଲ ଲାଗି ନିଷ୍ପତ୍ତି ହୋଇଛି ।

 

ସେପଟେ ଶିକ୍ଷା, ପଛୁଆ ବର୍ଗ ସଂରକ୍ଷଣ, ଦୁର୍ନୀତି, ନିର୍ବାଚନରେ ସରକାରୀ କଳ ଓ ପୋଲିସର ଅପବ୍ୟବହାର ଏବଂ ଏସଏଚ୍‌ଜି ମହିଳାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।

ସେପଟେ ୨୪ ସାଧରାଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ କଂଗ୍ରେସର ବି ଖୁବ୍ ଶୀଘ୍ର ହେବ ନବକଳେବର । ବଦଳିବେ ରାଜ୍ୟ ମୁଖିଆ, ଗଠନ ହେବ ନୂଆ ଟିମ । କଂଗ୍ରେସକୁ ସର୍ବାଧିକ ସମର୍ଥନ ମିଳୁଥିବା ଦକ୍ଷିଣ ଓଡ଼ିଶା ଏବେ ଦଳର ଫୋକସରେ ରହିଛି ।

ଗତ କିଛି ନିର୍ବାଚନର ଫଳାଫଳ ଉତ୍ସାହଜନକ ଥିବାରୁ ଏଠାରେ ଦଳ ଆଗକୁ ଭଲ କରିବ ବୋଲି ନେତାଙ୍କ ଆଶା ରହିଛି । ବିଜେଡି ମଧ୍ୟ ସାଧାରଣ ନିର୍ବାଚନ ପାଇଁ ପାଗ ଭିଡିବା ଆରମ୍ଭ କରିଛି । ସଙ୍ଗଠନସ୍ତରରେ ପରିବର୍ତ୍ତନ ସହ ଶୁବ ଶୀଘ୍ର ମନ୍ତ୍ରିମଣ୍ଡଳରେ ବି ଅଦବବଦଳ ହେବାକୁ ଯାଉଛି । ଅସନ୍ତୁଷ୍ଟଙ୍କୁ ବିଭିନ୍ନ ନିଗମରେ ଥଇଥାନ କରି ସଙ୍ଗଠନରେ ଥିବା ଫାଟ ବନ୍ଦ ଲାଗି ଦଳ ଯୋଜନା କରିଛି । ତେବେ ୨୪ ନୁହେଁ ୨୦୩୦ ପାଇଁ ବି ଦଳ ପ୍ରସ୍ତୁତ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ପଞ୍ଚାୟତ ଓ ପୌର ନିର୍ବାଚନ ବିଜେଡି ବିରୁଦ୍ଧରେ ଆଭିମୁଖ୍ୟକୁ କଡ଼ା କରିଛି ବିଜେପି । ଦଳକୁ ମିଳିଥିବା ଜନ ସମର୍ଥନକୁ ଆଗାମୀ ଦିନରେ ବଢାଇବା ସହ କିଭଳି କ୍ଷମତା ହାସଲ କରିହେବ । ସେନେଇ ଦଳ ଉଦ୍ୟମ ଆରମ୍ଭ କରିଛି । ତେଣୁ ଆଗାମୀ ଦିନରେ ଶାସକ ବିଜେଡି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆହୁରି ତୀବ୍ର ହେବାକୁ ଯାଉଛି ।

ରିପୋର୍ଟର- ବିଦ୍ୟାଧର ବରାଳ, ଜଗଦୀଶ ଦାସ ଓ ହରିହର ଚାନ୍ଦ