BJD Leader
ଆଉ ମ୍ୟାନେଜ୍ ମୁଡ୍ରେ ନାହାନ୍ତି ବିଦ୍ରୋହୀ ନେତା । କାମ କରୁନି ନବୀନ ଟ୍ରଷ୍ଟ । ଜଣଙ୍କ ପରେ ଜଣେ ଡିଆଁ ମାରୁଛନ୍ତି ପଦ୍ମ କ୍ୟାମ୍ପକୁ । ଆଜି ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଜଟଣୀ ନେତା ସନ୍ତୋଷ ଜେନା । ଉଭୟ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । ଅନ୍ୟପଟେ ଆଜି ବିଜେଡିକୁ ବାଏ ବାଏ କରିଛନ୍ତି ଓଲିଉଡ୍ର ଜଣାଶୁଣା ଚେହେରା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ। ସେହିପରି ଦିନକ ତଳେ ଇସ୍ତଫା ଦେଇଥିଲେ ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବୁରୁ ଶିଶା । ତଥ୍ୟ କହୁଛି, ଗଲା କିଛି ଦିନ ଭିତରେ ବିଜେଡି ହାତ ଛାଡିଲେଣି ୨ ସାଂସଦ, ୪ ବିଧାୟକ ଆଉ ଗଣ୍ଡା ଗଣ୍ଡା ପୂର୍ବତନ ବିଧାୟକ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)